ETV Bharat / bharat

ଅଚାନକ ବ୍ୟାଙ୍କ ଆକାଉଣ୍ଟକୁ ଆସିଲା ଲକ୍ଷାଧିକ ଟଙ୍କା, ମାନବିକତା ଦେଖାଇଲେ ଆକାଉଣ୍ଡଧାରୀ

author img

By ETV Bharat Odisha Team

Published : Oct 22, 2023, 12:36 PM IST

ଉତ୍ତରପ୍ରଦେଶର ମିର୍ଜାପୁର ଜିଲ୍ଲାରେ ରହୁଥିବା ଜଣେ ବ୍ୟବସାୟୀଙ୍କ ମାନବିକତାକୁ ସବୁଠି ପ୍ରଶଂସା କରାଯାଉଛି । ଅଚାନକ ଆକାଉଣ୍ଟ୍‌କୁ 12 ଲକ୍ଷ ଟଙ୍କା ଆସିଥିବା ବେଳେ ସେହି ଟଙ୍କାକୁ ସେ ତୁରନ୍ତ ଫେରସ୍ତ କରି ଦେଇଥିଲେ । ଅଧିକ ପଢ଼ନ୍ତୁ

ଅଚାନକ ବ୍ୟାଙ୍କ ଆକାଉଣ୍ଟକୁ ଆସିଲା ଲକ୍ଷାଧିକ ଟଙ୍କା, ମାନବିକତା ଦେଖାଇଲେ ଆକାଉଣ୍ଡଧାରୀ
ଅଚାନକ ବ୍ୟାଙ୍କ ଆକାଉଣ୍ଟକୁ ଆସିଲା ଲକ୍ଷାଧିକ ଟଙ୍କା, ମାନବିକତା ଦେଖାଇଲେ ଆକାଉଣ୍ଡଧାରୀ

ଲକ୍ଷ୍ମୌ: ଅଚାନକ ଆକାଉଣ୍ଟକୁ ଆସିଲା ଲକ୍ଷାଧିକ ଟଙ୍କା । ଉତ୍ତରପ୍ରଦେଶର ମିର୍ଜାପୁର ଜିଲ୍ଲାରେ ରହୁଥିବା ଜଣେ ବ୍ୟବସାୟୀଙ୍କ ଆକାଉଣ୍ଟକୁ ହଠାତ ଲକ୍ଷାଧିକ ଟଙ୍କା ଆସିଥିଲା । ତେବେ ଏତେ ଟଙ୍କା କେଉଁଠୁ ଆସିଲା ତାକୁ ନେଇ ବିଚଳିତ ହୋଇଯାଇଥିଲେ ବ୍ୟବସାୟୀଜଣକ । ତୁରନ୍ତ ବ୍ୟାଙ୍କ ଯାଇ ମ୍ୟାନେଜରକୁ ଏସମସ୍ତ ବିଷୟରେ ଜଣାଇବା ସହ ଯେଉଁ ଆକାଉଣ୍ଟରୁ ଏତେ ପରିମାଣର ଟଙ୍କା ଆସିଥିଲା ସେ ଆକାଉଣ୍ଟକୁ ସେ ପଠାଇ ଦେଇଛନ୍ତି । ତେବେ ବ୍ୟବସାୟୀଜଣଙ୍କ ଏଭଳି କାର୍ଯ୍ୟ ପାଇଁ ତାଙ୍କୁ ପ୍ରଂଶସା କରାଯାଇଛି ।

