ETV Bharat / bharat

ପଡୋଶୀଙ୍କ କୁକୁରକୁ ଗୁଳି କରି ବନ୍ଧା ହେଲେ ବ୍ୟକ୍ତି - ପୋଷା କୁକୁରକୁ ଗୁଳି କରି ହତ୍ୟା କରିବା ପଡିଲା ମହଙ୍ଗା

କୁକୁରକୁ ଗୁଳି କରି ହତ୍ୟା କରିବା ପଡିଲା ମହଙ୍ଗା । ଶେଷରେ ବନ୍ଧା ହେଲେ ମଧ୍ୟପ୍ରଦେଶର ଇନ୍ଦୋରରେ ଜଣେ ବ୍ୟକ୍ତି । ଅଧିକ ପଢନ୍ତୁ...

କୁକୁରକୁ ଗୁଳି କରି ବନ୍ଧା ହେଲେ ବ୍ୟକ୍ତି
କୁକୁରକୁ ଗୁଳି କରି ବନ୍ଧା ହେଲେ ବ୍ୟକ୍ତି
author img

By

Published : Jun 4, 2021, 11:41 AM IST

ଭୋପାଳ: ପଡୋଶୀଙ୍କ ପୋଷା କୁକୁରକୁ ଗୁଳି କରି ହତ୍ୟା କରିବା ଜଣେ ବ୍ୟକ୍ତିଙ୍କୁ ପଡିଲା ମହଙ୍ଗା । ଶେଷରେ ବନ୍ଧା ହେଲେ ବ୍ୟକ୍ତି ଜଣଙ୍କ । ମଧ୍ୟପ୍ରଦେଶର ଇନ୍ଦୋରରେ ଜଣେ ବ୍ୟକ୍ତି ଏଭଳି କାଣ୍ଡ ଭିଆଇଥିବା ବେଳେ ଅଭିଯୋଗ ପରେ ବ୍ୟକ୍ତି ଜଣଙ୍କୁ ପୋଲିସ ଗିରଫ କରିଛି ।

ମିଳିଥିବା ସୂଚନା ଅନୁଯାୟୀ ଇନ୍ଦୋରର ସୁଦାମା ନାଗରରେ ରହୁଥିବା ଭିଶ୍ବଭାୟା ନାମକ ବ୍ୟକ୍ତିଙ୍କ ପତ୍ନୀଙ୍କୁ କୁକୁରଟି କାମୁଡି ଦେବାରୁ ଏଥିରେ ଉତକ୍ଷିପ୍ତ ହୋଇଯାଇ ବ୍ୟକ୍ତି ଜଣଙ୍କ ଏକ ଲାଇସେନ୍ସ ପ୍ରାପ୍ତ ରାଇଫଲରେ କୁକୁରଟିକୁ ଗୁଳି କରି ହତ୍ୟା କରିଥିଲେ ।

ତେବେ ଏନେଇ କୁକୁରଟିର ମାଲିକ ଅଭିଯୋଗ କରିବା ପରେ ବ୍ୟକ୍ତି ଜଣଙ୍କୁ ଗିରଫ କରାଯାଇଥିବା କହିଛନ୍ତି ପୋଲିସ ଅଧିକାରୀ ମନୀଷ ମାହୋର । କୁକରଟି ସ୍ଥାନୀୟ ଅଞ୍ଚଳରେ ଅନ୍ୟମାନଙ୍କୁ କାମୁଡିଥିବା ଦାବି କରିଛନ୍ତି ଅଭିଯୁକ୍ତ ଜଣଙ୍କ । ଯଦି ଏହା ସତ୍ୟ ବୋଳି ଜଣାପଡେ ତେବେ ଗୃହ ପାଳିତ ପଷୁ ମାଲିକଙ୍କ ବିରୋଧରେ ମଧ୍ୟ ଆଇନ ଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଳି କହିଛନ୍ତି ପୋଲିସ ଅଧିକାରୀ ।

@ANI

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.