ETV Bharat / bharat

ଫ୍ଲାଏଓଭର ଉପରୁ ନୋଟ ବିଡା ଉଡାଇଲେ ଯୁବକ, ଯିଏ ଯେତେ ପାରିଲା ସେତେ ନେଲା

ବେଙ୍ଗାଲୁରୁରେ ଫ୍ଲାଏଓଭର ଉପରୁ ଟଙ୍କା ବିଡା ଉଡାଇଲେ ଯୁବକ । କିଛି ସମୟ ଟ୍ରାଫିକ ଅଚଳ, ଯୁବକ ଫେରାର । ଖୋଜୁଛି ପୋଲିସ । ଅଧିକ ପଢନ୍ତୁ

author img

By

Published : Jan 24, 2023, 5:25 PM IST

=ଫ୍ଲାଇଓଭର ଉପରୁ ନୋଟ ବିଡା ଉଡାଇଲେ ଯୁବକ
ଫ୍ଲାଇଓଭର ଉପରୁ ନୋଟ ବିଡା ଉଡାଇଲେ ଯୁବକ
ଫ୍ଲାଇଓଭର ଉପରୁ ନୋଟ ବିଡା ଉଡାଇଲେ ଯୁବକ

ହାଇଦ୍ରାବାଦ: ଆକାଶରୁ ଖସିଲା ନୋଟ । ଧରିବା ପାଇଁ ଦୌଡାଦୌଡି ହେଲେ ଲୋକେ । ଟ୍ରାଫିକ ଜାମ ହେଲା, ଯାତାୟତ ମଧ୍ୟ ବାଧାପ୍ରାପ୍ତ ହେଲା । ବେଶ କିଛି ସମୟ ଏପରି ଅପ୍ରିତିକର ସ୍ଥିତି ଲାଗି ରହିଲା । ଏପରି ଏକ ବିରଳ ଘଟଣା ବେଙ୍ଗାଲୁରୁ ସହରରେ ଦେଖିବାକୁ ମିଳିଛି । ଜଣେ ଯୁବକ ହାତରେ ଟଙ୍କା ଭର୍ତ୍ତି ବ୍ୟାଗ ଧରି ଫ୍ଲାଏଓଭର ଉପରୁ ଟଙ୍କା ଉଡାଇ କିଛି ସମୟ ପରେ ଘଟଣାସ୍ଥଳରୁ ଫେରାର ହୋଇଯାଇଛନ୍ତି । ଯାହାର ଏକ ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି ।

ସୂଚନା ଅନୁସାରେ ବେଙ୍ଗାଲୁରୁ ସହରର କେ.ଆର ମାର୍କେଟ ଏରିଆରେ ଏହି ଘଟଣା ଘଟିଛି । କଳା କୋଟ ପିନ୍ଧିଥିବା ଜଣେ ଯୁବକ ହାତରେ ଏକ ଟଙ୍କା ଭର୍ତ୍ତି ବ୍ୟାଗ ଧରି ଫ୍ଲାଇଓଭର ଉପରୁ ଉଡାଇବାକୁ ଲାଗିଥିଲେ । ଯୁବକଙ୍କ ପଛରେ ଲୋକେ ଦୌଡୁଥିବା ମଧ୍ୟ ଦେଖିବାକୁ ମିଳିଥିଲା । ଫ୍ଲାଇଓଭରର ଉଭୟ ପାର୍ଶ୍ବକୁ ଯାଇ ତଳକୁ ଟଙ୍କା ଫିଙ୍ଗିବାରେ ଲାଗିଥିଲେ ସମ୍ପୃକ୍ତ ଯୁବକ । ପବନରେ ଟଙ୍କା ନୋଟଗୁଡିକ ବହୁଦୂର ପର୍ଯ୍ୟନ୍ତ ଉଡୁଥିବା ବେଳେ ତଳେ ଥିବା ଲୋକେ ଏହାକୁ ଧରିବା ପାଇଁ ଏଣେତେଣେ ଧାଉଁଥିବା ଦେଖିବାକୁ ମିଳିଥିଲା । ବେଶ କିଛି ସମୟ ପାଇଁ ସମଗ୍ର କେ.ଆର ମାର୍କେଟ ଏରିଆରେ ଟ୍ରାଫିକ ଜାମ ହେବା ସହ ଲୋକଙ୍କ ଭିଡ ଦେଖିବାକୁ ମିଳିଥିଲା ।

ଗାଡି ଚଳାଚଳ ମଧ୍ୟ ପ୍ରଭାବିତ ହୋଇଥିଲା । ଆଇନ ଶୃଙ୍ଖଳା ସ୍ଥିତି ମଧ୍ୟ ସୃଷ୍ଟି ହୋଇଥିଲା । ତେବେ ଏପରି କରିଥିବା ବ୍ୟକ୍ତିଜଣଙ୍କ କିଛି ସମୟ ମଧ୍ୟରେ ସ୍ଥାନ ଛାଡି ପଳାଇଥିଲେ । ତାଙ୍କ ସମ୍ପର୍କରେ କୌଣସି ସୂଚନା ମିଳିନାହିଁ । ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚିଛି । ସମ୍ପୃକ୍ତ ବ୍ୟକ୍ତି କିଏ ଓ ସେ ଏପରି କାହିଁକି କଲେ ସେ ନେଇ ପୋଲିସ ତଦନ୍ତ ଆରମ୍ଭ କରିଛି । ଅନ୍ୟପଟେ ଯୁବକଜଣଙ୍କ 10 ଟଙ୍କିଆ ନୋଟ ଉଡାଇଥିବା ସ୍ପଷ୍ଟ ହୋଇଛି ।

ଯୁବକଙ୍କୁ ଚିହ୍ନଟ କରି ଠାବ କରିବା ପାଇଁ ପୋଲିସ ପ୍ରୟାସ ଆରମ୍ଭ କରିଛି । ସର୍ବସାଧାରଣ ସ୍ଥାନରେ ଅସ୍ବାଭାବିକ କାର୍ଯ୍ୟକଳାପ କରିବା ଓ ଆଇନ ଶୃଙ୍ଖଳା ସୃଷ୍ଟି କରିବା ଅଭିଯୋଗରେ ତାଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ନେଇ ପୋଲିସ ସୂଚନା ଦେଇଛି । ତେବେ ଯୁବକଙ୍କ ଏପରି କାଣ୍ଡ ସମୟର ଭିଡିଓ ଏବେ ସୋସିଆଲ ମିଡିଆରେ ବେଶ ଭାଇରାଲ ହେବାରେ ଲାଗିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.