ETV Bharat / bharat

ବିଜେପି ବିଧାୟକ ଶୁଭେନ୍ଦୁ ଅଧିକାରୀଙ୍କ କାର ଧକ୍କାରେ ଯୁବକ ମୃତ ! - ଶୁଭେନ୍ଦୁ ଅଧିକାରୀଙ୍କ କାର ଧକ୍କାରେ ଯୁବକ ମୃତ

ଶୁଭେନ୍ଦୁ ଅଧିକାରୀଙ୍କ କାର ଧକ୍କାରେ ଯୁବକ ମୃତ ହୋଇଥିବା ଅଭିଯୋଗ। ରାସ୍ତାରୋକ କଲେ ସ୍ଥାନୀୟ ଲୋକେ। ଅଧିକ ପଢନ୍ତୁ

Man dies after being hit by car of bjp mla

author img

By

Published : May 5, 2023, 8:44 AM IST

କୋଲକାତା: ପଶ୍ଚିମବଙ୍ଗରେ ସଡକ ଦୁର୍ଘଟଣାରେ ଯୁବକଙ୍କ ମୃତ୍ୟୁ । ବିଜେପି ବିଧାୟକ ଶୁଭେନ୍ଦୁ ଅଧିକାରୀଙ୍କ କାର ଧକ୍କାରେ ଯୁବକଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ । ପୂର୍ବ ମେଦିନାପୁର ଚାନ୍ଦିପୁରରେ ଏପରି ଘଟଣା ଘଟିଥିବା ସୂଚନା ମିଳିଛି । ମୃତକ ଜଣଙ୍କ ହେଉଛନ୍ତି ଶେଖ ଇସ୍ରାଫିଲ । ରୋଡ ସାଇଡରେ ଛିଡା ହୋଇଥିବା ବେଳେ ଯୁବକଙ୍କୁ ଶୁଭେନ୍ଦୁ ଅଧିକାରୀଙ୍କ ଗାଡି ଧକ୍କା ଦେଇଥିବା ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି ।

ଜଣେ ପ୍ରତ୍ୟକ୍ଷଦର୍ଶୀ ଅଭିଯୋଗ କରିଛନ୍ତି ଯେ ରାସ୍ତାରେ ଛିଡା ହୋଇଥିବା ଯୁବକଙ୍କୁ କାରଟି ଧକ୍କା ଦେଇଥିଲା । କିନ୍ତୁ ଦୁର୍ଘଟଣା ପରେ ମଧ୍ୟ କାରଟି ଅଟକି ନଥିଲା । ଗତକାଲି(ଗୁରୁବାର) ବିଳମ୍ବିତ ରାତିରେ ଏହି ଦୁର୍ଘଟଣା ଘଟିଥିବା ବେଳେ ସ୍ଥାନୀୟ ଲୋକଙ୍କ ଦ୍ବାରା ରାସ୍ତା ଅବରୋଧ କରାଯାଇଥିଲା । ଶୁଭେନ୍ଦୁ ଅଧିକାରୀଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଦାବି କରିଥିଲେ ଆନ୍ଦୋଳନକାରୀ । ଅନ୍ୟ ଜଣେ ପ୍ରତ୍ୟକ୍ଷଦର୍ଶୀ କହିଛନ୍ତି ଯେ, ଦୁର୍ଘଟଣା ଘଟିଥିବା ସ୍ଥାନର କିଛି ମିଟର ପୂର୍ବରୁ ବିଧାୟକ ଚା' ପିଉଥିଲେ ।

ଏହା ମଧ୍ୟ ପଢନ୍ତୁ-ଚୋରି ଅଭିଯୋଗରେ ନର୍ସିଂ ଛାତ୍ରୀଙ୍କୁ ଉଲଗ୍ନ କରି ଚେକିଂ ! ତଦନ୍ତ କରୁଛି ପୋଲିସ

ତେବେ ମୃତକ ଜଣଙ୍କ ରାସ୍ତାର ଡାହାଣ ପାର୍ଶ୍ବରେ ଥିବା ବେଳେ କାରଟି ବାମ ପାର୍ଶ୍ବରେ ଥିଲା । କିନ୍ତୁ ହଠାତ କାରଟି ଡାହାଣ ପାର୍ଶ୍ବକୁ ଆସି ଯୁବକ ଜଣଙ୍କୁ ଧକ୍କା ଦେଇଥିଲା । ଏହାପରେ କାରଟି କିଛି ମିଟର ପଛକୁ ପଳାଇବା ପରେ ଜଣେ ବ୍ୟକ୍ତି ତଳେ ପଡିଥିବା ଦେଖିବାକୁ ପାଇଥିଲେ କାରର ଡ୍ରାଇଭର । ମଦ୍ୟପାନ କରି ଡ୍ରାଇଭର କାର ଚଳାଉଥିବା ଅଭିଯୋଗ କରିଛନ୍ତି ବିକ୍ଷୋଭକାରୀ ।

ଦୁର୍ଘଟଣା ପରେ ସ୍ଥାନୀୟ ଲୋକେ ରାସ୍ତାରୋକ କରିଥିବା ନେଇ ପୋଲିସ ସୂଚନା ପାଇଥିଲା । ଏହାପରେ ଘଟଣାସ୍ଥଳରେ ପୋଲିସ ପହଞ୍ଚି ଦୁର୍ଘଟଣାଗସ୍ତ ଯୁବକଙ୍କୁ ହସ୍ପିଟାଲରେ ଭର୍ତ୍ତି କରିବା ସହ ପରିସ୍ଥିତିକୁ ନିୟନ୍ତ୍ରଣ କରିଥିଲା । ଚିକିତ୍ସାଧିନ ଅବସ୍ଥାରେ ଯୁବକଙ୍କ ମୃତ୍ୟୁ ହୋଇଥିବା ଡାକ୍ତର ସୂଚନା ଦେଇଥିଲେ।

ଜଣେ ପୋଲିସ ଅଧିକାରୀ କହିଛନ୍ତି ଯେ, ''ମୃତ ଶେଖ ଇସ୍ରାଫିଲ ପେଟ୍ରୋଲ ପମ୍ପ ନିକଟରେ ରାସ୍ତା ପାର ହେଉଥିବା ବେଳେ ଗୁରୁବାର ରାତି 10ଟା 30 ମିନିଟ ସମୟରେ ତାଙ୍କୁ ଏକ କାର ଧକ୍କା ଦେଇଥିଲା । ଗୁରୁତର ଅବସ୍ଥାରେ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ବେଳେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଦୁର୍ଘଟଣା ଘଟାଇଥିବା କାରଟି ଶୁଭେନ୍ଦୁ ଅଧିକାରୀଙ୍କର ନା ଆଉ କାହାର ତାହା ଜଣାପଡିନାହିଁ । କିନ୍ତୁ କିଛି ଲୋକ ଦାବି କରୁଛନ୍ତି କାରଟି ଶୁଭେନ୍ଦୁ ଅଧିକାରୀଙ୍କର । ''

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.