ETV Bharat / bharat

ମମତାଙ୍କ ଉପରେ ବର୍ଷିଲେ ଓୱେସୀ, କହିଲେ ନିଜ ଦଳ ପ୍ରତି ଧ୍ୟାନ ଦିଅନ୍ତୁ

author img

By

Published : Dec 16, 2020, 8:40 PM IST

ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ଟାର୍ଗେଟ କଲେ ଏଆଇଏମଆଇଏମ ମୁଖ୍ୟ ଅସଦୁଦ୍ଦିନ ଓୱେସୀ । ପଢନ୍ତୁ ଅଧିକ.....

ମମତାଙ୍କ ଉପରେ ବର୍ଷିଲେ ଔବେଶି
ମମତାଙ୍କ ଉପରେ ବର୍ଷିଲେ ଔବେଶି

ଲକ୍ଷ୍ନୌ: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଉପରେ ବର୍ଷିଲେ ଏଆଇଏମଆଇଏମ ନେତା ଅସଦୁଦ୍ଦିନ ଓୱେସୀ । ମମତା ଏବେ କ୍ରୋଧର ଶିକାର ହୋଇଛନ୍ତି ବୋଲି ସେ କହିଛନ୍ତି । ଓୱେସୀ ଏବେ ଉତ୍ତରପ୍ରଦେଶ ଗସ୍ତରେ ଥିବାବେଳେ ମମତାଙ୍କ ଉପରେ ଏଭଳି ମନ୍ତବ୍ୟ ଦେଇଛନ୍ତି । କିଛି ଦିନ ପୂର୍ବରୁ ଓୱେସୀ ସଂଖ୍ୟାଲଘୁଙ୍କ ଭୋଟ ବିକ୍ରି କରୁଥିବା କଥା କହି ଓୱେସୀଙ୍କୁ ଟାର୍ଗେଟ କରିଥିଲେ ମମତା ।

ମମତାଙ୍କ ଉପରେ ବର୍ଷିଲେ ଔବେଶି

ତାର ପ୍ରତିଉତ୍ତରରେ ଓୱେସୀ କହିଛନ୍ତି ତୃଣମୂଳ କଂଗ୍ରେସର ବହୁ ବରିଷ୍ଠ ନେତା ବର୍ତ୍ତମାନ ଦଳ ଛାଡି ବିଜେପି ମୁହାଁ ହେବାରେ ଲାଗିଛନ୍ତି । ତେଣୁ ମମତା ସେ ସମ୍ପର୍କରେ ଦୃଷ୍ଟି ଦିଅନ୍ତୁ । ଅନ୍ୟ ଦଳ ପ୍ରତି ବୟାନବାଜି କଲେ ତାଙ୍କର ଓ ତାଙ୍କ ଦଳର କିଛି ଲାଭ ହେବ ନାହିଁ ବୋଲି କହିଛନ୍ତି ଓୱେସୀ ।

ସେହିପରି ସଂଖ୍ୟାଲଘୁ ଭୋଟର ସୌଦା କରୁଥିବା ଅଭିଯୋଗକୁ ଅସଦୁଦ୍ଦିନ ଓୱେସୀ ଖଣ୍ଡନ କରିବା ସହ ମମତା ଓ ତାଙ୍କ ଦଳ ଟିଏମସି ଏପରି ଅତୀତରେ କରିସାରିଛି ବୋଲି ସେ କହିଛନ୍ତି । ବାଜପେୟୀଙ୍କ ସରକାରରେ ସହଯୋଗୀ ଥିବା ମମତାଙ୍କ ତୃଣମୂଳ କଂଗ୍ରେସ ଗୁଜୁରାଟର ଗୋଧ୍ରା ଦଙ୍ଗାରେ ସଂଖ୍ୟାଲଘୁଙ୍କ ଉପରେ ହୋଇଥିବା ଆକ୍ରମଣରେ କାହିଁକି ଚୁପ ଥିଲା ବୋଲି ପ୍ରଶ୍ନ ଉଠାଇଛନ୍ତି । ମମତା ମଧ୍ୟ ଅତୀତରେ ଭାଜପା ସହ ମେଣ୍ଟରେ ରହି ସଂଖ୍ୟାଲଘୁଙ୍କୁ ଅଣଦେଖା କରିଥିବା କଥା କହିଛନ୍ତି ଓୱେସୀ ।

ପଶ୍ଚିମବଙ୍ଗରେ ନିର୍ବାଚନ ଲଢିବା ନେଇ ପ୍ରଶ୍ନର ଉତ୍ତର ଦେଇ ଓୱେସୀ କହିଛନ୍ତି ବର୍ତ୍ତମାନ ଉତ୍ତରପ୍ରଦେଶରେ ନିର୍ବାଚନ ଅନୁଷ୍ଠିତ ହେବାକୁ ଯାଉଛି । ଏହା ପରେ ବଙ୍ଗଳାରେ ନିର୍ବାଚନ ଅଛି । ତେଣୁ ବର୍ତ୍ତମାନ ତାଙ୍କ ଦଳ ଉତ୍ତରପ୍ରଦେଶ ପାଇଁ ପ୍ରାଥମିକତା ଦେଉଛି । ବଙ୍ଗଳାରେ ନିର୍ବଚନ ସମୟ ଆସିଲେ ଦଳ ପକ୍ଷରୁ ରଣନୀତି ପ୍ରସ୍ତୁତ କରାଯିବା ନେଇ ମତ ରଖିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.