ମହୀଶୂର: ନିର୍ଦ୍ଦୟ ସ୍ବାମୀର ନାରକୀୟ କାଣ୍ଡ । ଜଣେ ବ୍ୟକ୍ତି ନିଜ ଗର୍ଭବତୀ ପତ୍ନୀ ଓ ନିଜ ମାଆ ସମେତ ନିଜର କୁନି କୁନି 2 ଛୋଟ ଛୁଆଙ୍କୁ ଅତି ନିର୍ମମ ଭାବେ ହତ୍ୟା କରିଥିବା ଅଭିଯୋଗ । ଏଭଳି ଅମାନବୀୟ ଘଟଣା ଘଟିଛି କର୍ଣ୍ଣାଟକ ମହୀଶୂର ସହରର ସାରାଗୁରୁ ତାଲୁକର ସ୍ବାମୀଗୋଡାନାହଲ୍ଲୀରେ ଅଞ୍ଚଳରେ ।
ବ୍ୟକ୍ତି ଜଣକ ନିଜ 65 ବର୍ଷୀୟ ବୃଦ୍ଧା ମାଆ, ନିଜ 28 ବର୍ଷୀୟ ଗର୍ଭବତୀ ପତ୍ନୀ ଓ ନିଜର ଅଢେଇ ବର୍ଷ ଓ ଦେଢ ବର୍ଷର କୁନି କୁନି ପିଲାଙ୍କୁ ମଧ୍ୟ ଅତି ନିର୍ଦ୍ଦୟ ଭାବେ ହତ୍ୟା କରିଛି । ତେବେ ଏହି ଜଘନ୍ୟ ହତ୍ୟାକାଣ୍ଡ ପରେ ଅଭିଯୁକ୍ତ ମାଣିକାନ୍ତ ଘଟଣାସ୍ଥଳରୁ ଫେରାର ହୋଇଯାଇଛି ।
ହତ୍ୟାକାଣ୍ଡର ପ୍ରକୃତ କାରଣ ଏପର୍ଯ୍ୟନ୍ତ ଜଣାପଡିନାହିଁ। ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିବା ସହ ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଯାଇଛି । ସାରାଗୁରୁ ପୋଲିସ ନିଜ ଆଡୁ ଏକ ମାମଲା ରୁଜୁ କରି ଅଭିଯୁକ୍ତକୁ ଖୋଜୁଛି।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