ବେଙ୍ଗାଲୁରୁ: ନୃଶଂସ, ବର୍ବର । ଦିନକୁ ଦିନ ପାଶବିକତାର ସୀମା ଟପୁଛି ମଣିଷ । ଯୌନ ଲାଳସାରେ ବଶବର୍ତ୍ତୀ ହୋଇ ଏକ ନିର୍ଲଜ କାମ କରୁଛି ମଣିଷ । କେତେବେଳେ ଗୋଧି ସହ ତ ଆଉ କେତେବେଳେ ଗାଇ ସହ ଦୁଷ୍କର୍ମ ଖବର ସାମ୍ନାକୁ ଆସୁଛି । ଏଭଳି ଏକ ଘଟଣା ସାମ୍ନାକୁ ଆସିଛି କର୍ଣ୍ଣାଟକ ଲିଙ୍ଗାସାଗୁରୁ ତାଲୁକର କେଶବ ଲିଙ୍ଗାସାଗୁରୁ ଗ୍ରାମରୁ । ଏଠାରେ ଏକ ବାଛୁରୀ ସହ ଦୁଷ୍କର୍ମ(raping cow calf) କରିଛି ମଣିଷ ।
ହିନ୍ଦୁ ରୀତିରେ ଗାଇକୁ ଗୋମାତା ବୋଲି ଆମେ କହୁ । କିନ୍ତୁ ଯୌନ ଲାଳସା ଆଗରେ ସବୁ କିଛି ଭୁଲିଯାଇଛି ଘୃଣ୍ୟ ମଣିଷ ।
ଏହା ମଧ୍ୟ ପଢନ୍ତୁ: Russian Tourists Death: ରହସ୍ୟରେ ମୃତ୍ୟୁ, ପରଦା ହଟାଇବାକୁ କ୍ରାଇମବ୍ରାଞ୍ଚ ତଦନ୍ତ ଜାରି
ପୋଲିସର କହିବା ଅନୁସାରେ, ଗତକାଲି(ରବିବାର) ଦିନ ବାଛୁରୀ ମାଲିକ ବାଛୁରୀକୁ ଚରିବା ପାଇଁ ଜମିରେ ଛାଡି ଦେଇ ଚାଲିଯାଇଥିଲା । ତେବେ ବାଛୁରୀଟି କ୍ଷେତରେ ଚରିବା ସମୟରେ ଘୃଣ୍ୟ ଦୁର୍ବୃତ୍ତ ଆସି ବାଛୁରୀକୁ ଏକ ଗଛରେ ବାନ୍ଧି ଦୁଷ୍କର୍ମ କରିଥିଲା । ଏହି ସମୟରେ ସେହି ରାସ୍ତା ଦେଇ ଯାଉଥିବା ଜଣେ ଯୁବକ ଦୁର୍ବୃତ୍ତକୁ ପ୍ରଶ୍ନ କରିବା ସହ ବାଛୁରୀ ମାଲିକକୁ ଖବର ଦେଇଥିଲେ । ଏହାପରେ ମାଲିକ ଜଣକ ଲିଙ୍ଗାସାଗୁରୁ ଥାନାରେ ଏତଲା ଦେଇଥିଲେ । ଏତଲା ମୁତାବକ ଲିଙ୍ଗାସାଗୁରୁ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଅପରାଧିକ କାମ କରୁଥିବା ସମୟରେ ଦୁର୍ବୃତ୍ତକୁ ଗିରଫ(Man arrested in Karnataka for raping cow calf ) କରିଥିବା ସୂଚନା ମିଳିଛି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