ETV Bharat / bharat

Mamata meets Modi; BSF କ୍ଷମତା ବୃଦ୍ଧି, ତ୍ରିପୁରା ହିଂସା ନେଇ ଆଲୋଚନା - ମୋଦି- ମମତା ଭେଟ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭେଟିଲେ ପଶ୍ଚିମଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ । BSFର କ୍ଷମତା ହ୍ରାସ ପାଇଁ ଦାବି ସହ ତ୍ରିପୁରା ହିଂସା (Tripura violence) ସମ୍ପର୍କରେ କଲେ ଅଗଗତ ।ଅଧିକ ପଢନ୍ତୁ

BSF କ୍ଷମତା ବୃଦ୍ଧି, ତ୍ରିପୁରା ହିଂସା ନେଇ ଆଲୋଚନା

author img

By

Published : Nov 24, 2021, 8:39 PM IST

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ସାକ୍ଷାତ କଲେ ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ତଥା TMC ସୁପ୍ରିମୋ ମମତା ବାନାର୍ଜୀ (mamata banarjee meets pm modi )। ଆଜି ଉଭୟଙ୍କ ମଧ୍ୟରେ ସାକ୍ଷାତ ହୋଇଥିବା ବେଳେ ଅନେକ ଗୁରୁତ୍ବପୂର୍ଣ୍ଣ ଦାବି ସମ୍ପର୍କରେ ମମତା ମୋଦିଙ୍କୁ ଜଣାଇଥିବା ସୂଚନା ରହିଛି । ଏହି ଦାବିଗୁଡିକ ମଧ୍ୟରେ ପଶ୍ଚିମବଙ୍ଗରେ ସୀମା ସୁରକ୍ଷା ବଳର କ୍ଷମତା ହ୍ରାସ (BSF jurisdiction decrease) କରିବା ପାଇଁ ମମତା ପ୍ରାଥମିକ ଦାବି କରିଥିବା ଗଣମାଧ୍ୟମରୁ ସୂଚନା ମିଳିଛି ।

କେନ୍ଦ୍ର ଗୃହ ମନ୍ତ୍ରଣାଳୟ ନିକଟ ଅତୀତରେ ପଶ୍ଚିମବଙ୍ଗ ସମେତ ଅନ୍ୟ କିଛି ସୀମାନ୍ତ ରାଜ୍ୟଗୁଡିକରେ ସୀମା ସୁରକ୍ଷା ବଳର କ୍ଷମତାକୁ 50 କିଲୋମିଟର ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି । ଯାହାକୁ ନେଇ ପଶ୍ଚିମବଙ୍ଗର ମମତା ସରକାର ଓ ପଞ୍ଜାବ ସରକାର ମଧ୍ୟ ଆପତ୍ତି ଉଠାଇବା ସହ ତାହା ପ୍ରତ୍ୟାହାର କରିବାକୁ ଦାବି କରିଆସିଛନ୍ତି । ଆଇନ-ଶୃଙ୍ଖଳା ଏକ ରାଜ୍ୟ ଅଧିନ ବିଷୟ ବୋଲି ଦର୍ଶାଇ କେନ୍ଦ୍ରର ଏପରି ଅର୍ଦ୍ଧ୍ବ ସାମରିକ ବଳର କ୍ଷମତା ବୃଦ୍ଧି ଅଯୌକ୍ତିକ ନିଷ୍ପତ୍ତି ବୋଲି କହି ବିରୋଧ କରିଥିଲେ ମମତା ।

ସେହିପରି ଆଲୋଚନାର ଅନ୍ୟତମ ବିନ୍ଦୁ ଭାବେ ମମତା ଆସନ୍ତାବର୍ଷ ପଶ୍ଚିମବଙ୍ଗରେ ହେବାକୁ ଥିବା ଗ୍ଲୋବାଲ ବିଜନେସ୍ ସମ୍ମିଳନୀକୁ ପ୍ରଧାନମନ୍ତ୍ରୀଙ୍କୁ ଆମନ୍ତ୍ରଣ କରିଛନ୍ତି । ସେହିପରି ପଶ୍ଚିମବଙ୍ଗର ପଡୋଶୀ ତ୍ରିପୁରାରେ ଦେଖାଯାଇଥିବା ହିଂସା ଓ ଏହାର ପଶ୍ଚିମବଙ୍ଗ ଉପରେ ପ୍ରଭାବ ସମ୍ପର୍କରେ ମଧ୍ୟ ମମତା ପ୍ରଧାନମନ୍ତ୍ରୀଙ୍କ ସହ ଆଲୋଚନା ମଧ୍ୟ କରିଛନ୍ତି । ମମତା ଚଳିତମାସ 30 ପର୍ଯ୍ୟନ୍ତ ଦିଲ୍ଲୀରେ ରହିବା ସହ ଡିସେମ୍ବର ପହିଲାରେ ମୁମ୍ବାଇ ଗସ୍ତ କରି ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ଓ ଏନସିପି ମୁଖ୍ୟ ଶରଦ ପାଓ୍ବାରଙ୍କୁ ସାକ୍ଷାତ କରି ଆଲୋଚନା କରିବାର କାର୍ଯ୍ୟସୂଚୀ ରହିଥିବା ଟିଏମସି ପକ୍ଷରୁ କୁହାଯାଇଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.