ETV Bharat / bharat

ଯମୁନା ଏକ୍ସପ୍ରେସଓ୍ୱେରେ ଯୁବକଙ୍କୁ 11 KM ଘୋଷାଡି ନେଲା କାର

author img

By

Published : Feb 7, 2023, 7:37 PM IST

ଯମୁନା ଏକ୍ସପ୍ରେସ-ଓ୍ବେର ଯୁବକଙ୍କୁ 11 କି.ମି ଘୋଷାଡି ନେଲା କାର । ଟୋଲପ୍ଲାଜାରେ ଅଟକିବା ପରେ ପୋଲିସକୁ ମିଳିଲା ସୂଚନା । କାର ଡ୍ରାଇଭର ଗିରଫ । ଅଧିକ ପଢନ୍ତୁ

ଯମୁନା ଏକ୍ସପ୍ରେସଓ୍ବେର ଯୁବକଙ୍କୁଲ 11 କିମି ଘୋଷାଡି ନେଲା କାର

ହାଇଦ୍ରାବାଦ: ଉତ୍ତର ପ୍ରଦେଶରେ ଏକ କାର ଜଣେ ବ୍ୟକ୍ତିଙ୍କୁ ଧକ୍କା ଦେବା ପରେ ପ୍ରାୟ 11 କି.ମି ପର୍ଯ୍ୟନ୍ତ ଘୋଷାଡି ନେଇଛି । ନୋଇଡା-ଆଗ୍ରା ଯମୁନା ଏକ୍ସପ୍ରେସ-ଓ୍ବେରେ ଗତକାଲି (ସୋମବାର) ରାତିରେ ଏପରି ଅଘଟଣ ଘଟିଛି । କାରଟି ଦୁର୍ଘଟଣାସ୍ଥଳରୁ ଯାଇ ଦୀର୍ଘ 11 କି.ମି ଦୂରରେ ଥିବା ମଥୁରାର ମନ୍ତ ଟୋଲପ୍ଲାଜା ନିକଟରେ ଅଟକିଥିଲା । କାରରେ ଏକ ମୃତଦେହ ଝୁଲନ୍ତା ଅବସ୍ଥାରେ ଲାଗି ରହିଥିବା ଦେଖି ଟୋଲପ୍ଲାଜା କର୍ମଚାରୀ ପୋଲିସକୁ ସୂଚନା ଦେଇଥିଲେ । ପୋଲିସ ଘଟଣାସ୍ଥଳରେ ପହଞ୍ଚି ସମ୍ପୃକ୍ତ ଡ୍ରାଇଭରକୁ ଗିରଫ କରିଛି । ମୃତଦେହ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଛି । ମୃତକଙ୍କ ପରିଚୟ ସ୍ପଷ୍ଟ ହୋଇନାହିଁ ।

ସ୍ଥାନୀୟ ଏସଏସପି ଶୈଳେଶ କୁମାର ପାଣ୍ଡେଙ୍କ ସୂଚନା ଅନୁସାରେ, ଗିରଫ ଡ୍ରାଇଭର ହେଲା ଦିଲ୍ଲୀର ବିରେନ୍ଦ୍ର ସିଂ । ଘନ କୁହୁଡି ଯୋଗୁ ସେ ଦୁର୍ଘଟଣା ସମ୍ପର୍କରେ ଜାଣିପାରିନଥିବା ପୋଲିସ ନିକଟରେ ପ୍ରକାଶ କରିଛି । ଗାଡି ତଳେ ଜଣେ ବ୍ୟକ୍ତି ଲାଗିରହିଥିବା ଜାଣିନଥିବା ଡ୍ରାଇଭର ବିରେନ୍ଦ୍ର କହିଛି । ତାକୁ ଗିରଫ କରାଯିବା ସହ କାରକୁ ଜବତ କରାଯାଇଛି । ତଦନ୍ତ ଆରମ୍ଭ ହୋଇଛି । ମୃତକଙ୍କ ପରିଚୟ ସ୍ପଷ୍ଟ କରିବାକୁ ମଧ୍ୟ ପ୍ରୟାସ ଜାରି ରହିଛି । ତଦନ୍ତର ଅଗ୍ରଗତି ଆଧାରରେ ପରବର୍ତ୍ତୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ ହେବା ନେଇ ସେ ସୂଚନା ଦେଇଛନ୍ତି ।

ଡ୍ରାଇଭର ଏହା ମଧ୍ୟ ସୂଚନା ଦେଇଛି ଯେ, ସେ ଆଗ୍ରାରୁ ନୋଇଡା ଆସୁଥିଲା । ରାସ୍ତାରେ ଘନ କୁହୁଡି ଥିଲା ସେ କେତେବେଳେ ଦୁର୍ଘଟଣା ଘଟିଲା ତାହା ମଧ୍ୟ ଜାଣିନି । ଟୋଲପ୍ଲାଜା ଅଟକିବା ପରେ ଗାଡି ତଳେ ଏକ ମୃତଦେହ ଲାଖି ରହିଥିବା ସେ ଟୋଲପ୍ଲାଜା କର୍ମଚାରୀଙ୍କ ଠାରୁ ଜାଣିବାକୁ ପାଇଥିଲା । ଟୋଲପ୍ଲାଜା କର୍ମଚାରୀ ପୋଲିସକୁ ଖବର ଦେବା ପରେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଉଦ୍ଧାର କରି କାର ଡ୍ରାଇଭରକୁ ଗିରଫ କରିଛି ।

ନୂଆବର୍ଷ ପୂର୍ବରାତିରେ ଦିଲ୍ଲୀରେ ହୋଇଥିବା ହରର-କାର ଅଘଟଣ ସମଗ୍ର ଦେଶକୁ ଦୋହଲାଇ ଦେଇଥିଲା । ଏଥିରେ ଜଣେ 20 ବର୍ଷୀୟା ସ୍କୁଟି ଆରୋହୀ ଯୁବତୀଙ୍କୁ ଏକ ସୁଜୁକି ବାଲେନୋ କାର ଧକ୍କା ଦେବା ପରେ ପ୍ରାୟ 12 କି.ମି ଘୋଷାଡି ନେବା ଫଳରେ ଯୁବତୀଙ୍କର ଶୋଚନୀୟ ମୃତ୍ୟୁ ହୋଇଥିଲା । ଏହି ଘଟଣା ସମଗ୍ର ଦେଶରେ ଚହଳ ପକାଇଥିବା ବେଳେ ଜାତୀୟ ରାଜଧାନୀରେ ପୁଣି ମହିଳା ସୁରକ୍ଷା ପ୍ରସଙ୍ଗ ଉଠିଥିଲା । ଏହି ଘଟଣାର ତଦନ୍ତଭାର ସିବିଆଇକୁ ହସ୍ତାନ୍ତର କରିବା ପାଇଁ ଦିଲ୍ଲୀ ମହିଳା କମିଶନ ଅଧ୍ୟକ୍ଷା ସ୍ବାତୀ ମାଲିଓ୍ବଲ ସୁପାରିଶ ମଧ୍ୟ କରିଥିଲେ । ଘଟଣାରେ ମୋଟ 7ଜଣଙ୍କୁ ଗିରଫ କରାଯିବା ସହ 11ପୋଲିସ କର୍ମୀଙ୍କୁ ମଧ୍ୟ ନିଲମ୍ବିତ କରାଯାଇଥିଲା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.