ETV Bharat / bharat

ସ୍ବାଧୀନତା ସଂଗ୍ରାମୀଙ୍କ ବିଷୟରେ ଭାଷଣ ଦେବାବେଳେ ଜୀବନ ଚାଲିଗଲା

author img

By

Published : Aug 16, 2022, 12:55 PM IST

ହାଇଦ୍ରାବାଦରେ ଦୁଃଖଦ ଘଟଣା । ସ୍ବାଧୀନତା ଦିବସରେ ଭାଷଣ ଦେଉ ଦେଉ ହାର୍ଟ ଆଟାକ ଆସିବାରୁ ଚାଲିଗଲା ବ୍ୟକ୍ତିଙ୍କ ଜୀବନ । ଅଧିକ ପଢନ୍ତୁ

ସ୍ବାଧୀନତା ଦିବସରେ ଅଘଟଣ, ଭାଷଣ ଦେଉ ଦେଉ ଚାଲିଗଲା ଜୀବନ

ହାଇଦ୍ରାବାଦ: ସ୍ବାଧୀନତା ଦିବସରେ ସଂଗ୍ରାମୀଙ୍କ ବଳିଦାନକୁ ମନେ ପକାଇ ଭାଷଣ ଦେଉଥିଲେ । ଭାଷଣ ଦେଉ ଦେଉ ହଠାତ ଟଳିପଡିଲେ ବ୍ୟକ୍ତି, ଆଉ ଘଟିଲା ଆକସ୍ମିକ ମୃତ୍ୟୁ । ଏଭଳି ଦୁଃଖଦ ଘଟଣା ଘଟିଛି ହାଇଦ୍ରାବହର ଲକ୍ଷ୍ମିଭିଲା କାପ୍ରା ଆଞ୍ଚଳରେ । ମୃତକ ଜଣଙ୍କ ହେଉଛନ୍ତି ବ୍ୟବସାୟୀ ଉପଲା ସୁରେଶ ।

ମିଳିଥିବା ସୂଚନା ଅନୁଯାୟୀ, ଉପଲା ସୁରେଶ ସୋମବାର କାପ୍ରାରେ ଅନୁଷ୍ଠିତ ଏକ ସ୍ବାଧୀନତା ଦିବସ କାର୍ଯ୍ୟକ୍ରମରେ ଅଂଶ ଗ୍ରହଣ କରିଥିଲେ । ସେଠାରେ ପତାକା ଉତ୍ତୋଳନ ପରେ ସେ ସ୍ବାଧୀନତା ସଂଗ୍ରାମୀଙ୍କ ବଳିଦାନକୁ ନେଇ ଭାଷଣ ଦେଉଥିଲେ । ଏହି ସମୟରେ ତାଙ୍କୁ ହଠାତ୍‌ ହାର୍ଟ ଆଟାକ୍‌ ଆସିବାରୁ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ହୋଇଥିଲା । ମୃତକ ଜଣଙ୍କ ଡିଡି କଲୋନୀରେ ଏକ ଫାର୍ମାସ୍ୟୁଟିକାଲ୍ ଏଜେନ୍ସି ଚଳାଉଥିଲେ । ଏହି ଖବର ପାଇବା ପରେ ପରିବାରରେ ଶୋକର ଛାୟା ଖେଳିଯାଇଥିଲା ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.