ETV Bharat / bharat

୭ଟି ମହାଦେଶର ୭ଟି ପର୍ବତ ଆରୋହଣ କଲେ ମାଳାବତ - ପର୍ବତାରୋହୀ ମାଳାବତ ପୂର୍ଣ୍ଣା

ତେଲେଙ୍ଗାନାର ନିଜାମବାଦର ପର୍ବତାରୋହୀ ମାଳାବତ ପୂର୍ଣ୍ଣା ସଫଳତାର ସହ ୬,୧୯୦ ମିଟର ଉଚ୍ଚ ଆମେରିକାର ଆଲାସ୍କାରେ ଥିବା ଡେନାଲି ପର୍ବତ ଆରୋହଣ କରିପାରିଛନ୍ତି । ଅଧିକ ପଢ଼ନ୍ତୁ

Malavath Purna has climbed 7 Mountains on 7 Continents
7ଟି ମହାଦେଶର 7ଟି ପର୍ବତ ଆରୋହଣ କଲେ ମାଳାବତ
author img

By

Published : Jun 10, 2022, 1:02 PM IST

ହାଇଦ୍ରାବାଦ: ତେଲେଙ୍ଗାନାର ନିଜାମବାଦର ପର୍ବତାରୋହୀ ମାଳାବତ ପୂର୍ଣ୍ଣା ସଫଳତାର ସହ ୬,୧୯୦ ମିଟର ଉଚ୍ଚ ଆମେରିକାର ଆଲାସ୍କାରେ ଥିବା ଡେନାଲି ପର୍ବତ ଆରୋହଣ କରିପାରିଛନ୍ତି । ସାତଟି ମହାଦେଶର ୭ଟି ପର୍ବତ ଚଢ଼ିବାରେ ସେ ସର୍ବକନିଷ୍ଠ ମହିଳା ଭାବେ ପରିଚୟ ସୃଷ୍ଟି କରିଛନ୍ତି । ଗତ ୫ ତାରିଖରେ ମାଳାବତ ପୂର୍ଣ୍ଣା ଆରୋହଣ ପୂରା କରିଥିଲେ । ମାଳାବତ ପୂର୍ଣ୍ଣା ଗତ ମେ ୨୩ ତାରିଖରେ ଡେନାଲି ପର୍ବତକୁ ଯାତ୍ରା ଆରମ୍ଭ କରିଥିଲେ ।

ଏହି ଅଭିଯାନ ପାଇଁ ତାଙ୍କ ପିତାମାତାଙ୍କ ମାଳାବତଙ୍କୁ ପ୍ରୋତ୍ସାହିତ କରିଥିଲେ । ଏସ. ଇଞ୍ଜିନିୟରିଂ ଏକାଡେମୀର ଆର୍ଥିକ ସହାୟତା ଏବଂ ଟ୍ରାନ୍ସକେଣ୍ଡ ଆଡଭେଞ୍ଚରର ସହଯୋଗରେ ପର୍ବତାରୋହଣ ଯାତ୍ରା ସମାପ୍ତ ହେଲା । ମାଳାବତ ବର୍ତ୍ତାମାନ ପର୍ଯ୍ୟନ୍ତ ୭ଟି ପର୍ବତ ଆରୋହଣ କରିସାରିଛନ୍ତି । ସେଗୁଡ଼ିକ ହେଲା ଏଭରେଷ୍ଟ (Everest, Asia) କିଲିମଞ୍ଜାରୋ (Kilimanjaro, Africa) ଏଲବ୍ରସ (Elbrus, Europe) ଆକୋନକାଗୁଆ (Aconcagua, South America) କାର୍ଟେନ୍ସ ପିରାମିଡ (Carstensz Pyramid, Australia) ଭିନସନ (Vinson, Antarctica) ପରିଶେଷରେ ଡେନାଲି (Denali, North America) ପର୍ବତକୁ ଆରୋହଣ କରିବାରେ ସେ ସଫଳ ହୋଇଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.