ETV Bharat / bharat

ମଣ୍ଡପରେ ପୂଜା ପାଇବେ ଦିଦିଙ୍କ ଦଶଭୂଜା ମୂର୍ତ୍ତି ! - Mamata Banerjee

ଏଥର ଦୁର୍ଗା ମଣ୍ଡପରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଦଶଭୂଜା ମୂର୍ତ୍ତି ନଜର ଆସିବ ବୋଲି କରାଯାଉଛି ଦାବି । ମୂର୍ତ୍ତିକୁ ମମତା ବାନାର୍ଜୀଙ୍କ ଅଂହକାର ସହ ଯୋଡିଛି ବିଜେପି । ଅଧିକ ପଢନ୍ତୁ...

ମଣ୍ଡପରେ ପୂଜା ପାଇବ ଦିଦିଙ୍କ ଦଶଭୂଜା ମୂର୍ତ୍ତି !

author img

By

Published : Sep 3, 2021, 9:00 PM IST

କୋଲକାତା: ଆଗକୁ ଧରାବତରଣ କରିବେ ଜଗତଜନନୀ ମା’ ଦୁର୍ଗା । ଏନେଇ ପଶ୍ଚିମବଙ୍ଗରେ ଜୋରସୋରରେ ଆରମ୍ଭ ହୋଇଯାଇଛି ପୂଜା ପ୍ରସ୍ତୁତି । ପାର୍ବଣ ଋତୁରେ ଉତ୍ସବ ମୁଖରିତ ହେବ ସମଗ୍ର ରାଜ୍ୟ । ବିଭିନ୍ନ ସ୍ଥାନରେ ସଜାହେବ ଭଳିକି ଭଳି ଆକର୍ଷଣୀୟ ମଣ୍ଡପ । ମା' ଦୁର୍ଗାଙ୍କ ଭକ୍ତିରେ ବୁଡିରହି ପୂର୍ଣ୍ଣ ଲଭିବେ ଅଗଣିତ ଶ୍ରଦ୍ଧାଳୁ । ଏହାରି ମଧ୍ୟରେ ଛିଡା ହୋଇଛି ବଡ ବିବାଦ । ଏଥର ଦୁର୍ଗା ମଣ୍ଡପରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଦଶଭୂଜା ମୂର୍ତ୍ତି ନଜର ଆସିବ ବୋଲି କରାଯାଉଛି ଦାବି ।

ମୂର୍ତ୍ତି କରାଗିରମାନେ ମମତାଙ୍କ ପ୍ରତିକୃତିରେ ନିର୍ମାଣ କରୁଛନ୍ତି ଦଶଭୂଜା ପ୍ରତିମା । ଏହି ମୂର୍ତ୍ତିକୁ ମଣ୍ଡପରେ ରଖାଯିବ । ମୂର୍ତ୍ତିରେ ମମତାଙ୍କ କାର୍ଯ୍ୟକାଳରେ ଆରମ୍ଭ ହୋଇଥିବା ୧୦ ଯୋଜନାକୁ ଦେଖାଯିବ ବୋଲି କୁହାଯାଉଛି ।

ସେପଟେ ମୂର୍ତ୍ତି ଉପରେ ବିବାଦ ଘନେଇବାରେ ଲାଗିଛି । ଏହି ମୂର୍ତ୍ତିକୁ ମମତା ବାନାର୍ଜୀଙ୍କ ଅଂହକାର ସହ ଯୋଡିଛି ବିଜେପି । ବିରୋଧୀ ଦଳ ନେତା ଶୁଭେନ୍ଦୁ ଅଧିକାରୀ ଟାର୍ଗେଟ କରି କହିଛନ୍ତି, ଯେବେ କେହି କାହାକୁ ଭଗବାନର ଉପାଧି ଦେବାକୁ ପ୍ରୟାସ କରିଥାଏ, ତାହା କେବଳ ଖୁସି କରାଇବା ପାଇଁ ହୋଇଥାଏ । ଅଂହକାର ଏତେ ଅଧିକ ହୋଇଯାଇଛି ଯେ ବିବେକ ବି କାମ କରିବା ବନ୍ଦ କରିଦେଇଛି ବୋଲି କହିଛନ୍ତି ଶୁଭେନ୍ଦୁ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.