ବେଙ୍ଗାଲୁରୁ: ମାଆ ସହ ଅନୈତିକ ସମ୍ପର୍କ ଥିଲା । ହେଲେ ୩ ବର୍ଷୀୟା ଶିଶୁକନ୍ୟାକୁ ଦୁଷ୍କର୍ମ ପରେ ହତ୍ୟା କଲା ଯୁବକ । ଗତକାଲି ରାତିରେ ବେଙ୍ଗାଲୁରୁ ସହରରେ ଏଭଳି ଜଘନ୍ୟ ହତ୍ୟାକାଣ୍ଡ ଘଟିଛି । ଅଭିଯୁକ୍ତ ଯୁବକ ଗଞ୍ଜେଇ ସେବନ ଯୋଗୁଁ ନିଶାସକ୍ତ ଅବସ୍ଥାରେ ଶିଶୁକନ୍ୟାକୁ ପ୍ରଥମେ ଦୁଷ୍କର୍ମ ପରେ ହତ୍ୟା କରିଥିବା ଜଣାପଡିଛି । ଏନେଇ ଅଭିଯୋଗ ପରେ ପୋଲିସ ୨୬ ବର୍ଷୀୟ ଅଭିଯୁକ୍ତକୁ ଗିରଫ କରିଛି ।
ଅଭିଯୋଗ ମୁତାବକ, ଦକ୍ଷିଣ ବେଙ୍ଗାଲୁରୁର କାମାକ୍ଷୀପାଲ୍ୟା ଥାନା ଅଞ୍ଚଳରେ ଜଣେ ମହିଳା ନିଜ ୩ ବର୍ଷୀୟା ଶିଶୁ ସହ ଏକାକୀ ରହୁଥିଲେ । ସେଠାରେ ଜଣେ ଯୁବକଙ୍କ ସହ ମହିଳାଙ୍କ ପ୍ରେମ ସମ୍ପର୍କ ଗଢି ଉଠିଥିଲା । ମହିଳା ପାଖରେ ଥିବା ଏକ ଲୁଗା ଫ୍ୟାକ୍ଟ୍ରିରେ କାମ କରୁଥିବାରୁ ଯୁବକ ଜଣକ ଶିଶୁକନ୍ୟାର ଯତ୍ନ ନେଉଥିଲେ । ବିଗତ କିଛି ବର୍ଷ ହେଲାଣି ମହିଳାଙ୍କ ସହ ଯୁବକଙ୍କ ଅନୈତିକ ସମ୍ପର୍କ ରହିଥିଲା । ତେବେ ଗତକାଲି ରାତିରେ ମହିଳା ନିଜ କାମରୁ ଫେରିନଥିବା ବେଳେ ଯୁବକ ଜଣକ ଶିଶୁକନ୍ୟା ସହ ଏକାକୀ ଘରେ ଥିଲେ । ଏହି ସମୟରେ ସେ ଗଞ୍ଜେଇ ସେବନ କରିଥିଲେ ।
ଏହାମଧ୍ୟ ପଢନ୍ତୁ: ପରକୀୟା ପ୍ରୀତିରୁ ହତ୍ୟାକାଣ୍ଡ, ଧାର ଟଙ୍କା ଫେରସ୍ତ ମାଗିବାରୁ ବିବାହିତା ପ୍ରେମିକାକୁ ହତ୍ୟା
ଯାହାଫଳରେ ନିଶାସକ୍ତ ଅବସ୍ଥାରେ ଯୁବକ ଜଣକ ଶିଶୁକନ୍ୟା ସହ ଦୁଷ୍କର୍ମ କରିଥିଲେ ଏବଂ ପରେ ତାକୁ ହତ୍ୟା କରିଥିଲେ । ଏହି ଘଟଣା ଜଣାପଡିବା ପରେ ଗତକାଲି ରାତିରେ ହିଁ ପୋଲିସ ଅଭିଯୁକ୍ତକୁ ଗିରଫ କରିବାରେ ସଫଳ ହୋଇଛି ଏବଂ ନିଶାସକ୍ତ ଅବସ୍ଥାରେ ସେ ଏହି ଅପରାଧ ଘଟାଇଥିବା ପୋଲିସ ଜଣାଇଛି । ଏନେଇ ଯୁବକ ବିରୁଦ୍ଧରେ ଭାରତୀୟ ପିଙ୍ଗଲ କୋଡର ଧାରା ୩୭୬ ଏବଂ ୪୦୨ ଏବଂ ପୋକ୍ସୋ ଆକରେ ମାମଲା ରୁଜୁ କରାଯାଇଥିବା ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି । ଏହି ବର୍ବରକାଣ୍ଡ ଏହି ସମଗ୍ର ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି ।