ETV Bharat / bharat

BJP ବିରୋଧରେ ଲଢିବ progressive forces ! ଅଣବିଜେପି ମୁଖ୍ୟମନ୍ତ୍ରୀଙ୍କୁ ମମତାଙ୍କ ଚିଠି - ମମତା ବାନାର୍ଜୀ

ବିଜେପି ବିରୋଧୀ ମିଳିତ ମଞ୍ଚ ଗଠନ ପାଇଁ ଆକ୍ସନ ମୋଡରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ । ଅଣ ବିଜେପି ମୁଖ୍ୟମନ୍ତ୍ରୀଙ୍କୁ ଲେଖିଲେ ଚିଠି । ଅଧିକ ପଢନ୍ତୁ

ବିଜେପି ବିରୋଧୀ ମିଳିତ ମଞ୍ଚ ଗଠନ ପାଇଁ ମମତାଙ୍କ ଆହ୍ବାନ, ଅଣବିଜେପି ମୁଖ୍ୟମନ୍ତ୍ରୀଙ୍କୁ ଲେଖିଲେ ଚିଠି

author img

By

Published : Mar 29, 2022, 4:59 PM IST

କୋଲକାତା: ସାଧାରଣ ନିର୍ବାଚନକୁ ଆଉ ୨ବର୍ଷ ବାକି ଥିବାବେଳେ ବିଜେପି ବିରୋଧୀ ମେଳି ଗଠନ ହେବା ପ୍ରକ୍ରିୟା ମଧ୍ୟ ଆରମ୍ଭ ହୋଇସାରିଲାଣି । ଗୋଟିଏ ପରେ ଗୋଟିଏ ଅଣ ବିଜେପି ଆଞ୍ଚଳିକ ଦଳ ଏହି ମିିଳିତ ବିରୋଧୀ ମଞ୍ଚ ଗଠନ କରିବା ଦିଗରେ ବଢିବାରେ ଲାଗିଛନ୍ତି । ଏହିକ୍ରମରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ତଥା ତୃଣମୂଳ କଂଗ୍ରେସ ସୁପ୍ରିମୋ ମମତା ବାନାର୍ଜୀ ଏହି ପ୍ରୟାସରେ ଆଗରେ ରହିଛନ୍ତି । ଆଜି ମମତା ଅଣ ବିଜେପି ଶାସିତ ଦଳମାନଙ୍କୁ ଚିଠି ଲେଖି ବିଜେପି ବିରୋଧି ମିଳିତ ମଞ୍ଚ ଗଠନ କରିବା ପାଇଁ ଆଗ୍ରହ ପ୍ରକାଶ କରିବା ପାଇଁ ଆହ୍ବାନ ଦେଇଛନ୍ତି ।

ମମତା ସିଧାସଳଖ ଏହି ପ୍ରସ୍ତାବିତ ମିଳିତ ବିରୋଧୀ ମଞ୍ଚକୁ ପ୍ରଗତି ଶକ୍ତି "progressive forces" ବୋଲି ଅବିହିତ କରିଛନ୍ତି । ବର୍ତ୍ତମାନର ବିଜେପି ଶାସନରେ ଦେଶର ସାମ୍ବିଧାନିକ ଅନୁଷ୍ଠାନମାନଙ୍କୁ ରାଜନୈତିକ ଅଭିସନ୍ଧି ରଖି ବିରୋଧୀଙ୍କ ଉପରେ ବ୍ୟବହାର କରାଯାଉଛି । ତେଣୁ ଏହା ଗଣତନ୍ତ୍ର ପାଇଁ ଶୁଭଙ୍କର ନୁହେଁ ବୋଲି ଦର୍ଶାଇବା ସହ ଏହା ବିରୋଧରେ ସମସ୍ତ ଆଞ୍ଚଳିକ ଦଳ ମିଳିତ ଭାବେ ଲଢିବାର ସମୟ ଆସିଛି ବୋଲି ମମତା କହିଛନ୍ତି ।

ମମତା ଚଳିତ ମାସ ୨୭ତାରିଖରେ ଏହି ଚିଠି ଲେଖିଥିବାବେଳେ ଏନେଇ ଆଜି ଗଣମାଧ୍ୟମରେ ଖବର ପ୍ରକାଶ ପାଇଛି । ଏଥିପାଇଁ ସମସ୍ତ ଅଣ ବିଜେପି ଦଳମାନେ କାର୍ଯ୍ୟପନ୍ଥା ସ୍ଥିର କରିବା ପାଇଁ ଏକ ବୈଠକ ମଧ୍ୟ ଆହ୍ବାନ କରିଛନ୍ତି ମମତା । କେବଳ ମମତା ନୁହନ୍ତି ତେଲାଙ୍ଗାନା ମୁଖ୍ୟମନ୍ତ୍ରୀ ତଥା ଟିଆରଏସ ମୁଖ୍ୟ କେ ଚନ୍ଦ୍ର ଶେଖର ରାଓ ମଧ୍ୟ ବିଜେପି ବିରୋଧୀ ମିଳିତ ମଞ୍ଚ ଗଠନ ନେଇ ମିଶନ ଆରମ୍ଭ କରିସାରିଛନ୍ତି । ନିକଟରେ ସେ ଏକାଧିକ ଅଣ ବିଜେପି ଶାସିତ ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା ମଧ୍ୟ କରିଛନ୍ତି ।

୨୦୨୪ରେ ସାଧାରଣ ନିର୍ବାଚନ ହେବାକୁ ଥିବାବେଳେ ଏବେ ପ୍ରାୟ ୨ବର୍ଷ ସମୟ ବାକି ରହିଛି । ଏହାରି ମଧ୍ୟରେ ବିଜେପିକୁ ମାତ ଦେବା ପାଇଁ ପ୍ରସ୍ତୁତି ଆରମ୍ଭ କରିସାରିଲେଣି ଅଣ ବିଜେପି ଆଞ୍ଚଳିକ ଦଳମାନେ । ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନରେ ବିଜେପିର ସବୁ ପ୍ରସ୍ତୁତିକୁ ମାତ ଦେଇ ମମତା କ୍ଷମତା ବଜାୟ ରଖିଥିଲେ । କଡା ଟକ୍କର ମଧ୍ୟରେ ବିଜେପିକୁ ବେଙ୍ଗଲରେ ଧୂଳି ଚଟାଇଥିବା ଟିଏମସି ମୁଖ୍ୟ ମମତା ଏହି ମିଳିତ ବିରୋଧୀ ମଞ୍ଚରେ ଏକ ପ୍ରମୁଖ ଭୂମିକା ମଧ୍ୟ ଗ୍ରହଣ ପାରିପାରନ୍ତି ବୋଲି ଚର୍ଚ୍ଚା ହେଉଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.