ଏହାମଧ୍ୟ ପଢନ୍ତୁ..ଅଚାନକ ଆକାଉଣ୍ଟକୁ ଆସିଲା ଲକ୍ଷାଧିକ ଟଙ୍କା, ଉଠାଣ ପାଇଁ ବ୍ୟାଙ୍କରେ ଭିଡ଼

ଅଚାନକ ଆପଣଙ୍କ ଆକାଉଣ୍ଟକୁ ଲକ୍ଷାଧିକ ଟଙ୍କା ଆସିଲେ ଆପଣ ହୁଏତ ଖୁସି ହୋଇଯିବେ । ହେଲେ ଏହାର ବ୍ୟତିକ୍ରମ ଦେଖିବାକୁ ମିଳିଛି ଉତ୍ତରପ୍ରଦେଶର ମିର୍ଜାପୁର ଜିଲ୍ଲାରେ ରହୁଥିବା ଜଣେ ବ୍ୟବସାୟୀଙ୍କ କ୍ଷେତ୍ରରେ । ହଠାତ ଲକ୍ଷାଧିକ ଟଙ୍କା ଆକାଉଣ୍ଟରେ ଦେଖି ସେ ଖୁସି ହୋଇନଥିଲେ ବରଂ ତୁରନ୍ତ ବ୍ୟାଙ୍କ ଯାଇ ଏନେଇ ମ୍ୟାନେଜରଙ୍କ ସହ କଥା ହେବା ସହ ସେହି ଟଙ୍କାରୁ ସାଙ୍ଗେ ସାଙ୍ଗେ ଫେରସ୍ତ କରିଦେଇଥିଲେ । ତେବେ ବ୍ୟବସାୟୀଙ୍କ ଏଭଳି ଉଦାର ମାନବିକତା ପାଇଁ ତାଙ୍କୁ ପ୍ରଂଶସା କରାଯାଇଛି ।

ସୂଚନା ଅନୁୟାୟୀ, ଉତ୍ତରପ୍ରଦେଶର ମିର୍ଜାପୁର ଜିଲ୍ଲା ଅନ୍ତର୍ଗତ ପଡରୀ ଗ୍ରାମର ଦିନେଶ ଓରଫ ଦିତ୍ରୁ ଅଗ୍ରହରୀଙ୍କ ଷ୍ଟେଟ୍‌ ବ୍ୟାଙ୍କ୍‌ ଅଫ୍‌ ଇଣ୍ଡିଆରେ ଏକ ଆକାଉଣ୍ଟ ରହିଛି । ସେହି ଆକାଉଣ୍ଟରେ ଅଚାନକ 12 ଲକ୍ଷ 28 ହଜାର 500 ଟଙ୍କା ଟ୍ରାନ୍ସଫର ହୋଇଥିଲା । ତେବେ ଏତେ ପରିମାଣର ଟଙ୍କା କାହାର ଓ କେଉଁଆଡୁ ଆସିଲା ତାହାକୁ ନେଇ ବିଚଳିତ ହୋଇପଡ଼ିଥିଲେ ଦିନେଶ । ତୁରନ୍ତ ବ୍ୟାଙ୍କ୍‌କୁ ଯାଇ ଏନେଇ ମ୍ୟାନେଜରଙ୍କ କଥା ହୋଇଥିଲେ ଓ ବ୍ୟାଙ୍କ୍‌ ମ୍ୟାନେଜର ଟଙ୍କା ଆସିଥିବା ନେଇ ଜାଣିବାକୁ ପାଇଥିଲେ । ସେହି ଟଙ୍କା ଯେଉଁ ଆକାଉଣ୍ଟରୁ ଆସିଥିଲା ସେ ଆକାଉଣ୍ଟରେ ଫେରସ୍ତ କରିଥିଲେ ।

ଅନ୍ୟପଟେ ଟଙ୍କା ଟ୍ରାନ୍ସଫର କରିଥିବା ବ୍ୟକ୍ତି ଜଣକ ଝାଡ଼ଖଣ୍ଡର ଦେବଘରଠାରେ ଥିବା ଅଭିଷେକ ଟ୍ରେଡ୍ସର ମାଲିକ ହୋଇଥିବା ସୂଚନା । ଭୁଲ ବଶତଃ ସେ ଏହି ଟଙ୍କା ଦିନେଶଙ୍କ ଆକାଉଣ୍ଟକୁ ପଠାଇ ଦେଇଥିଲେ ମଧ୍ୟ ଏ ବିଷୟରେ ସେ ଜାଣି ପାରିନଥିଲେ । ତେବେ ଚେକ୍‌ ଜରିଆରେ ଦିନେଶ ତାଙ୍କ ଆକାଉଣ୍ଟକୁ ଟଙ୍କା ପଠାଇବା ପରେ ସେ ଏ ବିଷୟରେ ଜାଣିବାକୁ ପାଇଥିଲେ । ଦିନେଶଙ୍କ ଏଭଳି ଚିନ୍ତାଧାରାକୁ ଉଭୟ ଅଭିଷେକ ଟ୍ରେଡ୍ସର ମାଲିକ ଓ ଷ୍ଟେଟ ବ୍ୟାଙ୍କ ମ୍ୟାନେଜର ଭୁରି ଭୁରି ପ୍ରଶଂସା କରିଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.