ETV Bharat / bharat

ଭାରତ ବିରୋଧୀ ମନ୍ତବ୍ୟ ଦେଇଥିବା 3 ମନ୍ତ୍ରୀ ନିଲମ୍ବିତ ଚର୍ଚ୍ଚା, ରିପୋର୍ଟକୁ ମାଳଦ୍ବୀପ ମନ୍ତ୍ରୀଙ୍କ ଖଣ୍ଡନ

author img

By ETV Bharat Odisha Team

Published : Jan 7, 2024, 8:19 PM IST

Updated : Jan 10, 2024, 2:13 PM IST

Maldives Suspends 3 Ministers: ‘ବୟକଟ ମାଳଦ୍ବୀପ’ ଟ୍ରେଣ୍ଡ ପରେ ଛାନିଆ ମୁଇଜୁ ସରକାର । ମୋଦି ବିରୋଧୀ ପୋଷ୍ଟ କରିଥିବା 3 ମନ୍ତ୍ରୀ ନିଲମ୍ବିତ । ମିିଡିଆ ରିପୋର୍ଟକୁ ଖଣ୍ଡନ କଲେ ମାଳଦ୍ବୀପ ଉପମନ୍ତ୍ରୀ । ଅଧିକ ପଢନ୍ତୁ

ଭାରତ ବିରୋଧୀ ମନ୍ତବ୍ୟ ମାମଲା: 3 ମନ୍ତ୍ରୀଙ୍କୁ ନିଲମ୍ବନ କଲା ମାଳଦ୍ବୀପ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଲାକ୍ଷାଦ୍ବୀପ ଗସ୍ତକୁ ସମାଲୋଚନା କରିବା ପ୍ରସଙ୍ଗରେ ବ୍ୟାକଫୁଟରେ ମାଳଦ୍ବୀପ ସରକାର । ପ୍ରଧାନମନ୍ତ୍ରୀ ମୋଦିିଙ୍କ ଗସ୍ତ ସମ୍ପର୍କିତ ବିବାଦୀୟ ଟିପ୍ପଣୀ ସହ ସୋସିଆଲ ମିଡିଆ ପୋଷ୍ଟ କରିଥିବା 3 ମନ୍ତ୍ରୀଙ୍କୁ ଆଜି ମାଳଦ୍ବୀପ ସରକାର ନିଲମ୍ବିତ କରିଥିବା ସୂଚନା ମିଳିଛି । ଏହି 3 ମନ୍ତ୍ରୀଙ୍କ ମଧ୍ୟରେ 2 ମହିଳା ମନ୍ତ୍ରୀ ରହିଛନ୍ତି । ଏମାନେ ନିଜ ବ୍ୟକ୍ତିଗତ ସୋସିଆଲ ମିଡିଆ ହ୍ୟାଣ୍ଡେଲରେ ଏହି ପୋଷ୍ଟଗୁଡିକ କରିଥିଲେ । ଯାହା ଭାରତ-ମାଳଦ୍ବୀପ ଦ୍ବିପାକ୍ଷିକ ସମ୍ପର୍କକୁ ପ୍ରଭାବିତ କରିଥିଲା । ଏହାକୁ ନେଇ ମାଳଦ୍ବୀପରେ ମଧ୍ୟ ବିରୋଧ ଦେଖିବାକୁ ମିଳିଥିଲା । ଦେଶର ପୂର୍ବତନ ତଥା ପ୍ରଥମ ଲୋକତାନ୍ତ୍ରିକ ନିର୍ବାଚିତ ରାଷ୍ଟ୍ରପତି ମହମ୍ମଦ ନାସିଦ ନିନ୍ଦା କରିଥିଲେ । ମାଳଦ୍ବୀପ ସରକାରଙ୍କ ବିଦେଶ ମନ୍ତ୍ରଣାଳୟ ଏକ ପ୍ରେସବିଜ୍ଞପ୍ତି ଜାରି କରି ଏହି ପ୍ରସଙ୍ଗରେ ଦେଶର ଆଭିମୁଖ୍ୟ ସ୍ପଷ୍ଟ କରିଛି । ଏହି ବିବାଦୀୟ ମନ୍ତବ୍ୟ ସେମାନଙ୍କର ବ୍ୟକ୍ତିଗତ ମନ୍ତବ୍ୟ ଓ ସରକାରୀ ପଦବୀରେ ଥାଇ ପଡୋଶୀ ଦେଶ ସହ ସମ୍ପର୍କ ଖରାପ କରିବା ଅଭିଯୋଗ ହୋଇଥିଲା । ହେଲେ ଗଣମାଧ୍ୟମରେ ହେଉଥିବା ଚର୍ଚ୍ଚାକୁ ମାଳଦ୍ବୀପର ଉପମନ୍ତ୍ରୀ ହାସନ ଜିହାନ ଖଣ୍ଡନ କରିଛନ୍ତି । ଏସମ୍ପର୍କରେ ଭୁଲ ଖବର ପ୍ରସାରିତ କରାଯାଉଛି ବୋଲି ସେ ଟ୍ବିଟ କରିଛନ୍ତି ।

