ETV Bharat / bharat

WB SSC scam: ଚାକିରି ହରାଇଲେ ମମତା ବାନାର୍ଜୀଙ୍କ ଝିଆରୀ

author img

By

Published : Mar 11, 2023, 10:15 AM IST

ପଶ୍ଚିମବଙ୍ଗ ଶିକ୍ଷକ ନିଯୁକ୍ତି ଦୁର୍ନୀତି ମାମଲା । ଚାକିରିରୁ ବିଦା ହେଲେ ମମତା ବାନାର୍ଜୀଙ୍କ ଝିଆରୀ । ଅଧିକ ପଢନ୍ତୁ

ଚାକିରି ହରାଇଲେ ମମତା ବାନାର୍ଜୀଙ୍କ ଝିଆରୀ
ଚାକିରି ହରାଇଲେ ମମତା ବାନାର୍ଜୀଙ୍କ ଝିଆରୀ

କୋଲକାତା: ପଶ୍ଚିମବଙ୍ଗ ଶିକ୍ଷକ ନିଯୁକ୍ତି ଦୁର୍ନୀତି ମାମଲାରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଝିଆରୀ ବୃଷ୍ଟି ମୁଖାର୍ଜୀ ଚାକିରି ହରାଇଛନ୍ତି । ସେ ଭୋଲପୁର ଉଚ୍ଚ ପ୍ରାଥମିକ ବିଦ୍ୟାଳୟସର ଗ୍ରୁପ ସି କର୍ମଚାରୀ ଭାବେ କାର୍ଯ୍ୟରତ ଥିଲେ । ପଶ୍ଚିମବଙ୍ଗ ସ୍କୁଲ ସେବା ଆୟୋଗ(SSC) ଦ୍ବାରା ବେଆଇନ ଭାବେ ତାଙ୍କୁ ଅଣଶିକ୍ଷକ କର୍ମଚାରୀ ରୂପେ ନିଯୁକ୍ତି ଦିଆଯାଇଥିଲା । ଏହି ମାମଲାରେ ହାଇକୋର୍ଟଙ୍କ ନିର୍ଦ୍ଦେଶ ପରେ ବୃଷ୍ଟିଙ୍କ ଚାକିରି ଚାଲିଯାଇଥିବା ଜଣାପଡିଛି । ଅନ୍ୟପଟେ ଶିକ୍ଷକ ନିଯୁକ୍ତି ଦୁର୍ନୀତିରେ ବର୍ତ୍ତମାନ ପରିବାର ସଦସ୍ୟଙ୍କ ନାଁ ଉଠିବା ପରେ ମମତା ଅଡୁଆରେ ପଡିଛନ୍ତି ।

ବୃଷ୍ଟି ମୁଖାର୍ଜୀ ମମତା ବାନାର୍ଜୀଙ୍କ ଦାଦା ଝିଅ ଅଟନ୍ତି । ତାଙ୍କର ଘର ବୀରଭୂମି ଜିଲ୍ଲା କୁସମ୍ବା ଗାଁରେ, ଯାହାକି ମମତାଙ୍କ ବାପଘର । ଏସଏସସି ଦୁର୍ନୀତି ପ୍ରସଙ୍ଗ ଉଠିବା ପରେ ହାଇକୋର୍ଟଙ୍କ ନିର୍ଦ୍ଦେଶକ୍ରମେ ବେଆଇନ ଭାବେ ଶିକ୍ଷକ ନିଯୁକ୍ତି ପାଇଥିବା ପ୍ରାର୍ଥୀଙ୍କ ଚାକିରି ରବ୍ଦ କରାଯାଇଥିଲା । ଏହି ତାଲିକାର ୬୦୮ତମ ସ୍ଥାନରେ ବୃଷ୍ଟିଙ୍କ ନାମ ରହିଥିଲା । ଏହାପରେ ବୃଷ୍ଟି ବ୍ୟକ୍ତିଗତ କାରଣ ଦର୍ଶାଇ ନିଜ ପଦରୁ ଇସ୍ତଫା ଦେଇଥିଲେ ।

