ETV Bharat / bharat

ମିଳିଲାନି ଆମ୍ବୁଲାନ୍ସ; ପିଠିରେ ମୃତ ଭାଉଣୀକୁ ବାନ୍ଧି ବାଇକରେ ବୋହିଲା ଭାଇ

author img

By ETV Bharat Odisha Team

Published : Nov 9, 2023, 8:55 AM IST

Updated : Nov 9, 2023, 9:28 AM IST

ପିଠିରେ ମୃତ ଭାଉଣୀକୁ ବାନ୍ଧି ବାଇକରେ ବୋହିଲା ଭାଇ । ଉତ୍ତରପ୍ରଦେଶରୁ ଆସିଛି ଏହି ହୃଦୟ ବିଦାରକ ଦୃଶ୍ୟ । ଅଧିକ ପଢନ୍ତୁ

ବାଇକରେ ବୁହାହେଲା ମୃତଦେହ
ବାଇକରେ ବୁହାହେଲା ମୃତଦେହ
Man takes young sister's dead body home on bike after not getting ambulance

ଲକ୍ଷ୍ନୌ: ହସ୍ପିଟାଲରୁ ମୃତଦେହ ନେବାକୁ ମିଳିଲାନି ଆମ୍ବୁଲାନ୍ସ । ପିଠିରେ ସାନ ଭଉଣୀର ମୃତଦେହକୁ ବାନ୍ଧି ବାଇକରେ ଘରକୁ ବୋହିନେଲା ଭାଇ । ସମସ୍ତଙ୍କୁ ବିଚଳିତ କଲାଭଳି ଏହି କରୁଣ ଦୃଶ୍ୟ ସାମ୍ନାକୁ ଆସିଛି ଉତ୍ତର ପ୍ରଦେଶର ଔରୈୟା ଜିଲ୍ଲାରେ । ଘଟଣାଟି ଗତକାଲି(ବୁଧବାର) ସକାଳର । ଯୁବକ ଜଣକ ଲୁହ ଛଳଛଳ ଆଖିରେ ହସ୍ପିଟାଲ ପରିସରରେ ମୃତ ଭଉଣୀକୁ ବାଇକରେ ନେଉଥିବା ସମୟରେ କେହି ଜଣେ ଭିଡିଓ ଉତ୍ତୋଳନ କରି ସୋସିଆଲ ମିଡିଆରେ ପୋଷ୍ଟ କରିଥିଲେ । ଭିଡିଓଟି ଭାଇରାଲ ହେବା ପରେ ଏବେ ହଇଚଇ ସୃଷ୍ଟି କରିଛି ।

ସୂଚନା ଅନୁଯାୟୀ, ଔରୈୟା ଜିଲ୍ଲାର ୨୦ ବର୍ଷୀୟ ଅଞ୍ଜଳିଙ୍କ ବିଦ୍ୟୁତ ଆଘାତରେ ମୃତ୍ୟୁ ହୋଇଥିଲା । ପାଣି ଗରମ ପାଇଁ ରଖାଯାଇଥିବା ଇଲେକ୍ଟ୍ରିକ ରଡକୁ ସେ ଅଜଣାତରେ ଛୁଇଁ ଦେଇଥିଲେ । ତାଙ୍କୁ ଗୁରୁତର ଅବସ୍ଥାରେ ପରିବାର ଲୋକେ ବିଧୁନା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ । ହେଲେ ଡାକ୍ତର ଅଞ୍ଜଳିଙ୍କୁ ମୃତ ଘୋଷିତ କରିଥିଲେ । ଏହାପରେ ଭଉଣୀର ମୃତଦେହ ଘରକୁ ନେବା ପାଇଁ ଆମ୍ବୁଲାନ୍ସ ବ୍ୟବସ୍ଥା କରିବାକୁ ତାଙ୍କର ଭାଇ ସ୍ବାସ୍ଥ୍ୟକେନ୍ଦ୍ର କର୍ତ୍ତୃପକ୍ଷଙ୍କୁ କହିଥିଲେ । ହେଲେ ହସ୍ପିଟାଲରେ ଆମ୍ବୁଲାନ୍ସ ନଥିଲା ।

