ETV Bharat / bharat

ରାଜ୍ୟସଭାରେ ବିରୋଧୀ ଦଳ ନେତା ହେଲେ ମଲ୍ଲିକାର୍ଜୁନ ଖଡଗେ

author img

By

Published : Feb 16, 2021, 8:20 PM IST

Updated : Feb 16, 2021, 9:17 PM IST

ରାଜ୍ୟସଭାର ବିରୋଧୀ ଦଳ ନେତା ଭାବରେ କଂଗ୍ରେସର ବରିଷ୍ଠ ନେତା ମଲ୍ଲିକାର୍ଜୁନ ଖଡଗେଙ୍କ ନାଁରେ ମୋହର ମାରିଛନ୍ତି ଗୃହର ଅଧ୍ୟକ୍ଷ ତଥା ଉପରାଷ୍ଟ୍ରପତି ଏମ ଭେଙ୍କେୟା ନାଇଡୁ । ଅଧିକ ପଢନ୍ତୁ...

ରାଜ୍ୟସଭାରେ ବିରୋଧୀ ଦଳ ନେତା ହେଲେ ମଲ୍ଲିକାର୍ଜୁ ଖଡଗେ

ନୂଆଦିଲ୍ଲୀ: ରାଜ୍ୟସଭାରେ ବିରୋଧୀ ଦଳକୁ ମିଳିଛି ନୂଆ ନେତା । ରାଜ୍ୟସଭାର ବିରୋଧୀ ଦଳ ନେତା ଭାବରେ କଂଗ୍ରେସର ବରିଷ୍ଠ ନେତା ମଲ୍ଲିକାର୍ଜୁନ ଖଡଗେଙ୍କ ନାଁରେ ମୋହର ମାରିଛନ୍ତି ଗୃହର ଅଧ୍ୟକ୍ଷ ତଥା ଉପରାଷ୍ଟ୍ରପତି ଏମ ଭେଙ୍କେୟା ନାଇଡୁ । ତେବେ ମଙ୍ଗଳବାରଠାରୁ ରାଜ୍ୟସଭାରେ ବିରୋଧୀ ଦଳର ନେତା ଭାବେ ଦାୟିତ୍ବ ତୁଲାଇବେ ।

ଫେବୃଆରୀ 15 ଅର୍ଥାତ ସୋମବାର ଏହା ପୂର୍ବରୁ ରାଜ୍ୟସଭାରେ ବିରୋଧୀ ଦଳ ନେତା ଥିବା ଗୁଲାମ ନବୀ ଆଜାଦଙ୍କ କାର୍ଯ୍ୟକାଳ ଶେଷ ହୋଇଛି । ତେବେ ରାଜ୍ୟସଭାରୁ ଆଜାଦଙ୍କ ବିଦାୟ ପରେ ବଡ ପ୍ରଶ୍ନ ଉଠିଥିଲା ଯେ ବିରୋଧୀ ଦଳ ନେତା ଆସନରେ ବସାଇବ କଂଗ୍ରେସ ?

ଗୁଲାମ ନବୀଙ୍କ ରାଜ୍ୟସଭାରୁ ଅବସର ପରେ ଦଳର ବରିଷ୍ଠ ନେତା ଓ ଲୋକସଭାରେ କଂଗ୍ରେସ ନେତା ରହିସାରିଥିବା ମଲ୍ଲିକାର୍ଜୁନ ଖଡଗେଙ୍କୁ ରାଜ୍ୟସଭାରେ ବିରୋଧୀ ଦଳର ନେତା କରିବା ନେଇ ଚର୍ଚ୍ଚା ଜୋର ଧରିଥିଲା । ଖଡଗେ ନିକଟରେ ସାଂସଦ ରୂପେ ରାଜ୍ୟସଭାକୁ ଆସିଥିଲେ । ୨୦୧୯ ସାଧାରଣ ନିର୍ବାଚନ ହାରିଯାଇଥିଲେ ଖଡଗେ ।

କଂଗ୍ରେସରେ କନ୍ଦଳ ମଧ୍ୟରେ ଦଳ ପାଇଁ ବଡ ଚ୍ୟାଲେଞ୍ଜ ରହିଥିଲା ଯେ କୌଣସି ବରିଷ୍ଠ ନେତାଙ୍କୁ ବିରୋଧୀ ଦଳର ମୁଖ୍ୟ ଆସନରେ ବସାଇବା । କାରଣ ଜଣେ ବରିଷ୍ଠ ନେତା ହିଁ ବିରୋଧୀ ଦଳର ସମସ୍ତ ନେତାଙ୍କ ମଧ୍ୟରେ ସମନ୍ବୟ ରକ୍ଷା କରିପାରିବେ । ଏନେଇ ମଲ୍ଲିକାର୍ଜୁନ ଖଡଗେଙ୍କୁ ଏହି ଦାୟିତ୍ବ ଦିଆଯାଇଛି ।

Last Updated : Feb 16, 2021, 9:17 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.