ETV Bharat / bharat

କୁର୍‌କୁରେ ପାଇଁ ୩ ଦୋକାନ ଭାଙ୍ଗିଲା ଚୋର

author img

By

Published : Mar 30, 2022, 10:41 PM IST

କେବଳ କୁର୍‌କୁରେ ଖାଇବାକୁ ଦୋକାନ ଭାଙ୍ଗିଲା ଚୋର । ଶୁଣିବାକୁ ଅଜବ ଲାଗୁଥିଲେ କଥା ସତ । ଅଧିକ ପଢ଼ନ୍ତୁ

କୁର୍‌କୁରେ ପାଇଁ ୩ ଦୋକାନ ଭାଙ୍ଗିଲା ଚୋର
କୁର୍‌କୁରେ ପାଇଁ ୩ ଦୋକାନ ଭାଙ୍ଗିଲା ଚୋର

ଜୟପୁର: ଆପଣ ବିଭିନ୍ନ ଚୋରି ବିଷୟରେ ଶୁଣିଥିବେ । ହେଲେ ଆଜି ଆମେ ଆପଣଙ୍କୁ ଜଣେ କୁରକୁରେ ଚୋର ବିଷୟରେ କହିବୁ । ଆଜ୍ଞା ହଁ, କେବଳ କୁର୍‌କୁରେ ଖାଇବାକୁ ଦୋକାନ ଭାଙ୍ଗିଲା ଚୋର । ଶୁଣିବାକୁ ଅଜବ ଲାଗୁଥିଲେ କଥା ସତ । ରାଜସ୍ଥାନର ସିକ୍‌ରି ଇଲାକାରେ ଏଭଳି ଚୋରି କରି ଧରା ପଡ଼ିଛି ଅଭିଯୁକ୍ତ । କୁର୍‌କୁରେ ଖାଇବାକୁ ଅଭିଯୁକ୍ତ ୩ଟି ଦୋକାନ ଭାଙ୍ଗି ମାତ୍ର ୨୦ ଟଙ୍କା ଚୋରି କରିଥିଲା ।

ଏହାପରେ ସେହି ଟଙ୍କା କୁରକୁରେ କିଣି ଖାଇଥିଲା । ଏହାକୁ ନେଇ ଧରା ପଡ଼ିବା ପୋଲିସ ଆଗରେ ଦୋଷ ସ୍ବିକାର କରିଛି ଅଭିଯୁକ୍ତ । ମାର୍କେଟରେ ଏହି କୁରକୁରେ ଚୋରକୁ ଧରିଛି ପୋଲିସ । ଏଠାରେ ୩ଟି ଦୋକାନ ତାଲା ଭଙ୍ଗା ଯାଇଥିବା ଦେଖିବାକୁ ମିଳିଥିଲା । ଏହାକୁ ନେଇ ବ୍ୟବସାୟୀମାନେ ଚିନ୍ତାରେ ପଡ଼ି ଯାଇଥିଲେ ।

ଅଭିଯୋଗ ହେବାପରେ ପୋଲିସ ପହଞ୍ଚି ଘଟଣା ତଦନ୍ତ କରିଥିଲା । ସିସିଟିଭି ଯାଞ୍ଚ କରିବା ପରେ ଅଭିଯୁକ୍ତ ଗିରଫ କରିଥିଲା ପୋଲିସ । ପଚରାଉଚରା ବେଳେ ଅଭିଯୁ୍କ୍ତ ମାନସିକ ରୂପରେ ବିକୃତ ବୋଲି ଜଣାପଡ଼ିଥିଲା । ପଚାରଉଚରା ବେଳେ ଅଭିଯୁକ୍ତ କୌଣସି ପ୍ରଶ୍ନର ଉତ୍ତର ମଧ୍ୟ ଠିକ୍‌ ଭାବରେ ଦେଇ ପାରିନଥିବା କଥା କହିଛି ପୋଲିସ । ତେବେ ସେ ଦୋକାନ ତାଲା ଭାଙ୍ଗିବା ନେଇ ସ୍ବିକାର କରିଛି । ଏହାକୁ ନେଇ ଅଭିଯୁକ୍ତଙ୍କ ପରିବାର ବର୍ଗ ସୂଚନା ଦିଆଯାଇଛି । ଏହାପରେ ତାଙ୍କୁ ଚିକିତ୍ସା ପାଇଁ ପଠାଯିବ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.