ETV Bharat / bharat

କେନ୍ଦ୍ରକୁ ଦିଦିଙ୍କ ଟାର୍ଗେଟ: ରାଜ୍ୟକୁ ମିଳୁନି ଭ୍ୟାକ୍ସିନ, ଡିସେମ୍ବର ଶେଷ ସୁଦ୍ଧା କେମିତି ସରିବ ଟୀକାକରଣ?

ଭ୍ୟାକ୍ସିନକୁ ନେଇ କେନ୍ଦ୍ର ଉପରେ ବର୍ଷିଛନ୍ତି ମମତା ବାନାର୍ଜୀ । ରାଜ୍ୟକୁ ଭ୍ୟାକ୍ସିନ ଦେଉ ପାରୁନାହାଁନ୍ତି । ଏଭଳିସ୍ଥିତିରେ ଡିସେମ୍ବର ସୁଦ୍ଧା କିଭଳି ଦେଶର ସମସ୍ତ ଜନସାଧାରଣଙ୍କ ଟୀକାକରଣ ଶେଷ କରାଯିବ ବୋଲି ପ୍ରଶ୍ନ କରିଛନ୍ତି ମମତା । ଅଧିକ ପଢନ୍ତୁ...

କେନ୍ଦ୍ରକୁ ଦିଦିଙ୍କ ଟାର୍ଗେଟ; ରାଜ୍ୟକୁ ମିଳୁନି ଭ୍ୟାକ୍ସିନ, ଡିସେମ୍ବର ଶେଷସୁଦ୍ଧା କେମିତି ସରିବ ଟୀକାକରଣ?

author img

By

Published : Jun 2, 2021, 6:40 PM IST

କୋଲକାତା: କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରିଛନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ । ଏଥର ଭ୍ୟାକ୍ସିନକୁ ନେଇ କେନ୍ଦ୍ର ଉପରେ ବର୍ଷିଛନ୍ତି ମମତା । ସେ କହିଛନ୍ତି, କେନ୍ଦ୍ର ସରକାର ବହୁତ କିଛି କହୁଛନ୍ତି । ହେଲେ କିଛି ହେଉନାହିଁ ।

ମମତା କହିଛନ୍ତି, ପୁରା ଦେଶକୁ ଭ୍ୟାକ୍ସିନ ଦେବା ବଡ କାମ । ରାଜ୍ୟକୁ ଭ୍ୟାକ୍ସିନ ଦେଇପାରୁନାହାଁନ୍ତି । ଏଭଳିସ୍ଥିତିରେ ଡିସେମ୍ବର ସୁଦ୍ଧା କିଭଳି ଦେଶର ସମସ୍ତ ଜନସାଧାରଣଙ୍କ ଟୀକାକରଣ ଶେଷ କରାଯିବ ବୋଲି ପ୍ରଶ୍ନ କରିଛନ୍ତି ମମତା ।

ମମତା ବାନାର୍ଜୀ ବୁଧବାର ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି, ଓଡିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହ ତାଙ୍କର ଆଲୋଚନା ହୋଇଛି । କେରଳ ମୁଖ୍ୟମନ୍ତ୍ରୀଙ୍କ ସହ ମଧ୍ୟ କଥା ହୋଇଛନ୍ତି ମମତା । ତେବେ କେନ୍ଦ୍ର ସରକାର ସବୁ ରାଜ୍ୟକୁ ମାଗଣାରେ ଭ୍ୟାକ୍ସିନ ଦେବା ଉଚିତ ବୋଲି କହିଛନ୍ତି ଦିଦି ।

ମୁଖ୍ୟମନ୍ତ୍ରୀ ବାନାର୍ଜୀ କହିଛନ୍ତି, ଡିସେମ୍ବର 2021 ପୂର୍ବରୁ ସମସ୍ତ ନାଗରିକଙ୍କୁ ଟିକା ଦେବା ସମ୍ପୂର୍ଣ୍ଣ ମିଛ । ସେ କହିଛନ୍ତି, କେନ୍ଦ୍ର ଭିତ୍ତିହୀନ କଥା କହୁଛି । ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ଆହୁରି ମଧ୍ୟ କହିଛନ୍ତି, କେନ୍ଦ୍ର ରାଜ୍ୟ ସରକାରଙ୍କୁ ଭ୍ୟାକ୍ସିନ ପଠାଉନାହାଁନ୍ତି । ତେବେ ରାଜ୍ୟ ପାଇଁ ଭ୍ୟାକ୍ସିନ କିଣି ଏହାକୁ ମାଗଣାରେ ବଣ୍ଟନ କରିବାକୁ କେନ୍ଦ୍ରକୁ କହିଛନ୍ତି ମମତା ବାନାର୍ଜୀ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.