ETV Bharat / bharat

ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କୁ ବୋମାରେ ଉଡାଇବାକୁ ଧମକ, ଜଣେ ଗିରଫ

author img

By

Published : Mar 23, 2023, 9:02 AM IST

ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କୁ ବୋମାରେ ଉଡାଇବାକୁ ଧମକ ଦେବା ଘଟଣାରେ ଜଣେ ଗିରଫ । ଅଧିକ ପଢନ୍ତୁ

ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କୁ ବୋମାରେ ଉଡାଇବାକୁ ଧମକ

ଗାନ୍ଧୀନଗର: ଦୁଇ ଦିନ ତଳେ ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କୁ ହତ୍ୟା ଧମକ ମିଳିଥିଲା । କେହି ଜଣେ ଅଜଣା ବ୍ୟକ୍ତି ଫୋନ କରି ନୀତିଶଙ୍କୁ ବୋମାରେ ଉଡାଇ ଦେବାକୁ ଧମକ ଦେଇଥିଲା । ଏନେଇ ପୋଲିସର ତନଘନା ପରେ ଧମକ ଦେଇଥିବା ଅଭିଯୁକ୍ତ ଧରାପଡିଛି । ଗତକାଲି(ବୁଧବାର) ବିହାର ପୋଲିସ ଗୁଜୁରାଟ ସୁରଟରୁ ତାକୁ ଗିରଫ କରିଛି । ଅଭିଯୁକ୍ତର ନାମ ଅଙ୍କିତ ମିଶ୍ରା । ସେ ସୁରଟରେ ଗୋଟିଏ ଟେକ୍ସଟାଇଲ ଫ୍ୟାକ୍ଟ୍ରିରେ ଶ୍ରମିକ ଭାବେ କାର୍ଯ୍ୟ କରୁଥିବା ଜଣାପଡିଛି ।

ସୂଚନା ମୁତାବକ, ଗତ ସୋମବାର ସନ୍ଧ୍ୟାରେ ପାଟନାର ଏକ ନ୍ୟୁଜ ଚ୍ୟାନେଲକୁ ଅଜଣା କଲ୍ ଆସିଥିଲା । କଲ୍ କରିଥିବା ବ୍ୟକ୍ତି ୩୬ ଘଣ୍ଟା ଭିତରେ ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କୁ ବୋମାରେ ଉଡାଇ ଦେବ ବୋଲି ଧମକ ଦେଇଥିଲା । ଏ ସମ୍ପର୍କରେ ପାଟନା ସ୍ଥିତ ସଚିବାଳୟ ପୋଲିସ ଷ୍ଟେସନରେ ଅଭିଯୋଗ ପରେ ପୋଲିସ ତଦନ୍ତ ଆରମ୍ଭ କରିଥିଲା । ବିହାର ପୋଲିସର ଟେକ୍ନିକାଲ ସର୍ଭିଲାନ୍ସ ଟିମ୍ ଛାନଭିନ୍ କରିବା ପରେ ସୁରଟରୁ ଏହି କଲ୍ ଆସିଥିବା ଜଣାପଡିଥିଲା ।

ଏହାପରେ ବିହାର ପୋଲିସ ସୁରଟ ପୋଲିସ ସହ ଯୋଗାଯୋଗ କରି ଅଭିଯୁକ୍ତକୁ ଧରିବାକୁ ସହାୟତା ମାଗିଥିଲା । ଶେଷରେ ଗତକାଲି(ବୁଧବାର) ସୁରଟର ଲସକନ ଅଞ୍ଚଳରୁ ଅଭିଯୁକ୍ତ ଧରାପଡିଛି । ଅଭିଯୁକ୍ତ ଜଣକ ସ୍ଥାନୀୟ ଏକ ଟେକ୍ସଟାଇଲ କାରଖାନାରେ କାର୍ଯ୍ୟରତ ଶ୍ରମିତ ଅଙ୍କିତ ମିଶ୍ରା ବୋଲି ପରିଚୟ ମିଳିଥିବାବେଳେ ତାକୁ ପାଟନା ପୋଲିସକୁ ହସ୍ତାନ୍ତର କରାଯାଇଛି । ତେବେ ପ୍ରାଥମିକ ତଦନ୍ତରୁ ଜଣାପଡିଛି ଯେ, ଅଙ୍କିତର ଘର ବିହାରରେ । ବିଗତ ୬ ବର୍ଷ ହେଲା ସୁରଟରେ ଶ୍ରମିକ ଭାବେ କାର୍ଯ୍ୟ କରୁଥିଲା । ତେବେ କାହିଁକି ସେ ମୁଖ୍ୟମନ୍ତ୍ରୀଙ୍କୁ ହତ୍ୟା ପାଇଁ ଧମକ ଦେଇଥିଲା ତାହା ଏଯାଏଁ ଜଣାପଡିନି । ପୋଲିସ ଅଧିକ ତଦନ୍ତ ଜାରି ରଖିଛି ।

ଏହାମଧ୍ୟ ପଢନ୍ତୁ: ବିନା ବରରେ କନ୍ୟା ଘରକୁ ଗଲା ବରଯାତ୍ରୀ, ଟିଭି ସ୍କ୍ରିନରେ ଯୋଡ଼ିହେଲେ ବରକନ୍ୟା

ପ୍ରକାଶଥାଉ କି, ଗତ ମଙ୍ଗଳବାର ଦିନ କେନ୍ଦ୍ର ସଡକ ପରିବହନ ମନ୍ତ୍ରୀ ନୀତିନ ଗଡକରୀଙ୍କୁ ଧମକପୂର୍ଣ୍ଣ କଲ୍ ଆସିଥିଲା । କେହି ଜଣେ କଲ୍ କରି କେନ୍ଦ୍ରମନ୍ତ୍ରୀଙ୍କୁ ୧୦ କୋଟି ଟଙ୍କା ଦେବା ପାଇଁ ଦାବି କରିଥିଲା । ଫୋନ କରିଥିବା ବ୍ୟକ୍ତି ନିଜକୁ ଜୟଶ କାନ୍ତା ବୋଲି ପରିଚୟ ଦେଇଥିଲା । ଏହାପରେ ଗଡକରୀଙ୍କ ବାସଭବନ ଏବଂ କାର୍ଯ୍ୟାଳୟରେ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଥିଲା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.