ଏହାମଧ୍ୟ ପଢନ୍ତୁ: ଶିଳ୍ପ ଜିଲ୍ଲାରେ ପଛୁଆ ସ୍ୱାସ୍ଥ୍ୟସେବା: ମିଳିଲାନି ଆମ୍ବୁଲାନ୍ସ, ବାଇକରେ ବୁହାହେଲା ମୃତଦେହ

ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରର କୌଣସି ବି ଅଧିକାରୀ ତାଙ୍କ ପାଇଁ ଆମ୍ବୁଲାନ୍ସ ବ୍ୟବସ୍ଥା କରିନଥିଲେ । ଏହାପରେ ନିଜ ବାଇକରେ ମୃତ ଭଉଣୀକୁ ନେବାକୁ ଚିନ୍ତା କରିଥିଲା ଭାଇ । ଲୁହ ଭିଜା ଆଖିରେ ସେ ଏକ ଓଢଣୀ ସାହାଯ୍ୟରେ ମୃତଦେହକୁ ନିଜ ଦେହରେ ବାନ୍ଧି ବାଇକରେ ଘରକୁ ଯାଇଥିଲେ । ଏମିତିକି ମୃତଦେହର ବ୍ୟବଚ୍ଛେଦ ମଧ୍ୟ କରାଯାଇନଥିଲା । ଏହି ସମୟରେ ସେଠାରେ ଥିବା ଭିଡ଼ ଭିତରୁ କେହି ଜଣେ ସେହି ଅସହାୟ ଭାଇଟିର ଭିଡିଓ ଉତ୍ତୋଳନ କରି ଭାଇରାଲ କରିଥିଲା ।

ଏନେଇ ମୁଖ୍ୟ ଚିକିତ୍ସା ଅଧିକାରୀ ଡ. ଶିଶର କୁମାର ବର୍ମା କହିଛନ୍ତି ଯେ, ଘଟଣାର ତଦନ୍ତ କରାଯାଇ ସ୍ବାସ୍ଥ୍ୟକେନ୍ଦ୍ରର ସୁପରିଟେଣ୍ଡଣ୍ଟ ଡ. ଅଭିଚଳ ପାଣ୍ଡେ ଏବଂ ଡ. କୃପାରାମଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହୋଇଛି । ରାଜ୍ୟ ସ୍ବାସ୍ଥ୍ୟମନ୍ତ୍ରୀ ତଥା ଉପମୁଖ୍ୟମନ୍ତ୍ରୀ ବ୍ରଜେଶ ପାଠକଙ୍କ ନିର୍ଦ୍ଦେଶକ୍ରମେ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି ।

ଅନ୍ୟପଟେ ବାଇକରେ ମୃତଦେହ ନେବାର ଭିଡିଓ ଭାଇରାଲ ପରେ କଂଗ୍ରେସ ଦଳ ଉତ୍ତର ପ୍ରଦେଶ ସ୍ବାସ୍ଥ୍ୟମନ୍ତ୍ରୀ ବ୍ରଜେଶ ପାଠକଙ୍କୁ ତୀବ୍ର ସମାଲୋଚନା କରିଛି । ଠିକ୍ ସମୟରେ ଆମ୍ବୁଲାନ୍ସ ନପାଇ ଏବଂ ଏଭଳି ଛୋଟ ଛୋଟ ସମ୍ବଳର ଅଭାବ ଯୋଗୁଁ ପ୍ରତିଦିନ ରାଜ୍ୟରେ କାହାର ନା କାହାର ଜୀବନ ଯାଉଛି । ହେଲେ ପାୱାର ଚାଷମାରେ ମଧ୍ୟ ସ୍ବାସ୍ଥ୍ୟମନ୍ତ୍ରୀଙ୍କୁ ଏସବୁ ଦେଖାଯାଉନି । ପ୍ରଚଳିତ ଶାସନ ବ୍ୟବସ୍ଥା ସେହି ଭାଇକୁ ଅସହାୟ କରିଦେଇଛି । ଏହି ଘଟଣା ନେଇ କେବଳ ନିଜ ଘର ଓ ପାର୍ଟିର ଆଲମିରା ଭରିବା ପାଇଁ କ୍ଷମତା ଗାଦିରେ ବସିବା ଠିକ୍ ନୁହେଁ ବୋଲି ଟ୍ବିଟ୍ କରିଛି କଂଗ୍ରେସ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Nov 9, 2023, 9:28 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.