ଏନେଇ ମମତା ବାନାର୍ଜୀଙ୍କ ଭାଇ ନିହାରଙ୍କୁ ଯୋଗାଯୋଗ କରାଯାଇଥିବାବେଳେ ସେ କହିଛନ୍ତି, ସ୍ବାସ୍ଥ୍ୟଗତ ସମସ୍ୟା ଯୋଗୁଁ ତାଙ୍କର ଝିଅ ଚାକିରିରୁ ଇସ୍ତଫା ଦେଇଛନ୍ତି । ସେ ଟଙ୍କାଟିଏ ବି ଦରମା ନେଇନାହାନ୍ତି । ତେବେ ବୃଷ୍ଟି କେମିତି ଚାକିରି ପାଇଲେ ସେନେଇ ନିହାର କୌଣସି ସ୍ପଷ୍ଟୀକରଣ ଦେଇନାହାନ୍ତି । କେବଳ କହିଛନ୍ତି ଯେ, ବୃଷ୍ଟି ଆବେଦନ କରିଥିଲେ ଓ ଚାକିରି ପାଇଲେ ।

ମୁଖ୍ୟମନ୍ତ୍ରୀ ମମତାଙ୍କ ପୈତୃକ ଘର ଚକିଆପୁର ଗାଁର ୧ନଂ ବ୍ଲକରେ ହୋଇଥିବାବେଳେ ତାଙ୍କର ବାପଘର କୁସୁମ୍ବାରେ । ମମତାଙ୍କ ଦାଦା ଅନିଲ ମୁଖାର୍ଜୀ ଏବଂ ତାଙ୍କର ପୁଅ ନିହାର ମୁଖାର୍ଜୀ କୁସୁମ୍ବା ଗାଁରେ ବସବାସ କରୁଛନ୍ତି । ତେବେ ଏସଏସସି ଦୁର୍ନୀତି ମାମଲାରେ ପ୍ରଥମ ଥର ବାନାର୍ଜୀ ପରିବାରର କୌଣସି ସଦସ୍ୟଙ୍କ ନାଁ ଉଠିଛି । ଯେତେବେଳେ କି ଏହି ଘଟଣାରେ ଆଗରୁ ପୂର୍ବତନ ଶିକ୍ଷାମନ୍ତ୍ରୀଙ୍କ ସମେତ କମିଶନର ଅନେକ ଅଧିକାରୀ ଗିରଫ ହୋଇସାରିଛନ୍ତି ।

ଶିକ୍ଷକ ନିଯୁକ୍ତି ପାଇଁ ପଶ୍ଚିମବଙ୍ଗ ସ୍କୁଲ ସେବା ଆୟୋଗ ପ୍ରାର୍ଥୀଙ୍କ ଠାରୁ ଲାଞ୍ଚ ନେଉଥିବା ଅଭିଯୋଗ ହେବା ପରେ ଏହି ଦୁର୍ନୀତିର ପର୍ଦ୍ଦାଫାସ ହୋଇଥିଲା । ଏହି ମାମଲା ହାଇକୋର୍ଟରେ ପହଞ୍ଚିଥିଲା । ଏହାର ବିଚାର କରି କୋର୍ଟ ବେଆଇନ ଭାବେ ନିଯୁକ୍ତ ପାଇଥିବା ସମସ୍ତ ପ୍ରାର୍ଥୀଙ୍କ ଚାକିରି ରବ୍ଦ କରିବାକୁ ନିର୍ଦ୍ଦେଶ ଦେଇଥିଲେ । ଯେଉଁ କାରଣରୁ ବୃଷ୍ଟିଙ୍କ ଚାକିରି ମଧ୍ୟ ଯାଇଥିଲା ।

ଏହି ଘଟଣା ପଦାକୁ ଆସିବା ପରେ ମମତା ବାନାର୍ଜୀଙ୍କୁ ଘେରିଛନ୍ତି ବିରୋଧି ଦଳ । ମୁଖ୍ୟମନ୍ତ୍ରୀ ନିଜର ପରିବାର ଲୋକ ଏବଂ ଘନିଷ୍ଠ ସହଯୋଗୀଙ୍କୁ ବଡ ପଦରେ ଚାକିରି ଦେଉଥିବା ବିରୋଧି ଅଭିଯୋଗ କରିଛନ୍ତି । ବିଜେପି ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ସମ୍ପର୍କୀୟଙ୍କୁ ବେଆଇନ ଭାବେ ନିଯୁକ୍ତି ମିଳିବା ଘଟଣାରେ ସିବିଆଇ ତଦନ୍ତ ଦାବି କରାଯାଇଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.