ETV Bharat / bharat

ନୃଶଂସତାର ସୀମା ପାର, ଯୁବକଙ୍କ ଗଳା କାଟି ରକ୍ତ ପିଇଲା ଅଭିଯୁକ୍ତ

ଯୁବକଙ୍କ ଗଳା କାଟି ରକ୍ତ ପିଇଲା ଅଭିଯୁକ୍ତ । କର୍ଣ୍ଣାଟକରୁ ସାମ୍ନାକୁ ଆସିଛି ଏପରି ନୃଶଂସ ଘଟଣା । ଅଧିକ ପଢନ୍ତୁ

Man slits throat of a man
Man slits throat of a man
author img

By

Published : Jun 25, 2023, 5:29 PM IST

ବେଙ୍ଗାଲୁରୁ: ସମୟ ଚକ୍ରରେ ମନୁଷ୍ୟ ନୃଶଂସତାର ସୀମା ପାର କରୁଛି । ବେଳେ ବେଳେ ଏପରି କିଛି ଘଟଣା ସାମ୍ନାକୁ ଆସୁଛି ଯାହା ମନୁଷ୍ୟ ସମାଜକୁ ଆଶ୍ଚର୍ଯ୍ୟଚକିତ କରିଦେଉଛି । ଏପରି ଏକ ଲୋମହର୍ଷଣକାରୀ ଘଟଣା ଘଟିଛି କର୍ଣ୍ଣାଟକ ଚିକ୍କାବଲପୁର ଅଞ୍ଚଳରେ । ଯେଉଁଠି ଅଭିଯୁକ୍ତ ଜଣକ ଯୁବକଙ୍କ ଗଳା କାଟିବା ପରେ ରକ୍ତ ପିଇଥିବା ଜଣାପଡ଼ିଛି । ଘଟଣାଟି 4 ଦିନ ତଳେ ଘଟିଥିବା ବେଳେ ଏବେ ଏହାର ଭିଡିଓ ଭାଇରାଲ ହେବାରେ ଲାଗିଛି । ଅଭିଯୁକ୍ତ ବିରୋଧରେ ଥାନାରେ ମାମଲା ରୁଜୁ ହୋଇଥିବା ଜଣାପଡ଼ିଛି । ପତ୍ନୀଙ୍କ ସହିତ ଅନୈତିକ ସମ୍ପର୍କ ସନ୍ଦେହରେ ଅଭିଯୁକ୍ତ ଜଣକ ହତ୍ୟା ଉଦ୍ୟମ କରିଥିବା ପଡ଼ୋଶୀ ଅଭିଯୋଗ କରିଛନ୍ତି ।

ମିଳିଥିବା ସୂଚନା ଅନୁସାରେ ପାରିବାରିକ କଳହକୁ ନେଇ ଏଭଳି ଜଘନ୍ୟକାଣ୍ଡ ଘଟାଇଛି ଅଭିଯୁକ୍ତ । ଚିକ୍କାବଲପୁର ଜିଲ୍ଲାର ଚିନ୍ତାମଣି ଡିଭିଜନର ବାଟଲାହଲି ଅଞ୍ଚଳର ଅଧିବାସୀ ବିଜୟ ବୋଲି ଜଣାପଡ଼ିଛି । ଆଉ ଆହତ ବ୍ୟକ୍ତି ଜଣକ ମଡେମ୍ପଲି ଅଞ୍ଚଳର ଅଧିବାସୀ ମରେଶ । ଉଭୟଙ୍କ ମଧ୍ୟରେ ବିବାଦ ଉପୁଜିବା ପରେ ଅଭିଯୁକ୍ତ ବିଜୟ ମରେଶଙ୍କୁ ଫୋନ ଯୋଗେ ସିଡେପଲ୍ଲି ଅଞ୍ଚଳକୁ ଡାକିଥିଲା । ଏହାପରେ ଉଭୟଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା । ଏହାପରେ ବିଜୟ ମରେଶଙ୍କୁ ଛୁରୀରେ ଆକ୍ରମଣ କରି ତାର ଗଳା କାଟି ଦେଇଥିଲା । ଏହାପରେ ଗୁରୁତର ହୋଇପଡ଼ିଥିଲେ ମରେଶ ।

ଏହା ବି ପଢନ୍ତୁ- Extramarital Affairs: ମା’ ନା ରାକ୍ଷସୀ ! ପର ପୁରୁଷ ପାଇଁ ୨୧ବର୍ଷ ପୁଅର ତଣ୍ଟି ଚିପିଦେଲା

ଗଳା କାଟିବା ପରେ ନୃଶଂସ ପାଲଟି ଯାଇଥିବା ବିଜୟ ମରେଶଙ୍କ ରକ୍ତ ପିଉଥିବାର ଭିଡିଓ ମଧ୍ୟ ସାମ୍ନାକୁ ଆସିଛି । ଏହି ଭିଡିଓଟି ଭାଇରାଲ ହେବା ପରେ ଘଟଣା ସାମ୍ନାକୁ ଆସିଛି । ସେପଟେ ଗୁରୁତର ହୋଇପଡ଼ିଥିବା ମରେଶକୁ ସ୍ଥାନୀୟ ଲୋକେ ହସ୍ପିଟାଲରେ ଭର୍ତ୍ତି କରିବା ପରେ ପୋଲିସକୁ ଖବର ଦେଇଥିଲେ । ପୋଲିସ ବିଜୟ ବିରୋଧରେ ମାମଲା ରୁଜୁ କରିବା ସହିତ ତାଙ୍କୁ ଗିରଫ କରିଥିବା ଜଣାପଡ଼ିଛି । ଏହି ଭିଡିଓ ଏବେ ଭାଇରାଲ ହେଉଥିବା ବେଳେ ସ୍ଥାନୀୟ ଅଞ୍ଚଳରେ ଏକ ଭୟର ବାତାବରଣ ସୃଷ୍ଟି ହୋଇଛି ।

ସେପଟେ ପୋଲିସର କହିବା ଅନୁସାରେ ବିଜୟ ଓ ମରେଶଙ୍କ ମଧ୍ୟରେ ପାରିବାରିକ କଳହ ଲାଗି ରହୁଥିଲା । ଏଣୁ ପୂର୍ବରୁ ମଧ୍ୟ ଉଭୟଙ୍କ ମଧ୍ୟରେ ବିବାଦ ଉପୁଜିଥିଲା । ସେପଟେ ପଡ଼ୋଶୀଙ୍କ ଅଭିଯୋଗ ଅନୁସାରେ ବିଜୟଙ୍କ ପତ୍ନୀଙ୍କ ସହିତ ମରେଶଙ୍କ ଅନୈତିକ ସମ୍ପର୍କ ରହିଥିଲା । ଏହି ଘଟଣାକୁ ନେଇ ଉଭୟଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇଥିବା ବେଳେ ବିଜୟ ଉତକ୍ଷିପ୍ତ ହୋଇ ମରେଶଙ୍କୁ ମାରଣାସ୍ତ୍ରରେ ଆକ୍ରମଣ କରି ହତ୍ୟା କରିବାକୁ ଉଦ୍ୟମ କରିଥିଲା । ଗଳା କାଟିବା ପରେ ରକ୍ତ ପିଇଥିଲା ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.