ETV Bharat / bharat

ପଲଟିଲା ବାଜି, ମମତାଙ୍କୁ ହରାଇ ନନ୍ଦିଗ୍ରାମ ନେଇଗଲେ ଶୁଭେନ୍ଦୁ - ମମତା ବାନାର୍ଜୀ

ପଲଟିଲା ବାଜି, ମମତାଙ୍କୁ ହରାଇ ନନ୍ଦିଗ୍ରାମ ଦଖଲ କଲେ ଶୁଭେନ୍ଦୁ

author img

By

Published : May 2, 2021, 6:32 PM IST

Updated : May 2, 2021, 7:22 PM IST

18:29 May 02

ପଲଟିଲା ବାଜି, ମମତାଙ୍କୁ ହରାଇ ନନ୍ଦିଗ୍ରାମ ନେଇଗଲେ ଶୁଭେନ୍ଦୁ

କୋଲକାତା: ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ମତଗଣନାରେ ବଡ ଅଦଳବଦଳ । ପଲଟିଲା ବାଜି । ହାଇଭୋଲଟେଜ ନନ୍ଦିଗ୍ରାମ ଆସନରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ମାତ ଦେଇ ବାଜି ମାରିଛନ୍ତି ବିଜେପିର ହେଭିୱେଟ ଶୁଭେନ୍ଦୁ ଅଧିକାରୀ ।  

ବଙ୍ଗରେ ତୃଣମୂଳ କଂଗ୍ରେସ ଡବଲ ସେଞ୍ଚୁରୀ  ମାରିଥିଲେ ମଧ୍ୟ ନନ୍ଦିଗ୍ରାମରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଖେଳା ଶେଷ ହୋଇଛି । 9862 ଭୋଟରେ ମମତାଙ୍କୁ ହରାଇଛନ୍ତି ଶୁଭେନ୍ଦୁ । ପରାଜୟ ପରେ ଜନାଦେଶକୁ ସ୍ବୀକାର କରିଛନ୍ତି ମମତା । ଦିଦି କହିଛନ୍ତି, ନନ୍ଦିଗ୍ରାମ କଥା ଭୁଲି ଯାଆନ୍ତୁ...ପଶ୍ଚିମବଙ୍ଗରେ ଡବଲ ସେଞ୍ଚୁରୀ ମାରିଛି ବିଜେପି ।  

ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନରେ ହଟ୍‌ ସିଟ ନନ୍ଦିଗ୍ରାମ ଉପରେ ରହିଥିଲା ସମସ୍ତଙ୍କ ନଜର । କାରଣ ଏହି ହାଇପ୍ରୋଫାଇଲ ଆସନରେ ହେଉଥିଲା ହେଭିୱେଟଙ୍କ ଜୋରଦାର ଲଢେଇ । ମୈଦାନରେ ଥିଲେ ତୃଣମୂଳ କଂଗ୍ରେସର ମୁଖିଆ ମମତା ବାନାର୍ଜୀ ଏବଂ ବିଜେପିର ଶୁଭେନ୍ଦୁ ଅଧିକାର ।  

ଭୋଟ ଗଣତି ମଧ୍ୟରେ ପ୍ରତି ସେକେଣ୍ଡ୍‌ରେ ବଦଳୁଥିଲା ଚିତ୍ର । କାହା ହାତକୁ ଯିବ ନନ୍ଦିଗ୍ରାମ, ଏନେଇ ଲାଗି ରହିଥିଲା ସସପେନ୍ସ । ଆଉ ଶେଷରେ ବାଜି ପଲଟାଇ ନନ୍ଦିଗ୍ରାମକୁ ନିଜ ଦଖଲକୁ ନେଇଛନ୍ତି ଶୁଭେନ୍ଦୁ ଅଧିକାରୀ । 

Last Updated : May 2, 2021, 7:22 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.