ଗଣମାଧ୍ୟମର ରିପୋର୍ଟ ଅନୁସାରେ, ନିଲମ୍ବିତ ହୋଇଥିବା 3 ମନ୍ତ୍ରୀଙ୍କ ମଧ୍ୟରେ ମରିୟମ ଶିଉନା, ମାଲଶା ସରିଫ ଓ ମହଜୁମ ମଜିଦ ରହିଛନ୍ତି । ଏହି ତିନିଜଣ ମୁଇଜୁ ସରକାରରେ ମନ୍ତ୍ରୀ ଥିବା ବେଳେ ଏମାନଙ୍କ ପୋଷ୍ଟ ଭାରରତରେ ଉଦବେଗ ସୃଷ୍ଟି କରିଥିଲା । ଭାରତୀୟ ସେଲିବ୍ରିଟିମାନେ ଲାକ୍ଷାଦ୍ବୀପର ପର୍ଯ୍ୟଟନକୁ ପ୍ରଶଂସା କରିବା ସେଠାକୁ ଗସ୍ତ କରିବା ପୋଷ୍ଟ କରିଥିଲେ । ଆଜି କିଛି ଭାରତୀୟ ପୂର୍ବରୁ ବୁକ କରିଥିବା ମାଳଦ୍ବୀପ ଗସ୍ତ ବାତିଲ କରିଥିବା ମଧ୍ୟ ସୂଚନା ମିଳିଥିଲା । ଏହା ସହ ସୋସିଆଲ ମିଡିଆରେ ‘ବୟକଟ ମାଳଦ୍ବୀପ’ ବୋଲି ମଧ୍ଯ ଟ୍ରେଣ୍ଡ ଦେଖିବାକୁ ମିଳିଥିଲା । ତେଣୁ ଚାପରେ ଆସି ମାଳଦ୍ବୀପ ରାଷ୍ଟ୍ରପତିଙ୍କ ଚୀନ ଗସ୍ତ ପୂର୍ବରୁ ତୁରନ୍ତ 3 ମନ୍ତ୍ରୀଙ୍କୁ ନିଲମ୍ବିତ କରାଯାଇଛି । ଏହି ପ୍ରସଙ୍ଗରେ ଗମ୍ଭୀରତା ଦେଖାଇ ଭାରତ ସହ ସମ୍ପର୍କ ବଜାୟ ରଖିବାକୁ ମାଳଦ୍ବୀପ ପ୍ରୟାସ କରିଥିବା ଚର୍ଚ୍ଚା ହେଉଛି । ହେଲେ ମନ୍ତ୍ରୀମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେଇ ସରକାରୀ ଭାବେ ମାଳଦ୍ବୀପ କିଛି ସ୍ପଷ୍ଟ କରିନି ।

ଏହା ମଧ୍ୟ ପଢନ୍ତୁ :- ମୋଦିଙ୍କ ଲାକ୍ଷାଦ୍ବୀପ ଗସ୍ତରେ ବିବ୍ରତ ମାଳଦ୍ବୀପ ! ଭାରତକୁ ଟାର୍ଗେଟ କଲେ ଏକାଧିକ ମନ୍ତ୍ରୀ

ପ୍ରକାଶ ଥାଉ କି, ନିକଟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଲାକ୍ଷାଦ୍ବୀପ ଗସ୍ତ କରି ଫେରିଛନ୍ତି । ସେଠାରେ ସେ ଏକାଧିକ ଭିତ୍ତିଭୂମି ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରିବା ସହ ସେଠାକାର ରୋମାଞ୍ଚକର ଅନୁଭୂତି ସୋସିଆଲ ମିଡିଆରେ ସେୟାର ମଧ୍ୟ କରିଥିଲା । ସେଠାରେ ପ୍ରଧାନମନ୍ତ୍ରୀ ବେଳାଭୂମିରେ ବିଶ୍ରାମ କରିବା ସହ ଆରବ ସାଗରରେ ସ୍କୁବା-ଡାଇଭିଂ ମଧ୍ୟ କରିଥିଲେ । ଏହା ପରେ ସାରା ଦେଶରେ ଓ ବିଶ୍ବରେ ଲାକ୍ଷାଦ୍ବୀପ ସୌନ୍ଦର୍ଯ୍ୟକୁ ନେଇ ଚର୍ଚ୍ଚା ଆରମ୍ଭ ହେବା କାରଣରୁ ମାଳଦ୍ବୀପ ପ୍ରତିକ୍ରିୟାଶୀଳ ହୋଇଥିଲା । ଏହାର ଘଟଣାକ୍ରମରେ ଏକାଧିକ ମାଳଦ୍ବୀପ ମନ୍ତ୍ରୀଙ୍କର ଏପରି ବିବାଦୀୟ ସୋସିଆଲ ମିଡିଆ ପୋଷ୍ଟ ମଧ୍ୟ ସାମ୍ନାକୁ ଆସିଥିଲା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Jan 10, 2024, 2:13 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.