ETV Bharat / bharat

ପଶ୍ଚିମବଙ୍ଗ ନିର୍ବାଚନ: ଭୋଟ୍ ଦେବା ପୂର୍ବରୁ ବ୍ୟକ୍ତିକୁ ଗୁଳିମାଡ

ଭୋଟ୍ ଦେବାକୁ ଧାଡିରେ ଠିଆ ହୋଇଥିଲେ ଜଣେ ବ୍ୟକ୍ତି । ହଠାତ୍ କିଛି ଗୁଣ୍ଡା ଅତର୍କିତ ଗୁଳି ଚାଳଣା କରିଥିଲେ ବ୍ୟକ୍ତିଙ୍କ ଉପରେ ଫଳରେ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ହୋଇଛି । ଅଧିକ ପଢନ୍ତୁ...

author img

By

Published : Apr 10, 2021, 10:23 AM IST

ଭୋଟ୍ ଦେବାକୁ ଠିଆ ହୋଇଥିବା ବ୍ୟକ୍ତିକୁ ଗୁଳିମାଡ

କୋଲକାତା: ଭୋଟ୍ ଦେବାକୁ ଧାଡିରେ ଠିଆ ହୋଇଥିଲେ ଜଣେ ବ୍ୟକ୍ତି । ହଠାତ୍ କିଛି ଗୁଣ୍ଡା ଅତର୍କିତ ଗୁଳି ଚାଳଣା କରିଥିଲେ ବ୍ୟକ୍ତିଙ୍କ ଉପରେ ଫଳରେ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ହୋଇଛି । ଏପରି ଦୃଶ୍ୟ ଦେଖିବାକୁ ମିଳିଛି ପଶ୍ଚିମବଙ୍ଗର ସିତାକୁଚି ଅଞ୍ଚଳରେ ।

ପଶ୍ଚିମବଙ୍ଗରେ ଆଜି ଚତୁର୍ଥ ପର୍ଯ୍ୟାୟ ମତଦାନ । 44ଟି ଆସନ ପାଇଁ ଭୋଟ୍ ଦେଉଛନ୍ତି ଲୋକେ । ଏହି ସମୟରେ କେଉଁଠି ଟିଏମସି ନେତାଙ୍କୁ ହତ୍ୟା ହେଉଛି ତ କେଉଁଠି ବିଜେପି ନେତାଙ୍କୁ ହତ୍ୟା । ଏହାସହ ଅନେକ ସ୍ଥାନରେ ବୋମା ମଧ୍ୟ ଉଦ୍ଧାର ହେଉଛି । ଏଭଳି ସ୍ଥିତିରେ ବର୍ତ୍ତମାନ ଭୋଟର୍ ମଧ୍ୟ ସୁରକ୍ଷିତ ନୁହଁନ୍ତି, ଯାହା ଆଜିର ଘଟଣାରୁ ସ୍ପଷ୍ଟ ହୋଇଛି । ଭୋଟ୍ ଦେବାକୁ ଠିଆ ହୋଇଥିବା ବେଳେ ଗୁଳିକାଣ୍ଡ କେନ୍ଦ୍ରିୟ ସୁରକ୍ଷାବଳ ଓ ରାଜ୍ୟ ପୋଲିସର କାର୍ଯ୍ୟଦକ୍ଷତା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରୁଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.