ETV Bharat / bharat

ବଢୁଛି ସଂକ୍ରମଣ, କୋଲକାତାରେ ରାଲି କରିବେନି ଦିଦି

କୋଭିଡ ସଂକ୍ରମଣ ବୃଦ୍ଧି ପାଉଥିବାରୁ କୋଲକାତାରେ ନିର୍ବାଚନୀ ରାଲିକୁ ବାତିଲ କରିଛନ୍ତି ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ । ଅଧିକ ପଢନ୍ତୁ...

ପଶ୍ଚିମବଙ୍ଗ ନିର୍ବାଚନ: ସଂକ୍ରମଣ ବୃଦ୍ଧି ଯୋଗୁଁ କୋଲକାତାରେ ରାଲି କରିବେନି ଦିଦି

author img

By

Published : Apr 19, 2021, 8:40 AM IST

କୋଲକାତା: ପଶ୍ଚିମବଙ୍ଗରେ ନିର୍ବାଚନ ଚାଲିଥିବା ବେଳେ କୋରୋନା ସଂକ୍ରମଣରେ ବୃଦ୍ଧି ଘଟୁଛି । ତେବେ ଏହି ସଂକ୍ରମଣକୁ ଦୃଷ୍ଟିରେ ରଖି ଆଗାମୀ 3ଟି ପର୍ଯ୍ୟାୟ ପାଇଁ କୋଲକାତାରେ ରାଲି କରିବେ ନାହିଁ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ । ଏପ୍ରିଲ 26 ତାରିଖରେ କେବଳ ଦଳୀୟ ବୈଠକରେ ସେ ଯୋଗ ଦେବେ ବୋଲି ଜଣାପଡିଛି ।

ନିର୍ବାଚନୀ ପ୍ରଚାରର ଶେଷ ଦିନ ଅର୍ଥାତ ଏପ୍ରିଲ 26 ତାରିଖରେ କେବଳ ମମତା ଦଳୀୟ ବୈଠକ କରିବେ । ସଂକ୍ରମଣ ବଢୁଥିବାରୁ ମମତା ସମସ୍ତ ଜିଲ୍ଲାରେ କରିବାକୁ ଥିବା ନିର୍ବାଚନୀ ରାଲିକୁ ବନ୍ଦ କରିଛନ୍ତି ବୋଲି ଟିଏମସି ସାଂସଦ ଦେରେକ ଓବ୍ରିନ ସୂଚନା ଦେଇଛନ୍ତି । ସେପଟେ କଂଗ୍ରେସ ମୁଖ୍ୟ ରାହୁଲ ଗାନ୍ଧୀ ମଧ୍ୟ ପୂର୍ବରୁ ଦଳ ପକ୍ଷରୁ ସମସ୍ତ ରାଲିକୁ ବାତିଲ କରିବା ସହିତ ଅନ୍ୟ ଦଳର ନେତାମାନେ ମଧ୍ୟ ପ୍ରଚାରକୁ ବନ୍ଦ କରିବା ପାଇଁ ଟ୍ବିଟ ଯୋଗେ ସେ ପରାମର୍ଶ ଦେଇଥିଲେ ।

ବିଧାନସଭା ନିର୍ବାଚନ ପାଇଁ ହେବାକୁ ଥିବା 3ଟି ପର୍ଯ୍ୟାୟକୁ ଗୋଟିଏ ପର୍ଯ୍ୟାୟରେ ଶେଷ କରିବା ପାଇଁ ଟିଏମସି ନିର୍ବାଚନ କମିଶନଙ୍କୁ ଅନୁରୋଧ କରିଥିଲେ । ସଂକ୍ରମଣକୁ ରୋକିବା ପାଇଁ ଦଳ ଏପରି କରିଥିଲା । ରାଜ୍ୟର ମୁଖ୍ୟ ନିର୍ବାଚନ ଅଧିକାରୀ ଏ ସମ୍ପର୍କରେ ଆଲୋଚନା କରିବା ପାଇଁ ସମସ୍ତ ଦଳର ନେତାଙ୍କ ସହିତ ଆଲୋଚନା କରିବା ପାଇଁ ଏକ ବୈଠକ ଡାକିଛନ୍ତି ବୋଲି ଜଣାପଡିଛି । ତେବେ ସୂଚନା ଥାଉ କି ମୋଟ 8ଟି ପର୍ଯ୍ୟାୟ ମଧ୍ୟରୁ 5ଟି ପର୍ଯ୍ୟାୟ ଶେଷ ହୋଇସାରିଥିବା ବେଳେ 6ଷ୍ଠ ପର୍ଯ୍ୟାୟ ଏପ୍ରିଲ 22 ତାରିଖରେ ହେବାକୁ ଥିବା ବେଳେ 7ମ ପର୍ଯ୍ୟାୟ ଓ 8ମ ପର୍ଯ୍ୟାୟ ଯଥାକ୍ରମେ ଏପ୍ରିଲ 26 ଓ 29 ତାରିଖରେ ହେବ ବୋଲି ସମୟ ଧାର୍ଯ୍ୟ କରାଯାଇଥିଲା ।

ଗତ 24 ଘଣ୍ଟାରେ ରାଜ୍ୟରେ 7713 ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା 6 ଲକ୍ଷ 51 ହଜାର 508ରେ ପହଞ୍ଚିଛି । ରାଜ୍ୟରେ 45 ହଜାର 300 ଜଣ ଆକ୍ରାନ୍ତ ସକ୍ରିୟ ରହିଛନ୍ତି ଏବଂ ମୃତ୍ୟୁହାର 10 ହଜାର 540ରେ ପହଞ୍ଚିଛି ।

@ANI

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.