ଚଣ୍ଡିଗଡ଼: ଝିଅ ପ୍ରେମ କରୁଥିବା ଜଣିବା ପରେ ଉତ୍ତେଜିତ ବାପାର ଉନ୍ମକ୍ତକାଣ୍ଡ । ଝିଅ ପ୍ରେମିକର ପରିବାରର 4 ସଦସ୍ୟଙ୍କୁ ଗୁ୍ଳି କରି ହତ୍ୟା କରିଥିବା ପରି ଲୋମ ଟାଙ୍କୁରା ଘଟଣା ସମ୍ନାକୁ ଆସିଛି । ଏପରି ଅଭାବନୀୟ ଘଟଣା ଘଟିଛି ପଞ୍ଜାବର ବାଟଲା ଅଞ୍ଚଳର ବଲୱାଲ ଗାଁରେ । ଏପରି ନାରକୀୟ କାଣ୍ଡ ଘଟାଇଥିବା ଅଭିଯୁକ୍ତ ଜଣଙ୍କ ବଲୱାଲ ଗାଁର ବାସିନ୍ଦା ସୁଖଜିନ୍ଦର ସିଂ ବୋଲି ଜଣାପଡିଛି ।
ଝିଅ ସ୍ଥାନୀୟ ଜଣେ ଯୁବକ ଜରମାନଜିତ ସିଂଙ୍କୁ ପ୍ରେମ କରୁଥିବା ଜାଣିବାକୁ ପାଇ ଉତ୍ତେଜିତ ହୋଇ ଉଠିଥିଲେ ସୁଖଜିନ୍ଦର ସିଂ। ରବିବାର ସକାଳେ ଝିଅର ପ୍ରେମିକ ଜରମାନଜିତ ସିଂଙ୍କ ପାରିବାରିକ ଫାର୍ମରେ ପହଞ୍ଚିଥିଲା ଅଭିଯୁକ୍ତ । ଯେଉଁଠାରେ ପ୍ରେମିକର ବାପା ସୁଖବିନ୍ଦର ସିଂଙ୍କ ସହ ଅନ୍ୟ କିଛି ଯୁବକ ଉପସ୍ଥିତ ଥିଲେ । ଝିଅର ବାପା ଗୁଳି ଚଳାଇ ସୁଖବିନ୍ଦର ସିଂଙ୍କୁ ଘଟଣାସ୍ଥଳରେ ହତ୍ୟା କରିଥିବାବେଳେ ପ୍ରେମିକର ଜେଜେବାପା ମଙ୍ଗଲ ସିଂ, ମାମୁଁ ଜସବୀର ସିଂ, ସମ୍ପର୍କୀୟ ବାବୁଦୀପ ଏବଂ ଅନ୍ୟ ଜଣେ ସମ୍ପର୍କୀୟ ଯଶାନଙ୍କୁ ଗୁଳିକରି ହତ୍ୟା କରିଥିଲେ ।
ଏହି ଘଟଣାରେ ଆହତ ହୋଇଛି ଝିଅର ପ୍ରେମିକ ଜରମାନଜିତ ସିଂ । ସେପଟେ ଅଭିଯୁକ୍ତ ସୁଖଜିନ୍ଦର ସିଂ ଫେରାର ହୋଇଯାଇଛି । ଏହି ଘଟଣାରେ ଏକ ମାମଲା ରୁଜୁ ହୋଇ ତଦନ୍ତ ଆରମ୍ଭ ହୋଇଛି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