ETV Bharat / bharat

ରାମ ମନ୍ଦିର ପ୍ରତିଷ୍ଠା ଉତ୍ସବକୁ ସୋନିଆ ଓ ଖଡ଼ଗେଙ୍କୁ ନିମନ୍ତ୍ରଣ - ରାମ ମନ୍ଦିର ପ୍ରତିଷ୍ଠା

Kharge and Sonia invited to consecration ceremony of Ram Temple: ରାମ ମନ୍ଦିର ପ୍ରତିଷ୍ଠା ଉତ୍ସବକୁ କଂଗ୍ରେସ ନେତ୍ରୀ ସୋନିଆ ଗାନ୍ଧି ଏବଂ କଂଗ୍ରେସ ଅଧ୍ୟକ୍ଷ ମଲିକାର୍ଜୁନ ଖଡ଼ଗେଙ୍କୁ ନିମନ୍ତ୍ରଣ କରିଛି ଟ୍ରଷ୍ଟ । ଅଧିକ ପଢ଼ନ୍ତୁ,

ରାମ ମନ୍ଦିର ପ୍ରତିଷ୍ଠା ଉତ୍ସବକୁ ସୋନିଆ ଓ ଖଡ଼ଗେଙ୍କୁ ନିମନ୍ତ୍ରଣ

author img

By ETV Bharat Odisha Team

Published : Dec 29, 2023, 3:55 PM IST

ନୂଆଦିଲ୍ଲୀ: ଜାନୁଆରୀ ୨୨ରେ ଅଯୋଧ୍ୟାରେ ମର୍ଯ୍ୟାଦା ପୁରୁଷ ଶ୍ରୀରାମ ଚନ୍ଦ୍ରଙ୍କର ଭବ୍ୟ ମନ୍ଦିର ପ୍ରତିଷ୍ଠା କରାଯିବ । ଏଥିପାଇଁ ରାମ ମନ୍ଦିର ଟ୍ରଷ୍ଟ ପକ୍ଷରୁ ବିରୋଧୀ ଦଳଗୁଡ଼ିକୁ ନିଉତା ଦିଆଯାଇଛି । ଏହିକ୍ରମରେ କଂଗ୍ରେସ ସଂସଦୀୟ ଦଳ ଅଧ୍ୟକ୍ଷା ସୋନିଆ ଗାନ୍ଧି ଏବଂ କଂଗ୍ରେସ ରାଷ୍ଟ୍ରୀୟ ଅଧ୍ୟକ୍ଷ ମଲିକାର୍ଜୁନ ଖଡ଼ଗେଙ୍କୁ ନିମନ୍ତ୍ରଣ ଦିଆଯାଇଛି । ରାମ ମନ୍ଦିର ଟ୍ରଷ୍ଟ ପକ୍ଷରୁ କଂଗ୍ରେସର ଦୁଇ ବରିଷ୍ଠ ନେତାଙ୍କୁ ରାମ ଲାଲାଙ୍କ ପ୍ରାଣ ପ୍ରତିଷ୍ଠା ଉତ୍ସବକୁ ଆମନ୍ତ୍ରଣ କରାଯାଇଛି ।

କଂଗ୍ରେସ ସାଧାରଣ ସଂପାଦକ ତଥା ଦଳର ଯୋଗାଯୋଗ ବିଭାଗ ମୁଖ୍ୟ ଜୟରାମ ରମେଶ ଆଜି ଏହି ସୂଚନା ଦେଇଛନ୍ତି । ଜୟରାମ ରମେଶ କହିଛନ୍ତି ଯେ, ଆସନ୍ତା ୨୨ ତାରିଖରେ ରାମ ମନ୍ଦିର ପ୍ରତିଷ୍ଠା ସମାରୋହକୁ କଂଗ୍ରେସ ସଂସଦୀୟ ଦଳ ଅଧ୍ୟକ୍ଷା ସୋନିଆ ଗାନ୍ଧି ଏବଂ କଂଗ୍ରେସ ରାଷ୍ଟ୍ରୀୟ ଅଧ୍ୟକ୍ଷ ମଲିକାର୍ଜୁନ ଖଡ଼ଗେଙ୍କୁ ନିମନ୍ତ୍ରଣ କରାଯାଇଛି । ସୋନିଆ ଗାନ୍ଧି ଏବଂ ଖଡ଼ଗେ ରାମ ମନ୍ଦିର ପ୍ରତିଷ୍ଠା ସମାରୋହରେ ସାମିଲ ହେବେ କି ନାହିଁ, ସେ ନେଇ ସଠିକ ସମୟରେ ନିଷ୍ପତ୍ତି ନିଆଯିବ ।

