ETV Bharat / bharat

ରାକ୍ଷାସ ପିତା: ୩ ସନ୍ତାନଙ୍କୁ ହତ୍ୟା କଲା, ସନ୍ଦିଗ୍ଧ ଅବସ୍ଥାରେ ଅଭିଯୁକ୍ତର ମୃତଦେହ ଉଦ୍ଧାର - ପିଶାଚ ସାଜିଲା ଜନ୍ମଦାତା

ପିଶାଚ ସାଜିଲା ଜନ୍ମଦାତା । ତିନି ସନ୍ତାନକୁ ହତ୍ୟାକରିବା ପରେ ନେଲା ଚରମ ନିଷ୍ପତ୍ତି । ଅଧିକ ପଢନ୍ତୁ

Man commits suicide
Man commits suicide
author img

By

Published : Feb 2, 2023, 2:56 PM IST

ବେଙ୍ଗାଲୁରୁ: ଆସହ୍ୟ ହେଲା ପାରିବାରିକ କଳହ ! ତିନି ସନ୍ତାନକୁ ହତ୍ୟାକରିବା ପରେ ଅଭିଯୁକ୍ତର ବାପାର ସନ୍ଦେହ ଜନକ ଅବସ୍ଥାରେ ମୃତଦେହ ଉଦ୍ଧାର ହୋଇଛି । କର୍ଣ୍ଣାଟକ ଧରାଓ୍ବାଦ ଜିଲ୍ଲାର ହୁବୁଲି ତାଲୁକ ଅନ୍ତର୍ଗତ ସୁଲା ଗ୍ରାମରୁ ସାମ୍ନାରୁ ଆସିଛି ଏଭଳି ଜଘନ୍ୟ ଘଟଣା । ଚରମ ନିଷ୍ପତ୍ତି ନେଇଥିବା ବ୍ୟକ୍ତି ଜଣକ ହେଲେ ସେହି ଗ୍ରାମର ଫକିରପ୍ପା । ୩ ସନ୍ତାନଙ୍କ ସମେତ ନିଜ ସ୍ତ୍ରୀକୁ ମଧ୍ୟ ହତ୍ୟା ଉଦ୍ୟମ କରିଥିବା ବେଳେ ସୌଭାଗ୍ୟବଶତଃ ମହିଳାଙ୍କ ଜୀବନ ବଞ୍ଚିଯାଇଛି ।

ଖବରଅନୁସାରେ, ଗତ ବୁଧବାର ସକାଳ ୬ଟାରେ ସୁଲା ଗ୍ରାମର ଫକିରପ୍ପା କବାଟ ବନ୍ଦ କରିବା ସହ ହଠାତ ଟିଭିର ସାଉଣ୍ଡକୁ ଅଧିକା କରିଥିଲା । ଏହାପରେ ସେ ନିଜ ସ୍ତ୍ରୀ ମୁଦାକାଭାଙ୍କୁ ଛୁରୀରେ ଆକ୍ରମଣ କରିଥିଲେ । ଫଳରେ ମହିଳାଜଣକ ଘର ଭିତରୁ ଜୋରରେ ଚିତ୍କାର କରିଥିଲେ । ଘରେ ଛୁଆମାନେ ଶୋଇଥିବା ସମୟରେ ମାଆର ଚିତ୍କାର ଶୁଣି ଉଠିବା ସହ କାନ୍ଦିବାକୁ ଲାଗିଥିଲେ । ଏହାପରେ ଫକିରପ୍ପା ନିଜ ସ୍ତ୍ରୀ ଏବଂ ଛୁଆମାନଙ୍କୁ ଆକ୍ରମଣ କରିବା ସହ ନିଜେ ଜୀବନ ହାରିଥିବା ସୂଚନା ଦେଇଛି ପୋଲିସ । ତେବେ ଜୋରରେ ଟିଭି ସାଉଣ୍ଡ ଶୁଣି ପଡୋଶୀମାନେ ଆସି କବାଟ ବାଡାଇଥିବା ସତ୍ତ୍ବେ କେହି ଖୋଲିନଥିଲେ । ଏହାପରେ ସେମାନଙ୍କୁ ସନ୍ଦେହ ହେବାରୁ କବାଟ ଭାଙ୍ଗି ଭିତରେ ପ୍ରବେଶ କରିଥିଲେ ।

ମୁଦାକାଭାଙ୍କ ସମେତ ୩ଜଣ ଶିଶୁ ରକ୍ତାକ୍ତ ଅବସ୍ଥାରେ ପଡିଥିବା ଦେଖି ସଙ୍ଗସଙ୍ଗେ ସେମାନଙ୍କୁ ସ୍ଥାନୀୟ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ । ହୁବୁଲିର କିମ୍ସ ହସ୍ପିଟାଲରେ ଭର୍ତ୍ତି କରାଇଥିଲେ ସାହି ପୋଡଶୀ । ତେବେ ଚିକିତ୍ସା ଚାଲିଥିବା ବେଳେ ଜୀବନ ଯୁଦ୍ଧରେ ହାରି ଯାଇଥିଲେ ୩ ନିଷ୍ପାପ ଶିଶୁ । କିମ୍ସ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ୩ ଶିଶୁଙ୍କ ମୃତ୍ୟୁ ହୋଇଯାଇଥିବା ବେଳେ ମହିଳାଜଣଙ୍କ ଜୀବନ ମରଣ ସହ ସଂଘର୍ଷ କରୁଛନ୍ତି । ମୃତ ଶିଶୁମାନଙ୍କ ମଧ୍ୟରେ ଦୁଇ ଝିଅ ଏବଂ ଗୋଟିଏ ପୁଅ ଥିଲେ । ୮ ଏବଂ ୬ ବର୍ଷର ଝିଅ ଓ ୪ ବର୍ଷର ପୁଅର ମୃତ୍ୟୁ ହୋଇଛି । ତେବେ ଖବରପାଇ ପୋଲିସ ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

ଏହା ମଧ୍ୟ ପଢନ୍ତୁ: WhatsApp Case in SC: ବ୍ୟବହାରକାରୀଙ୍କ ନାମ, ନଂ ଛଡା କୌଣସି ଡାଟା ରଖେନି କହିଲା ହ୍ବାଟସ୍‌ଆପ୍

ଏନେଇ ହୁବୁଲି ରୁରାଲ ପୋଲିସ ଷ୍ଟେସନର ଏସପି ଲୋକେଶ କହିଛନ୍ତି, "ଏହି ଘଟଣାକୁ ନେଇ ହୁବୁଲି ଥାନାରେ ମାମଲା ରୁଜୁ କରାଯାଇଛି । ଆଗରୁ ଫକିରପ୍ପାଙ୍କ ନାମରେ କୌଣସି ଅପରାଧିକ ମାମଲା ନାହିଁ । ସେ ଜଣେ ଶ୍ରମିକଭାବେ କାମ କରୁଥିଲେ । ପରିବାରରେ ଅନେକ ସମୟରେ ପାରିବାରିକ କଳହ ଲାଗି ରହୁଥିଲା ବୋଲି ପୋଡଶୀମାନେ କହିଛନ୍ତି । ବର୍ତ୍ତମାନ ଘଟଣାର ତଦନ୍ତ ଜାରି ରହିଛି । ପରବର୍ତ୍ତୀ ସମୟରେ ସତ୍ୟତା ସାମ୍ନାକୁ ଆସିବ ।"

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.