ETV Bharat / bharat

ଦଳୀୟ ଶୋଭାଯାତ୍ରାରେ ନିଜ କର୍ମୀଙ୍କୁ ହତ୍ୟା କରୁଛି ବିଜେପି !

author img

By

Published : Dec 8, 2020, 8:08 PM IST

Updated : Dec 8, 2020, 9:06 PM IST

ସିଲିଗୁଡିରେ ବିଜେପିର ବିକ୍ଷୋଭ ପ୍ରଦର୍ଶନ ସମୟରେ ଜଣେ ବିଜେପି କର୍ମୀଙ୍କ ମୃତ୍ୟୁକୁ ନେଇ ମମତାଙ୍କ ବୟାନ । 'ବିଜେପି ରାଲି ମାଧ୍ୟମରେ ନିଜ କର୍ମୀଙ୍କୁ ହତ୍ୟା କରୁଥିବା' ମମତା ବାନାର୍ଜୀ ଅଭିଯୋଗ କରିଛନ୍ତି । ଅଧିକ ପଢନ୍ତୁ...

ଦଳୀୟ ଶୋଭାଯାତ୍ରାରେ ନିଜ କର୍ମୀଙ୍କୁ ହତ୍ୟା କରୁଛି ବିଜେପି !
ଦଳୀୟ ଶୋଭାଯାତ୍ରାରେ ନିଜ କର୍ମୀଙ୍କୁ ହତ୍ୟା କରୁଛି ବିଜେପି !

କୋଲକାତା: ପଶ୍ଚିମବଙ୍ଗରେ ଆନ୍ଦୋଳନ ସମୟରେ ଗୁଳି ମାଡରେ ମୃତ ବିଜେପି ଯୁବମୋର୍ଚ୍ଚା କର୍ମୀଙ୍କ ମୃତଦେହ ବ୍ୟବଚ୍ଛେଦ ରିପୋର୍ଟ ସାମ୍ନାକୁ ଆସିଛି । ଆଉ ଏହି ରିପୋର୍ଟ ଦେଖି ଗୁଳି ମାଡରେ ବିଜେପି କର୍ମୀଙ୍କ ମୃତ୍ୟୁ ହୋଇଥିବା ସ୍ପଷ୍ଟ କରିଛନ୍ତି ଖୋଦ ରାଜ୍ୟର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ । ହେଲେ ପୋଲିସର କାର୍ଯ୍ୟାନୁଷ୍ଠାନରେ ବିଜେପି କର୍ମୀଙ୍କ ମୃତ୍ୟୁ ନେଇ ଦଳର ଅଭିଯୋଗକୁ ଖଣ୍ଡନ କରିଛନ୍ତି ସେ । ଆଉ ବିଜେପି କର୍ମୀଙ୍କ ମୃତ୍ୟୁ ପୋଲିସ ଗୁଳିରେ ହୋଇ ନଥିବା ନିଜ ବୟାନରେ କହିଛନ୍ତି ମମତା ।

ମୁଖ୍ୟମନ୍ତ୍ରୀଙ୍କ ବୟାନ ପରେ ବିଜେପି କର୍ମୀଙ୍କ ମୃତ୍ୟୁକୁ ନେଇ ଘନେଇବାରେ ଲାଗିଛି ସସପେନ୍ସ । ପ୍ରଶ୍ନ ଉଠୁଛି ଯଦି ବିଜେପି କର୍ମୀଙ୍କୁ ପୋଲିସ ଗୁଳି ମାରିନଥିଲା ତ ତାଙ୍କ ମୃତ୍ୟୁ କେମିତି ହେଲା । କଣ ସେଠାରେ ଉପସ୍ଥିତ ଥିଲେ କି ଟିଏମସି କାର୍ଯ୍ୟକର୍ତ୍ତା ? ଯାହାଙ୍କ ଗୁଳିମାଡର ଶିକାର ହୋଇଛନ୍ତି ବିଜେପି କର୍ମୀ । କାରଣ ପୂର୍ବରୁ ରାଜ୍ୟରେ ହୋଇଥିବା ଅନେକ ବିଜେପି ନେତାଙ୍କ ପଛରେ ଟିଏମସି କର୍ମୀଙ୍କ ହାତ ଥିବା ଅଭିଯୋଗ ରହିଛି । ଏପରିସ୍ଥିତିରେ ମମତାଙ୍କ ବୟାନରେ କେତେ ସତ୍ୟତା ରହିଛି ତାହା ଏବେ ପ୍ରଶ୍ନ ଘେରରେ ।

ସୋମବାର ରାଜ୍ୟରେ ପୂନର୍ବାର ଦେଖିବାକୁ ମିଳିଥିଲା ପଶ୍ଚିମବଙ୍ଗ ପୋଲିସର ବର୍ବରତା । ମମତା ସରକାରଙ୍କ ବିରୋଧରେ ସିଲିଗୁଡିରେ ଚାଲିଥିଲା ଭାରତୀୟ ଜନତା ପାର୍ଟି ଯୁବମୋର୍ଚ୍ଚାର ପ୍ରଦର୍ଶନ । ତେବେ ଏହାରି ମଧ୍ୟରେ ଯୁବମୋର୍ଚ୍ଚା କର୍ମୀଙ୍କ ଉପରେ ଅତର୍କିତ ଲାଠି ଚାର୍ଜ ସହ ପାଣିମାଡ ଓ ଲୁହବୁହା ଗ୍ୟାସ ପ୍ରୟୋଗ କରିଥିଲା ପୋଲିସ । ତେବେ ପୋଲିସର ଏହି ବର୍ବରତାରେ ବିଜେପି ଯୁବମୋର୍ଚ୍ଚାର ଜଣେ କର୍ମୀ ପ୍ରାଣ ହରାଇଥିବା ବେଳେ ଅନେକ ଆହତ ହୋଇଥିଲେ ।

ବିଜେପି ଯୁବମୋର୍ଚ୍ଚା ରାଷ୍ଟ୍ରୀୟ ଅଧ୍ୟକ୍ଷ ସାଂସଦ ତେଜସ୍ବୀ ସୂର୍ଯ୍ୟାଙ୍କ ନେତୃତ୍ବରେ ପ୍ରଦର୍ଶନ ଚାଲିଥିବା ବେଳେ ପୋଲିସ ପାଣିମାଡ କରିବା ସହ ଲୁହ ବୁହା ଗ୍ୟାସ ପ୍ରୟୋଗ କରିଥିଲା । ଏଥିରେ ଅନେକ କର୍ମୀ ଆହତ ହୋଇଥିଲେ । ତେବେ ଏମାନଙ୍କ ମଧ୍ୟରେ ଜଣେ କର୍ମୀଙ୍କ ମୃତ୍ୟୁ ହୋଇଯାଇଥିଲା । ତେବେ ବିଜେପି ଯୁବ ମୋର୍ଚ୍ଚା କର୍ମୀଙ୍କ ଦେହାନ୍ତ ପୋଲିସ ଗୁଳିମାଡ ଯୋଗୁଁ ହୋଇଥିବା ତେଜସ୍ବୀ ଅଭିଯୋଗ କରିଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Dec 8, 2020, 9:06 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.