ETV Bharat / bharat

ବଙ୍ଗରେ ୟସ ତାଣ୍ଡବ, ବାତ୍ୟା ପ୍ରଭାବିତଙ୍କୁ ମମତାଙ୍କ 1 କୋଟି ସହୟତା - ୟସ ତାଣ୍ଡବ

ଦିଘା, ମେଦିନିପୁର ସମେତ ରାଜ୍ୟର ଅନେକ ଅଞ୍ଚଳରେ ବ୍ୟାପକ କ୍ଷୟକ୍ଷତି ନେଇ ସୂଚନା ଆସୁଛି । ଅନେକ ଅଞ୍ଚଳ ଏବେ ଜଳମଗ୍ନ ରହିଛି । ବାତ୍ୟା ପ୍ରଭାବିତଙ୍କ ପାଇଁ ବଡ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ । ଅଧିକ ପଢନ୍ତୁ...

ବଙ୍ଗରେ ୟସ ତାଣ୍ଡବ, ବାତ୍ୟା ପ୍ରଭାବିତଙ୍କୁ ମମତାଙ୍କ 1 କୋଟି ସହୟତା ଘୋଷଣା

author img

By

Published : May 26, 2021, 9:33 PM IST

କୋଲକାତା: ଓଡିଶା ପରେ ପଡୋଶୀ ପଶ୍ଚିମବଙ୍ଗରେ ତାଣ୍ଡବ ରଚିଛି ବାତ୍ୟା ୟସ । ଦିଘା, ମେଦିନିପୁର ସମେତ ରାଜ୍ୟର ଅନେକ ଅଞ୍ଚଳରେ ବ୍ୟାପକ କ୍ଷୟକ୍ଷତି ନେଇ ସୂଚନା ଆସୁଛି । ଅନେକ ଅଞ୍ଚଳ ଏବେ ଜଳମଗ୍ନ ରହିଛି । ବାତ୍ୟା ପ୍ରଭାବିତଙ୍କ ପାଇଁବଡ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ।

ବୁଧବାର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ କହିଛନ୍ତି, ବାତ୍ୟା ୟସ କାରଣରୁ ରାଜ୍ୟରେ ପାଖାପାଖି 1 କୋଟି ଲୋକ ପ୍ରଭାବିତ ହୋଇଛନ୍ତି । ୟାସର ଲ୍ୟାଣ୍ଡଫଲ ପୂର୍ବରୁ 15 ଲକ୍ଷରୁ ଉର୍ଦ୍ଧ୍ବ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତରୀତ କରାଯାଇଥିଲା ।

ବାନାର୍ଜୀ କହିଛନ୍ତି, ବାତ୍ୟା ୟସ ଯୋଗୁଁ ଖରାପ ପାଗ ଯୋଗୁଁ ପଶ୍ଚିମବଙ୍ଗରେ 3 ଲକ୍ଷ ଘର ନଷ୍ଟ ହୋଇଯାଇଛି । ଅନ୍ୟପକ୍ଷେ ଶୁକ୍ରବାର ବାତ୍ୟା ପ୍ରଭାବିତ ଅଞ୍ଚଳ ପରିଦର୍ଶନ କରିବେ ମୁଖ୍ୟମନ୍ତ୍ରୀ । ମମତା ବାନାର୍ଜୀ କହିଛନ୍ତି, ବାତ୍ୟା ପ୍ରଭାବିତ ଲୋକଙ୍କୁ ଏକ କୋଟି ଟଙ୍କାର ରିଲିଫ ପଠାଯାଇଛି ।

ବାତ୍ୟା ୟସ ଯୋଗୁଁ ପଶ୍ଚିମବଙ୍ଗର ନଦୀରେ ଜଳ ସ୍ତର ବୃଦ୍ଧି ଘଟିଛି । ଏହାଫଳରେ ପୂର୍ବ ମେଦିନୀପୁର ଏବଂ ଦକ୍ଷିଣ 24 ପ୍ରଗଣାର ଉପକୂଳବର୍ତ୍ତୀ ଜିଲ୍ଲାର ଅନେକ ଅଞ୍ଚଳରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । ବାତ୍ୟା କାରଣରୁ ସମୁଦ୍ରରେ ଦୁଇ ମିଟରରୁ ଅଧିକ ଉଚ୍ଚର ଜୁଆର ଉଠିଥିଲା ​​। ତେବେ ପୂର୍ବ ମେଦିନୀପୁରର, ଦିଘା, ଦକ୍ଷିଣ 24 ପ୍ରଗଣା ଏହି ବାତ୍ୟାରେ ଅଧିକ ପ୍ରଭାବିତ ହୋଇଥିବା ଜଣାପଡିଛି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.