ETV Bharat / bharat

ସ୍ତ୍ରୀର ଗଳା କାଟି ହତ୍ୟା, ଅତ୍ୟଧିକ ସୋସିଆଲ ମିଡିଆ ବ୍ୟବହାର ନେଇ ଅତିଷ୍ଠ ଥିଲା ଅଭିଯୁକ୍ତ

ଅତ୍ୟଧିକ ସୋସିଆଲ ମିଡିଆ ବ୍ୟବହାର ହେଲା କାଳ । ଅତିଷ୍ଠ ହୋଇ ସ୍ତ୍ରୀର ଗଳା କାଟି ହତ୍ୟା କଲା ସ୍ବାମୀ । ଅଧିକ ପଢନ୍ତୁ

author img

By ETV Bharat Odisha Team

Published : Nov 24, 2023, 7:57 PM IST

Man kills wife over use of social media
Man kills wife over use of social media

କୋଲକାତା: ପଶ୍ଚିମବଙ୍ଗ ଜୟାନଗର ପୋଲିସ ଷ୍ଟେସନ ଅଧୀନ ସାଉଥ ୨୪ ପ୍ରଗଣାରେ ଶୁକ୍ରବାର ଘଟିଛି ଛାତିଥରା ଘଟଣା । ନିଜ ସ୍ତ୍ରୀକୁ ପନିକିରେ ହାଣି ହତ୍ୟା କରିଛି ଅଭିଯୁକ୍ତ ସ୍ବାମୀ । ଦୟନୀୟ ଭାବେ ସ୍ତ୍ରୀର ଗଳାକାଟି ହତ୍ୟା କରିଥିବା ବେଳେ ରକ୍ତରେ ଜୁଡୁବୁଡୁ ହୋଇଥିଲା ପୁରା ଘର । ଯାହାକୁ ଦେଖି ପୋଲିସ ମଧ୍ୟ ଅବାକ ହୋଇପଡ଼ିଥିଲା । ତେବେ ଅଭିଯୁକ୍ତ ସ୍ବାମୀ ପତ୍ନୀର ଅତ୍ୟଧିକ ସୋସିଆଲ ମିଡିଆ ବ୍ୟବହାର ନେଇ ଅତିଷ୍ଠ ଥିଲା ଏବଂ ଏନେଇ ଉଭୟଙ୍କ ମଧ୍ୟରେ ବଚସା ଲାଗି ରହୁଥିବା ବେଳେ ବାରମ୍ବାର ହତ୍ୟା କରିବା ଲାଗି ସ୍ବାମୀ ଧମକ ମଧ୍ୟ ଦେଉଥିବା ଜଣାପଡ଼ିଛି ।

ଏହି ମୃତ ମହିଳାଙ୍କ ନାମ ଅପର୍ଣ୍ଣା ବୈଦ୍ୟ (୨୮) ବୋଲି ଜଣାପଡ଼ିଛି । ଏହି ହତ୍ୟାକାଣ୍ଡ ଘଟାଇବା ପରେ ଅଭିଯୁକ୍ତ ସ୍ବାମୀ ପ୍ରମିଳା ବୈଦ୍ୟ (୩୫) ଫେରାର ରହିଛି । ଏହି ହତ୍ୟାକାଣ୍ଡ ସମ୍ପର୍କରେ ପୋଲିସ ଖବର ପାଇବା ପରେ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚିଥିଲା । ସେଠାରୁ ରକ୍ତ ଜୁଡୁବୁଡୁ ଅବସ୍ଥାରେ ମହିଳାଙ୍କ ମୃତଦେହ ସାଙ୍ଗକୁ ହତ୍ୟାରେ ବ୍ୟବହୃତ ହୋଇଥବା ପନିକିକୁ ଜବତ କରାଯାଇଛି । ଏହାପରେ ପୋଲିସ ମୃତଦେହକୁ ବ୍ୟବଚ୍ଛେଦ ଲାଗି ନିକଟସ୍ଥ ସ୍ବାସ୍ଥ୍ୟକେନ୍ଦ୍ରକୁ ପଠାଇବା ସହିତ ଫେରାର ଥିବା ଅଭିଯୁକ୍ତ ସ୍ବାମୀକୁ ଖୋଜୁଛି ।

