ETV Bharat / bharat

‘ଇଣ୍ଡିଆ’ ମେଣ୍ଟରେ ଅସନ୍ତୋଷ ! ବୁଧବାର ବୈଠକକୁ ଯିବେନି ଦିଦି

author img

By ETV Bharat Odisha Team

Published : Dec 4, 2023, 7:56 PM IST

Updated : Dec 4, 2023, 8:27 PM IST

ବିଧାନସଭା ଫଳାଫଳ ପରେ ‘ଇଣ୍ଡିଆ’ ମେଣ୍ଟରେ ଫାଟ ! ବୁଧବାର ଆୟୋଜିତ ବୈଠକକୁ ଯିବେନି ମମତା ବାନାର୍ଜୀ । ପୂର୍ବରୁ କଂଗ୍ରେସର ନେତୃତ୍ବକୁ ସମାଲୋଚନା କରିସାରିଛନ୍ତି ନୀତିଶ । ଅଧିକ ପଢନ୍ତୁ

ବିଧାନସଭା ଫଳାଫଳ ପରେ ଇଣ୍ଡିଆ ମେଣ୍ଟରେ ଫାଟ ! ବୈଠକକୁ ଯିବେନି ଦିଦି

କୋଲକାତା: 2024 ସାଧାରଣ ନିର୍ବାଚନରେ ମୋଦି ନେତୃତ୍ବାଧୀନ ବିଜେପିକୁ କ୍ଷମତାରୁ ହଟାଇବା ପାଇଁ ଏକାଠି ହୋଇଥିବା ବିରୋଧୀଙ୍କ ‘ଇଣ୍ଡିଆ’ ମେଣ୍ଟ ସଠିକ ସାଙ୍ଗଠନିକ ଆକାର ପାଇବା ପୂର୍ବରୁ ସେଥିରେ ଫାଟ ସୃଷ୍ଟି ହେବାରେ ଲାଗିଛି । ବିଭିନ୍ନ ପ୍ରସଙ୍ଗରେ ମେଣ୍ଟ ସହଯୋଗୀ ଦଳଙ୍କ ମଧ୍ୟରେ ଯେଉଁ ବିବାଦ ରହିଥିଲା, ତାହା ଚଳିତ 4 ରାଜ୍ୟର ବିଧାନସଭା ନିର୍ବାଚନ ଫଳାଫଳ ଆସିବା ପରେ ଆହୁରି ସୁସ୍ପଷ୍ଟ ହେବାରେ ଲାଗିଛି । କାରଣ 4 ରାଜ୍ୟରୁ 3ଟି ରାଜ୍ୟରେ ମେଣ୍ଟର ନେତୃତ୍ବ ନେଉଥିବା କଂଗ୍ରେସ ନୈରାଶ୍ୟଜନକ ପ୍ରଦର୍ଶନ କରିଛି ।

  • #WATCH | Kolkata: On the upcoming INDIA alliance meeting on December 6, West Bengal CM Mamata Banerjee says, " I don't know, I have got no information so I kept a programme in North Bengal...If we had the information, we wouldn't have scheduled those programmes. We would have… https://t.co/iz5pDFIFK8 pic.twitter.com/3yYzikRRgu

    — ANI (@ANI) December 4, 2023 " class="align-text-top noRightClick twitterSection" data=" ">

ଗତକାଲି ଫଳାଫଳ ଆସିବା ପରେ ‘ଇଣ୍ଡିଆ’ ମେଣ୍ଟ ବୁଧବାର ଯେଉଁ ବୈଠକ ଡାକିଛି, ସେଥିରେ ମେଣ୍ଟର ଅନ୍ୟତମ ପ୍ରମୁଖ ନେତ୍ରୀ ତଥା ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ସାମିଲ ହେବେ ନାହିଁ । କେବଳ ଏହି ନିଷ୍ପତ୍ତି ନୁହେଁ ବରଂ ମମତାଙ୍କ ଏ ସମ୍ପର୍କରେ ପ୍ରତିକ୍ରିୟା ମେଣ୍ଟରେ ସେ ଅସନ୍ତୁଷ୍ଟ ଥିବା ସ୍ପଷ୍ଟ କରିଛି । ମେଣ୍ଟ ବୈଠକ ଡାକିଥିବା ନେଇ ତାଙ୍କ ନିକଟରେ କୌଣସି ସୂଚନା ନାହିଁ । ସେହିଦିନ ଉତ୍ତର ବଙ୍ଗଳାରେ ତାଙ୍କର ଅନ୍ୟ କାର୍ଯ୍ୟକ୍ରମ ସ୍ଥିର ହୋଇସାରିଛି ବୋଲି ମମତା କହିଛନ୍ତି । ଏଥିରୁ ସ୍ପଷ୍ଟ ଯେ, ମମତା ଆସନ୍ତା ବୈଠକରେ ଉପସ୍ଥିତ ରହିବେନାହିଁ ।

