ETV Bharat / bharat

Presidential Election: ବିରୋଧୀଙ୍କୁ ଏକାଠି କରିବାକୁ ମମତାଙ୍କ ସଜବାଜ, ନବୀନ ସମେତ 22 ଅଣ ବିଜେପି ନେତାଙ୍କୁ ଲେଖିଲେ ଚିଠି

ରାଷ୍ଟ୍ରପତି ନିର୍ବାଚନ ପାଇଁ ବିଜେପି ବିରୋଧୀ ଆଭିଯାନ ଆରମ୍ଭ କଲେ ମମତା । 15 ଜୁନରେ ବାମ ଦଳ ସମେତ 22 ଅଣ ବିଜେପି ଦଳମୁଖ୍ୟଙ୍କୁ ବୈଠକ ପାଇଁ ଦିଲ୍ଲୀକୁ କଲେ ନିମନ୍ତ୍ରଣ । ତାଲିକାରେ ଅଛନ୍ତି ନବୀନ, ନାହାନ୍ତି ଜଗନ । ଅଧିକ ପଢନ୍ତୁ

Presidential election: ଅଣ ବିଜେପି ନେତାଙ୍କୁ ଦିଲ୍ଲୀ ଡାକିଲେ ମମତା, ତାଲିକାରେ ନବୀନଙ୍କ ସମେତ 22 ନେତା

author img

By

Published : Jun 11, 2022, 7:26 PM IST

କୋଲକାତା: ରାଷ୍ଟ୍ରପତି ନିର୍ବାଚନରେ ବିଜେପି ବିରୋଧୀ ଅଭିଯାନ ଆରମ୍ଭ କଲେ ଟିଏମସି ମୁଖ୍ୟ ତଥା ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ । ଆସନ୍ତା 15 ତାରିଖରେ ଅଣ ବିଜେପି ଦଳ ମୁଖ୍ୟମାନଙ୍କୁ ଦିଲ୍ଲୀରେ ବୈଠକ ପାଇଁ ଆହ୍ବାନ କରିଛନ୍ତି ମମତା । ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ଡାକିଥିବା ଅଣ ବିଜେପି ନେତାଙ୍କ ତାଲିକାରେ ରହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସମେତ 22 ବରିଷ୍ଠ ନେତା ।

  • With Presidential election around the corner, West Bengal CM Mamata Banerjee, with an initiative of strong & effective opposition against divisive forces, has reached out to the opposition CMs & leaders to participate in a joint meeting at Constitution Club, Delhi on June 15: TMC pic.twitter.com/vjOZEuz739

    — ANI (@ANI) June 11, 2022 " class="align-text-top noRightClick twitterSection" data=" ">

ଦିଲ୍ଲୀ ମୁଖ୍ୟମନ୍ତ୍ରୀ ତଥା ଆପ ମୁଖ୍ୟ ଅରବିନ୍ଦ କେଜ୍ରିଓ୍ବାଲ, କେରଳ ମୁଖ୍ୟମନ୍ତ୍ରୀ ପିନାରାୟୀ ବିଜୟନ, ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ ତଥା TRS ମୁଖ୍ୟ କେ.ସି.ଆର, ତାମିଲନାଡୁ ମୁଖ୍ୟମନ୍ତ୍ରୀ ଏମ.କେ ଷ୍ଟାଲିନ, ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ, ଝାରଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ, ପଞ୍ଚାବ ମୁଖ୍ୟମନ୍ତ୍ରୀ ଭାଗଓ୍ବନ୍ତ ମାନ ଓ କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ମଧ୍ୟ ମମତାଙ୍କ ଦ୍ବାରା ବୈଠକକୁ ନିମନ୍ତ୍ରିତ ହୋଇଛନ୍ତି । ଦିଲ୍ଲୀର କଂଷ୍ଟିଚ୍ୟୁସନ କ୍ଲବରେ 15 ତାରିଖରେ ଏହି ବୈଠକ ହେବା ନେଇ ମଧ୍ୟ ଟିଏମସି ପକ୍ଷରୁ କୁହାଯାଇଛି ।

ଏମାନଙ୍କ ବ୍ୟତୀତ ସିପିଆଇ ସାଧାରଣ ସମ୍ପାଦକ ଡି.ରାଜା, ସିପିଏମ ମହାସଚିବ ସୀତାରାମ ୟାଚୁରୀ, ସପା ମୁଖ୍ୟ ଅଖିଳେଶ ଯାଦବ, ଏନସିପି ମୁୁଖ୍ୟ ଶରଦ ପାୱାର, ଆରଏଲଡି ମୁଖ୍ୟ ଜୟନ୍ତ ଚୌଧୁରୀ, ପୂର୍ବତନ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ କୁମାରା ସ୍ୱାମୀ ,ଏନସି ମୁଖ୍ୟ ଫାରୁକ୍ ଅବଦୁଲ୍ଲା ଓ ମେହବୁବା ମୁଫତି ପ୍ରମୁଖ ମଧ୍ୟ ରହିଛନ୍ତି । ଅନ୍ୟପଟେ ବର୍ତ୍ତମାନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଖୁବ ନିକଟତର ଦୃଶ୍ୟମାନ ହେଉଥିବା ଆନ୍ଧ୍ର ପ୍ରଦେଶ ମୁଖ୍ୟମନ୍ତ୍ରୀ ତଥା YSR କଂଗ୍ରେସ ମୁଖ୍ୟ ଜଗନ ମୋହନ ରେଡ୍ଡୀ କିନ୍ତୁ ମମତାଙ୍କ ତାଲିକାରେ ନାହାନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.