ବେଙ୍ଗାଲୁରୁ: ସରିଥିଲା ନିର୍ବନ୍ଧ । ଆଉ ଦିନ କେଇଟା ପରେ ପଡିଥାନ୍ତା ହାତଗଣ୍ଠି । ବାହାଘର ପରେ ନୂଆ ଜୀବନର ଆରମ୍ଭ ନେଇ ଉତ୍ସାହିତ ଥିଲେ ଯୁବକ । କିନ୍ତୁ ସ୍ବପ୍ନ ପୂରଣ ହେବାକୁ ଦେଲେ ନାହିଁ ଯୁବତୀର ପରିବାର ଲୋକେ । ବାହାଘର ପାଇଁ ମନା କରିବାରୁ ଚରମ ପନ୍ଥା ଆପଣାଇଲେ ଯୁବକ। ନିନ୍ଦା ଅପବାଦ ସହିନପାରି କରିଲା ଆତ୍ମହତ୍ୟା(man dies by suicide after fiances family calls off wedding)। ଏଭଳି ଘଟଣା ଦେଖିବାକୁ ମିଳିଛି ବେଙ୍ଗାଲୁରୁରେ । ମୃତ ଯୁବକଙ୍କ ନାମ ମୋହନ କୁମାର ହୋଇଥିବା ବେଳେ ତାଙ୍କ ବୟସ 29 ବର୍ଷ ହୋଇଥିବା ସୂଚନା । ଏନେଇ ଥାନାର ଦ୍ବାରସ୍ଥ ହୋଇଛନ୍ତି ଯୁବକଙ୍କ ବାପା।
ଅଭିଯୋଗ ଅନୁସାରେ, ମୋହନ ଏବଂ କାବ୍ୟାଶ୍ରୀଙ୍କ ବିବାହ ସ୍ଥିର ହୋଇଥିଲା । ଉଭୟେ ଯୁବକ ଯୁବତୀ ବାହାଘରକୁ ନେଇ ଆନନ୍ଦ ମଧ୍ୟ ରହିଥିଲେ । ମୋହନଙ୍କ ଘର ମଗାଡିର ଥିପାସନ୍ଦାରାରେ ହୋଇଥିବା ବେଳେ ସେ ଏକ ବେସରକାରୀ କାମ୍ପାନୀରେ କାମ କରୁଥିଲେ। କାବ୍ୟାଶ୍ରୀଙ୍କ ଘର ମଧ୍ୟ ମହୋନଙ୍କ ଘର ପାଖେ ଥିଲା । ଯୁବତୀଙ୍କ ପରିବାର ଲୋକଙ୍କ ଆର୍ଥିକ ସ୍ଥିତି ଠିକ ନଥିବା କାରଣରୁ ବାହାଘର ପରେ କାବ୍ୟାଙ୍କୁ ପାଠ ପଢାଇବା ପାଇଁ ପ୍ରତିଶୃତି ଦେଇଥିଲା । ଏହାସହ ବାହାଘର ଖର୍ଚ୍ଚ ପାଇଁ ମୋହନଙ୍କ ପରିବାର ଲୋକ କାବ୍ୟାଙ୍କ ପରିବାରକୁ 10 ଲକ୍ଷ ଟଙ୍କା ମଧ୍ୟ ଦେଇଥିଲେ ।
ତେବେ ହଠାତ କୌଣସି କାରଣ ପାଇଁ ବାହାଘର ପାଇଁ ଅରାଜି ହୋଇଥିଲେ କାବ୍ୟାଙ୍କ ପରିବାର ଲୋକେ । ସେମାନେ ବାହାଘର ପାଇଁ ମନା କରି ଦେଇଥିଲେ । ଏହାପରେ ମୋହନଙ୍କ ପରିବାର ଲୋକେ ସମସ୍ୟା ବୁଝି ସମାଧାନ କରିବା ପାଇଁ କାବ୍ୟାଙ୍କ ଘରକୁ ଯାଇଥିଲେ। କିନ୍ତୁ ସେମାନେ ଉଭୟଙ୍କୁ ଗାଳି ଗୁଲଜ କରିବା ସହ ବାହା କରିବା ପାଇଁ ମନା କରିଦେଇଥିଲେ । ଏହାସହ ମୋହନ ଦେଇଥିବା 10 ଲକ୍ଷ ଟଙ୍କା ମଧ୍ୟ ଦେବାକୁ ମନା କରିଦେଇଥିଲେ । ଏହି କଥାକୁ ମୋହନ ସହି ନପାରି ଘରେ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି।
ଏହା ମଧ୍ୟ ପଢନ୍ତୁ: ଲୁଟ୍ ବେଳେ ପ୍ରତିବାଦ କରିବାରୁ ଆକ୍ରମଣ: ସ୍ବାମୀ ମୃତ, ସ୍ତ୍ରୀ ଗୁରୁତର
ଏହି ଘଟଣାକୁ ନେଇ ଥାନାରେ ଏକ ଏତଲା ଦେଇଛନ୍ତି ମୋହନଙ୍କ ବାପା ରଙ୍ଗସ୍ବାମୀ(60)। କାବ୍ୟାଶ୍ରୀ, ତାଙ୍କ ମାଆ ଏବଂ ଅନ୍ୟ ଜଣେ ସମ୍ପର୍କୀୟଙ୍କ ନାମରେ ଏତଲା ଦେଇଛନ୍ତି । ତେବେ ଏତଲା ଅନୁସାରେ ତଦନ୍ତ ଆରମ୍ଭ କରିଥିଲା ପୋଲିସ । ସେପ୍ଟେମ୍ବର 17 ତାରିଖରେ କାବ୍ୟାଶ୍ରୀଙ୍କୁ ପଇସା ଦେବା କଥା ସୁଇସାଇଡ ନୋଟରେ ଲେଖିଥିବା ନେଇ ସୂଚନା ଦେଇଛନ୍ତି ପୋଲିସ ଅଧିକାରୀ । ବର୍ତ୍ତମାନ ତଦନ୍ତ ଜାର ରଖିଛି ପୋଲିସ ।