ଇଣ୍ଡିଆ ମେଣ୍ଟର ଶେଷ ଦୁଇଦିନିଆ ବୈଠକ ଅଗଷ୍ଟ 31 ଓ ସେପ୍ଟମ୍ବର ପହିଲାରେ ଶେଷ ହୋଇଥିଲା । ଏହା ପରେ ବିଧାନସଭା ନିର୍ବାଚନ କାରଣରୁ ମେଣ୍ଟର ବୈଠକ ବନ୍ଦ ରହିଥିଲା । ମାତ୍ର ଗତକାଲି 4 ରାଜ୍ୟର ବିଧାନସଭା ଫଳାଫଳରେ କଂଗ୍ରେସର ନୈରାଶ୍ୟଜନକ ପ୍ରଦର୍ଶନ ପରେ କଂଗ୍ରେସ ମୁଖ୍ୟ ମଲ୍ଲିକାର୍ଜୁନ ଖଡଗେ ବୁଧବାର ‘ଇଣ୍ଡିଆ’ ମେଣ୍ଟ ବୈଠକ ଡାକିଥିଲେ । ଦଳର ପରାଜୟରେ ଟ୍ବିଟ କରି ଖଡଗେ ଲେଖିଥିଲେ, ଏହା ନୈରାଶ୍ୟଜନକ ପ୍ରଦର୍ଶନ । ଏହି ସବୁ ରାଜ୍ୟରେ ଦଳ ନିଜର ସାଙ୍ଗଠନିକ ପୁନଃନିର୍ମାଣ କରିବ । ସେହିପରି 2024 ସାଧାରଣ ନିର୍ବାଚନ ପାଇଁ ଇଣ୍ଡିଆ ମେଣ୍ଟର ସହଯୋଗୀ ଦଳଙ୍କ ସାହାଯ୍ୟରେ କଂଗ୍ରେସ ପ୍ରସ୍ତୁତି ଆରମ୍ଭ କରିବ । ମାତ୍ର 2024 ସାଧାରଣ ନିର୍ବାଚନ ପୂର୍ବରୁ ସେମିଫାଇନାଲ କୁହାଯାଉଥିବା 4 ରାଜ୍ୟର ବିଧାନସଭା ନିର୍ବାଚନ ଫଳାଫଳ ପରେ କଂଗ୍ରେସର ନେତୃତ୍ବ ନେଇ ଅସନ୍ତୋଷ ସୃଷ୍ଟି ହୋଇଛି ।

ଏହା ମଧ୍ୟ ପଢନ୍ତୁ :- କ୍ୟାସ ଫର କ୍ବାରୀ ମାମଲା: ‘ଗୃହରେ ଏଥିକ୍ସ କମିଟି ରିପୋର୍ଟ ଆଗତ ହେଲେ ନିଜ ପକ୍ଷ ରଖିବି ’

ପୂର୍ବରୁ ଏହି ଅଭିଯୋଗ ସହ ନୀତିଶ କୁମାର କଂଗ୍ରେସ ଓ ଏହାର ଶୀର୍ଷ ନେତାଙ୍କ ଉପରେ ଅସନ୍ତୋଷ ଝାଡିଥିଲେ । କଂଗ୍ରେସକୁ 2024 ଲୋକସଭା ନିର୍ବାଚନ ପାଇଁ ଇଣ୍ଡିଆ ମେଣ୍ଟ ନେତୃତ୍ବ ଦିଆଗଲା । ମାତ୍ର ସେମାନେ ଏବେ ବିଧାନସଭା ନିର୍ବାଚନରେ ବ୍ୟସ୍ତ ଥିବା ନୀତିଶ କହିଥିଲେ । ସେହିପରି ସାଧାରଣ ନିର୍ବାଚନକୁ ମାତ୍ର 3 ରୁ 4 ମାସ ଥିବା ବେଳେ କେବଳ ମେଣ୍ଟର ନାମକରଣ ବ୍ୟତୀତ ଆଉ ବିଶେଷ କିଛି କାର୍ଯ୍ୟ ହୋଇପାରିନି । ମେଣ୍ଟର ଆବାହକ ଚୟନ ଓ ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ଚେହେରା ମଧ୍ୟ ଚର୍ଚ୍ଚାରୁ ବେଶ ଦୂରରେ ରହିଛି । ଏହାରି ମଧ୍ୟରେ କଂଗ୍ରେସର ନୈରାଶ୍ୟଜନକ ପ୍ରଦର୍ଶନ ମେଣ୍ଟରେ ଅସନ୍ତୋଷକୁ ଆହୁରି ବଢାଇଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Dec 4, 2023, 8:27 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.