ETV Bharat / bharat

ତୁ ମରି ଗଲେ ମୁଁ ପ୍ରଥମ ସ୍ତ୍ରୀ ପାଖକୁ ପଳାଇବି, ସ୍ତ୍ରୀ ଆତ୍ମହତ୍ୟାର ଭିଡିଓ ରେକର୍ଡିଂ କଲା ସ୍ବାମୀ

author img

By ETV Bharat Odisha Team

Published : Dec 14, 2023, 2:11 PM IST

Husband recorded wife suicide video: ବଚସାରୁ ଜୀବନ ହାରିଲେ ମହିଳା । ସ୍ତ୍ରୀ ମୃତ୍ୟୁର ଭିଡିଓ ରେକର୍ଡିଂ କଲା କଲା ସ୍ବାମୀ । ଅଧିକ ପଢନ୍ତୁ

ସ୍ତ୍ରୀ ଆତ୍ମହତ୍ୟାର ଭିଡିଓ ରେକଡିଂ କଲା ସ୍ବାମୀ
man records video of wife committing suicide

ହାଇଦ୍ରାବାଦ: ଉଗ୍ରରୂପ ନେଲା ସ୍ବାମୀ ସ୍ତ୍ରୀଙ୍କ କଳି । ନିଶାସକ୍ତ ଅବସ୍ଥାରେ ନିଷ୍ଠୁର ପାଲଟି ଗଲା ସ୍ବାମୀ । ମଦ୍ୟପାନ ନଛାଡିଲେ ଆତ୍ମହତ୍ୟା କରିବାର ଧମକ ଦେଲା ସ୍ତ୍ରୀ । ସ୍ତ୍ରୀ ଜୀବନ ହାରିବା ବେଳେ ବଞ୍ଚାଇବା ବଦଳରେ ଭିଡିଓ ରେକର୍ଡିଂ କଲା ସ୍ବାମୀ । ମହିଳା ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ଏଭଳି ଘଟଣା ଘଟିଛି ହାଇଦ୍ରାବାଦ ଆସିଫନଗର ପୋଲିସ ଷ୍ଟେସନ ଅଧୀନରେ ଥିବା ସୟଦ ଆଲିଗୁଡାରେ । ମୃତ ମହିଳା ଜଣଙ୍କ ହେଉଛନ୍ତି ଆର୍ଶାବେଗମ । ତାଙ୍କ ସ୍ବାମୀ ହେଉଛନ୍ତି ଶେଖ ରସୁଲ ।

ଏହା ମଧ୍ୟ ପଢନ୍ତୁ-କଳହ ନେଲା ଉଗ୍ରରୂପ, ସ୍ତ୍ରୀ ଓ 2 ପିଲାଙ୍କୁ ନିର୍ମମ ଭାବେ ହତ୍ୟା କରି ଜୀବନ ହାରିଲେ ସ୍ବାମୀ

ଘଟଣାଟି ଥିଲା ଏମିତି: ଶେଖ ରସୁଲଙ୍କ ଦୁଇ ପତ୍ନୀ ଥିଲେ । ପ୍ରଥମ ପତ୍ନୀଙ୍କ 4 ସନ୍ତାନ ଥିବା ବେଳେ ସେ ତାଙ୍କୁ ଛାଡି ଆର୍ଶାବେଗମଙ୍କୁ ଦ୍ବିତୀୟ ବିବାହ କରିଥିଲେ । ତାଙ୍କର ଦୁଇଟି ସନ୍ତାନ ମଧ୍ୟ ଥିଲେ । ଶେଖ ରସୁଲ ପ୍ରତିଦିନ ମଦ୍ୟପାନ କରନ୍ତି । ଏହାକୁ ଅନେକ ସମୟରେ ବାରଣ କରୁଥିଲେ ତାଙ୍କ ଦ୍ବିତୀୟ ସ୍ତ୍ରୀ। ଅନେକ ସମୟରେ ମଦ୍ୟପାନ କରି ଆର୍ଶାବେଗମଙ୍କୁ ଶାରିରୀକ ଓ ମାନସିକ ନିର୍ଯାତନା ମଧ୍ୟ ଦିଅନ୍ତି । ଉଭୟଙ୍କ ମଧ୍ୟରେ ବଚସା ଲାଗି ରହୁଥିଲା । ଯାହା ପରବର୍ତ୍ତୀ ମୁହୁର୍ତ୍ତରେ ଉଗ୍ରରୂପ ଧାରଣା କରିଥିଲା । ଶେଖ ରସୁଲ ମଦ୍ୟପାନ କରିଥିବାରୁ ଡିସେମ୍ବର 11 ତାରିଖରେ ସ୍ତ୍ରୀଙ୍କ ସହ ବଚସା ହୋଇଥିଲା।

ଏହା ମଧ୍ୟ ପଢନ୍ତୁ-ପତ୍ନୀ ଓ ସନ୍ତାନକୁ ହତ୍ୟା କରିବା ପରେ ଆତ୍ମହତ୍ୟା କଲା ସ୍ବାମୀ

ସେ ମଦ ନଛାଡିଲେ ଆର୍ଶାବେଗମ ଜୀବନ ହାରିବେ ବୋଲି ସ୍ବାମୀଙ୍କୁ ଧମକ ଦେଇଥିଲେ । ଏହାପରେ ନିଶାସକ୍ତ ଅବସ୍ଥାରେ ଶେଖ ରସୁଲ ଥଟ୍ଟାରେ ସ୍ତ୍ରୀକୁ କହିଥିଲେ, ତୁ ମରିଗଲେ ମୁଁ ମୋ ପ୍ରଥମ ସ୍ତ୍ରୀ ପାଖକୁ ପଳାଇବି । ଏଥି ସହ ସେ କେବେ ଆଖି ଆଗରେ ଲାଇଭ୍‌ ମୃତ୍ୟୁ ଦେଖିନାହାନ୍ତି ବୋଲି କହିଥିଲେ । ଶେଷରେ ଆର୍ଶାବେଗମ ସ୍ବାମୀ ଆଗରେ ଝୁଲିପଡିଥିଲେ । କିନ୍ତୁ ସ୍ତ୍ରୀକୁ ବଞ୍ଚାଇବା ପରିବର୍ତ୍ତେ ସେ ଫୋନରେ ଭିଡିଓ ଉତ୍ତୋଳନ କରିଥିଲେ । ସ୍ତ୍ରୀର ମୃତ୍ୟୁ ହୋଇଥିବା ଜାଣିପାରିବା ପରେ ତାଙ୍କ ଭାଇଙ୍କୁ ଡାକି ଆର୍ଶାବେଗମ ଆତ୍ମହତ୍ୟା କରିଥିବା କହିଥିଲେ । ଏହି ଖବର ଚାରିଆଡେ ପ୍ରଚାର ହେବା ପରେ ସ୍ଥାନୀୟ ଲୋକେ ପୋଲିସକୁ ଖବର ଦେଇଥିଲେ । ଘଟଣାସ୍ଥଳରେ ପୋଲିସ ପହଞ୍ଚି ଅଭିଯୁକ୍ତ ଶେଖ ରସୁଲଖୁ ଗିରଫ କରିଥିଲା ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.