ଏହା ବି ପଢନ୍ତୁ- ରିଲ୍ସ ତିଆରି କରିବାରୁ ପତ୍ନୀକୁ ହତ୍ୟା କଲା ସ୍ବାମୀ, ଅଭିଯୁକ୍ତ ଗିରଫ

ମୃତ ମହିଳାଙ୍କ ପୁଅ ଆୟନ ବୈଦ୍ୟ ଏହି ହତ୍ୟାକାଣ୍ଡ ସମ୍ପର୍କରେ କହିଛନ୍ତି, " ଅନେକ ଦିନ ଧରି ମୋ ପିତାମାତାଙ୍କ ମଧ୍ୟରେ ମୋବାଇଲ ଫୋନ ଓ ସୋସିଆଲ ମିଡିଆ ବ୍ୟବହାର ନେଇ ବଚସା ଲାଗି ରହୁଥିଲା । ବାପା ମାଆକୁ ଜୀବନରୁ ମାରି ଦେବା ଲାଗି ଅନେକ ଥର ଧମକ ମଧ୍ୟ ଦେଉଥିଲେ । ଆଜି ମୁଁ ଟ୍ୟୁସନକୁ ଯିବା ସମୟରେ ମଧ୍ୟ ଉଭୟ ଝଗଡ଼ା କରୁଥିଲେ । ଆଉ ଯେତେବେଳେ ମୁଁ ଟ୍ୟୁସନରୁ ଫେରିଥିଲି, ସେତେବେଳେ ରୋଷେଇ ଘର ମାଆକୁ ରକ୍ତ ଜୁଡୁବୁଡୁ ଅବସ୍ଥାରେ ଦେଖିବାକୁ ପାଇଥିଲି । ମୋ ବାପା ସେତେବେଳେ ଘରେ ନଥିଲେ ।" ଏହା କହି ଆୟନ ଖୁବ ଜୋରରେ କାନ୍ଦିଥିଲା ।

ସେପଟେ ସ୍ଥାନୀୟ ବାସିନ୍ଦାଙ୍କ କହିବାନୁସାରେ ଅପର୍ଣ୍ଣା ବୈଦ୍ୟ ଓ ପ୍ରମିଳା ବୈଦ୍ୟ ମାଗ୍ରାହାଟ ଅଞ୍ଚଳର ହୋଇଥିବା ବେଳେ ଉଭୟଙ୍କ ବିବାହକୁ ପ୍ରାୟ ୧୭ବର୍ଷ ପୁରିଲାଣି । ଅପର୍ଣ୍ଣା କିଛି ଦିନ ଧରି ସୋସିଆଲ ମିଡିଆରେ ରିଲ୍ସ କରୁଥିଲା । ସୋସିଆଲ ମିଡିଆରେ ଅପର୍ଣ୍ଣାର ବହୁ ସାଙ୍ଗ ମଧ୍ୟ ଥିଲେ । ତେବେ ମହିଳା ଜଣକ ଅଧିକାଂଶ ସମୟ ଏହି ସାଙ୍ଗମାନଙ୍କ ସହିତ କଥାବାର୍ତ୍ତା କରୁଥିବା ଯୋଗୁଁ ଅଭିଯୁକ୍ତ ସ୍ବାମୀ ଖୁସିନଥିଲେ । ଏହାକୁ ନେଇ ଉଭୟଙ୍କ ମଧ୍ୟରେ ଝଗଡ଼ା ହେଉଥିଲା ।

ସୂଚନା ଥାଉ କି ମୃତ ମହିଳା ଅପର୍ଣ୍ଣାଙ୍କ ଗୋଟିଏ ଝିଅ ଓ ଗୋଟିଏ ପୁଅ ଅଛନ୍ତି । ପୁଅ ଆୟନ ଷଷ୍ଠ ଶ୍ରେଣୀରେ ପାଠ ପଢୁଥିବା ବେଳେ ଝିଅ ନର୍ସରୀରେ ପଢୁଛି । ଗତ କିଛି ଦିନ ପୂର୍ବେ ଅତ୍ୟଧିକ ସୋସିଆଲ ମିଡିଆ ବ୍ୟବହାର ନେଇ ଉଭୟଙ୍କ ମଧ୍ୟରେ ଝଗଡ଼ା ହେବାରୁ ଅପର୍ଣ୍ଣା କିଛି ଦିନ ପର୍ଯ୍ୟନ୍ତ ବାହାରେ ରହୁଥିଲେ ବୋଲି ମଧ୍ୟ ଜଣାପଡ଼ିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.