ETV Bharat / bharat

MPATG Missile: ସଫଳ ପରୀକ୍ଷଣ କଲା DRDO, ନିମିଶକେ ଧ୍ବଂସ ହେବ ଶତ୍ରୁର ଟ୍ୟାଙ୍କ - ମ୍ୟାନ୍-ପୋର୍ଟେବଲ୍ ଆଣ୍ଟି-ଟ୍ୟାଙ୍କ ଗାଇଡ୍ ମିସାଇଲ

ମ୍ୟାନ୍-ପୋର୍ଟେବଲ୍ ଆଣ୍ଟି-ଟ୍ୟାଙ୍କ ଗାଇଡ୍ ମିସାଇଲର ପରୀକ୍ଷଣ ସଫଳ । ସୂଚନା ଦେଲା DRDO । ଅଧିକ ପଢନ୍ତୁ

Man-Portable Anti-Tank Guided Missile: ସଫଳ ପରୀକ୍ଷଣ କଲା DRDO

author img

By

Published : Jan 11, 2022, 8:16 PM IST

ନୂଆଦିଲ୍ଲୀ: ଆଉ ଏକ ସଫଳ ପରୀକ୍ଷଣ କଲା ପ୍ରତିରକ୍ଷା ଅନୁସନ୍ଧାନ ଏବଂ ବିକାଶ ସଂଗଠନ (DRDO) । ଆଜି (ମଙ୍ଗଳବାର) ମ୍ୟାନ୍-ପୋର୍ଟେବଲ୍ ଆଣ୍ଟି-ଟ୍ୟାଙ୍କ ଗାଇଡ୍ ମିସାଇଲର (Man-Portable Anti-Tank Guided Missile) ପରୀକ୍ଷଣ ସଫଳତାର ସହ ଶେଷ ହୋଇଛି । ଏନେଇ DRDO ପରୀକ୍ଷଣ ସମୟର ଏକ ଭିଡିଓ ସହ ଟ୍ବିଟ କରି ସୂଚନା ଦେଇଛି ।

ତେବେ ଏହି ମ୍ୟାନ୍-ପୋର୍ଟେବଲ୍ ଆଣ୍ଟି-ଟ୍ୟାଙ୍କ ଗାଇଡ୍ ମିସାଇଲ ଅନ୍ତତ୍ୟ ହାଲୁକା ଓ ପ୍ରଭାବୀ ଭାବେ କାର୍ଯ୍ୟ କରିବ । ଏହାକୁ ସେନା ଯବାନ ମାନେ ସହଜରେ କ୍ୟାରି (ବୋହି ନେଇ ପାରିବେ) ମଧ୍ଯ କରିପାରିବେ । ଏହାକୁ ଅତି ସହଜରେ ଶତ୍ରୁ ପକ୍ଷର ଟ୍ୟାଙ୍କକୁ ପ୍ରତିହତ କରିବା ଦିଗରେ ବ୍ୟବହାର କରାଯାଇ ପାରିବ ।

ଆଜି ପୂର୍ବାହ୍ନରେ ଆଉ ଏକ ସଫଳ ପରୀକ୍ଷଣ କରିଥିଲା DRDO । ନୌସେନାର ସଦ୍ୟତମ ସ୍ବେଦେଶୀ ଯୁଦ୍ଧ ଜାହାଜ INS ବିଶାଖାପାଟଣାରୁ ବ୍ରହ୍ମୋସ୍ ସୁପରସୋନିକ୍ କ୍ରୁଜ୍ କ୍ଷେପଣାସ୍ତ୍ରର ଉନ୍ନତ ଭର୍ସନର ସଫଳ ପରୀକ୍ଷଣ କରାଯାଇଥିଲା । ତେବେ ଏହାର କିଛି ଘଣ୍ଟା ବ୍ୟବଧାନରେ ଆଣ୍ଟି-ଟ୍ୟାଙ୍କ କ୍ଷେପଣାସ୍ତ୍ରର ପରୀକ୍ଷଣ ମଧ୍ୟ ସଫଳ ହୋଇଛି । DRDOର ତତ୍ତ୍ବାବଧାନରେ ଭାରତୀୟ ସଶସ୍ତ୍ର ବଳ ଗୋଟିଏ ପରେ ଗୋଟିଏ ଅତ୍ୟାଧୁନିକ ଅସ୍ତ୍ରଶସ୍ତ୍ରର ଅଧିକାରୀ ହେବାରେ ଲାଗିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.