ଏହା ମଧ୍ୟ ପଢ଼ନ୍ତୁ: ଜେଡିୟୁରେ ନେତୃତ୍ବ ପରିବର୍ତ୍ତନ: ଲଲନ ଆଉଟ୍, ନୀତିଶ ଇନ୍

ରାମ ମନ୍ଦିର ପ୍ରତିଷ୍ଠା ଉତ୍ସବରୁ ବିରୋଧୀ ଦଳ ନେତାମାନଙ୍କୁ ନିମନ୍ତ୍ରଣ କରାଯାଉଛି। ତେବେ କିଛି ବିରୋଧୀ ଦଳ, ଏହି ସମାରୋହରେ ସାମିଲ ହେବେ ନାହିଁ ବୋଲି ନିଷ୍ପତ୍ତି ନେଇଛନ୍ତି । ସେସବୁ ଦଳ ହେଲା ତୃଣମୂଳ କଂଗ୍ରେସ ଏବଂ ସିପିଆଇଏମ । ତୃଣମୂଳ କଂଗ୍ରେସ ନେତ୍ରୀ ମମତା ବାନାର୍ଜୀଙ୍କୁ ରାମ ଲାଲାଙ୍କ ପ୍ରାଣ ପ୍ରତିଷ୍ଠା ସମାରୋହକୁ ନିଉତା ଦିଆଯାଇଥିବା ବେଳେ, ସେ କିମ୍ବା ତାଙ୍କ ଦଳର କୌଣସି ନେତା ଯୋଗ ଦେବେ ନାହିଁ ବୋଲି ଦଳ ପକ୍ଷରୁ କୁହାଯାଇଛି । ସେହିପରି ସିପିଆଇଏମ ରାମ ମନ୍ଦିର ପ୍ରତିଷ୍ଠା ଉତ୍ସବରେ ସାମଲ ହେବ ନାହିଁ ବୋଲି, ଦଳର ନେତା ସୀତାରାମ ୟେଚୁରୀ ଏବଂ ବୃନ୍ଦା କରାତ ପୂର୍ବରୁ ସ୍ପଷ୍ଟ କରି ସାରିଛନ୍ତି ।

ଏହା ମଧ୍ୟ ପଢ଼ନ୍ତୁ: ଆସନ୍ତାକାଲି ଅଯୋଧ୍ୟା ଜଙ୍କସନ ଉଦଘାଟନ କରିବେ ପ୍ରଧାନମନ୍ତ୍ରୀ, ଭବ୍ୟ ନଗରୀ ପାଇଁ ୧୫ ହଜାର କୋଟିର ପ୍ୟାକେଜ

ଆସନ୍ତା ୨୨ ତାରିଖରେ ଅଯୋଧ୍ୟାରେ ରାମ ମନ୍ଦିରର ପ୍ରତିଷ୍ଠା ଉତ୍ସବ । ଏଥିପାଇଁ ପ୍ରସ୍ତୁତି ଜୋରସୋରରେ ଚାଲିଥିବା ବେଳେ, ଜାନୁଆରି ୧୫ ସୁଦ୍ଧା ପ୍ରସ୍ତୁତି ଚୂଡ଼ାନ୍ତ ହୋଇଯିବ ବୋଲି ରାମ ମନ୍ଦିର ଟ୍ରଷ୍ଟ ପକ୍ଷରୁ ସୂଚନା ଦିଆଯାଇଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.