ETV Bharat / bharat

ଗୁପ୍ତଚର ଅଭିଯୋଗରେ ଯୁବକଙ୍କୁ ଗିରଫ କଲା ଦିଲ୍ଲୀ ପୋଲିସ ସ୍ପେଶାଲ ସେଲ

author img

By

Published : Apr 17, 2021, 10:48 PM IST

ଭାରତୀୟ ସେନାର ତଥ୍ୟ ବିଦେଶକୁ ଯୋଗାଇବା ଅଭିଯୋଗରେ ଜଣେ ଗିରଫ । ଅଧିକ ପଢନ୍ତୁ...

ଗୁପ୍ତଚର ଅଭିଯୋଗରେ ଯୁବକଙ୍କୁ ଗିରଫ କଲା ଦିଲ୍ଲୀ ପୋଲିସ ସ୍ପେସାଲ ସେଲ

ନୂଆଦିଲ୍ଲୀ : ଭାରତୀୟ ସେନାର ତଥ୍ୟ ବିଦେଶୀ ଗୁଇନ୍ଦାକୁ ଯୋଗାଇବା ଅଭିଯୋଗରେ ଜଣଙ୍କୁ ଗିରଫ କଲା ଦିଲ୍ଲୀ ପୋଲିସର ସ୍ପେଶାଲ ସେଲ । ଗିରଫ ଅଭିଯୁକ୍ତର ନାଁ ହରପାଲ ସିଂ ଓ ସେ ପଞ୍ଜାବର ତାରଣ ଅଞ୍ଚଳର ବାସିନ୍ଦା ବୋଲି ଜଣାପଡିଛି । ସେ ଭାରତୀୟ ସେନାର ଗତିବିଧି ସମ୍ପର୍କରେ ବହୁ ଗୁରୁତ୍ବପୂର୍ଣ୍ଣ ସୂଚନା ବିଦେଶୀ ଗୁଇନ୍ଦା ଏଜେନ୍ସିକୁ ପ୍ରେରଣ କରିଥିବା ଖବର ପାଇଥିଲା ପୋଲିସ । ଆଜି ତାକୁ ଗିରଫ କରାଯାଇଛି ।

ଦିଲ୍ଲୀ ପୋଲିସର କ୍ରାଇମବ୍ରାଞ୍ଚ ସ୍ପେଶାଲ ସେଲ ଡିସିପି ସଞ୍ଜୀବ ଯାଦବଙ୍କ ସୂଚନା ଅନୁସାରେ ହରପାଲ ଭାରତୀୟ ସେନା, ସୀମା ସୁରକ୍ଷା ବଳ ଓ ଭାରତ- ପାକ ସୀମାରେ ଥିବା ସେନା ବଙ୍କର ଗୁଡିକର ଅବସ୍ଥିତି ଭଳି ଆଭ୍ୟନ୍ତରୀଣ ସାମରିକ ରଣନୀତି ସମ୍ପର୍କରେ ବହୁ ଗୁରୁତ୍ବପୂର୍ଣ୍ଣ ତଥ୍ୟ ବିଦେଶକୁ ପ୍ରେରଣ କରିଛି । ତେବେ ଦୀର୍ଘ ଦିନ ଧରି ସୂଚନା ରହିଥିଲେ ସୁଦ୍ଧା ତାର ଗତିବିଧି ଉପରେ ଦୃଷ୍ଚି ରଖିଥିଲା ପୋଲିସ । ଶେଷରେ ଆଜି ତାକୁ ଗିରଫ କରାଯାଇଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.