ETV Bharat / bharat

BUDGET 2014-2022: ଜାଣନ୍ତୁ ମୋଦି ସରକାରଙ୍କ ପୁରୁଣା ବଜେଟର କାହାଣୀ

author img

By

Published : Jan 31, 2023, 10:29 PM IST

ଆର୍ଥିକ ବର୍ଷ ୨୦୨୨-୨୩ ପାଇଁ ବୁଧବାର କେନ୍ଦ୍ର ବଜେଟ ଉପସ୍ଥାପନ କରିବେ କେନ୍ଦ୍ର ଅର୍ଥ ମନ୍ତ୍ରୀ ନିର୍ମଳା ସୀତାରମଣ । ବଜେଟରେ କଣ ଖାସ ରହିବ ତାହା କାଲି ଜଣାପଡ଼ିବ । ମାତ୍ର ମୋଦି ସରକାରଙ୍କ ୨୦୧୪ରୁ ୨୦୨୨ ମଧ୍ୟରେ ଉପସ୍ଥାପନ କରାଯାଇଥିବା ବଜେଟ ମଧ୍ୟରୁ କଣ ରହିଥିଲା ଖାସ ? ଆସନ୍ତୁ ଜାଣିବା

UNION BUDGET 2014-2022
UNION BUDGET 2014-2022

ନୂଆଦିଲ୍ଲୀ: କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ବୁଧବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସରକାରଙ୍କ ଦ୍ବିତୀୟ କାର୍ଯ୍ୟକାଳର ଶେଷ ପୂର୍ଣ୍ଣକାଳୀନ ସାଧାରଣ ବଜେଟ୍ ଉପସ୍ଥାପନ କରିବାକୁ ଯାଉଛନ୍ତି । ୨୦୨୪ ସାଧାରଣ ନିର୍ବାଚନକୁ ଦୃଷ୍ଟିରେ ରଖି ଏହା ଏକ 'ନିର୍ବାଚନ ବଜେଟ' ହୋଇପାରେ ବୋଲି ଆଶା କରାଯାଉଛି । ଏଥି ସହିତ, ନରେନ୍ଦ୍ର ମୋଦି ସରକାରଙ୍କ ଦ୍ବାରା ଉପସ୍ଥାପିତ ହୋଇଥିବା ସାଧାରଣ ବଜେଟରେ ଅନେକ ବିଶେଷତା ରହିଥିଲା । ତେବେ ଆସନ୍ତୁ ଜାଣିବା ମୋଦି ସରକାରଙ୍କ କାର୍ଯ୍ୟକାଳ ମଧ୍ୟରେ ୨୦୧୪ରୁ ୨୦୨୨ ପର୍ଯ୍ୟନ୍ତ କେନ୍ଦ୍ର ବଜେଟର ମୁଖ୍ୟ ବିଷୟଗୁଡିକ କଣ ରହିଥିଲା ।

UNION BUDGET 2014-2022
ପୂର୍ବତନ କେନ୍ଦ୍ର ଅର୍ଥମନ୍ତ୍ରୀ ଅରୁଣ ଜେଟଲୀ

'ନମାମି ଗଙ୍ଗେ ଯୋଜନା'ର ଶୁଭାରମ୍ଭ:- ୨୦୧୪ ମସିହାରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ସରକାର କେନ୍ଦ୍ରରେ ନୂଆ ସରକାର ଗଠନ କରିଥିଲା । କେନ୍ଦ୍ରମନ୍ତ୍ରୀ ଅରୁଣ ଜେଟଲୀ ୨୦୧୪-୧୫ ମଧ୍ୟରେ ମୋଦି ସରକାରଙ୍କ ପ୍ରଥମ ବଜେଟ ଉପସ୍ଥାପନ କରିଥିଲେ । ବଜେଟରେ ସ୍ବାସ୍ଥ୍ୟ ସମ୍ବନ୍ଧୀୟ ଅନେକ ଘୋଷଣା କରାଯାଇଥିଲା । ଦେଶର ଚିକିତ୍ସା, ଶିକ୍ଷା ଓ ବିଭିନ୍ନ ସଂସ୍ଥାର ସ୍ଥାପନା କ୍ଷେତ୍ରରେ ଫୋକସ ରଖାଯାଇଥିଲା । ୨୦୧୪ ବଜେଟରେ କେନ୍ଦ୍ର ସରକାର ଗଙ୍ଗା ନଦୀ ସଂରକ୍ଷଣ ମିଶନ ଲାଗି 'ନମାମି ଗଙ୍ଗେ ଯୋଜନା'ର ଶୁଭାରମ୍ଭ କରିଥିଲେ । ବଜେଟରେ ଏଥିଲାଗି ୨୦୩୭ କୋଟି ଟଙ୍କା ଆବଣ୍ଟନ କରାଯାଇଥିଲା ।

UNION BUDGET 2014-2022
ବଜେଟ ପୂର୍ବରୁ ଆୟୋଜିତ ହୋଇଛି ହଲୱା ସେରିମନୀ

ଚୋରି ରୋକ ଉପରେ ଫୋକସ:- ମୋଦି ସରକାରଙ୍କ ଦ୍ବିତୀୟ ବଜେଟ କେନ୍ଦ୍ରମନ୍ତ୍ରୀ ଅରୁଣ ଜେଟଲୀଙ୍କ ଦ୍ବାରା ଉପସ୍ଥାପନ କରାଯାଇଥିଲା । ଏହା ଥିଲା ମୋଦି ସରକାରଙ୍କ ପୂର୍ଣ୍ଣକାଳୀନ ବଜେଟ । ୨୦୧୫-୧୬ ବଜେଟରେ କର ଚୋରି ରୋକିବା ଉପରେ ଫୋକସ କରାଯାଇଥିଲା । ଏଥିଲାଗି ନଗଦ ଟଙ୍କା ଲେଣ-ଦେଣ ଉପରେ ରୋକ ଲଗାଯାଇଥିଲା । ଏହାସହ ଦେଶରେ ନୂଆ IT ଓ AIIMS ଖୋଲିବା ଉପରେ ମଞ୍ଜୁରୀ ଦିଆଯାଇଥିଲା ।

୨୦୨୨ ପର୍ଯ୍ୟନ୍ତ ଆୟକୁ ଦ୍ବିଗୁଣିତ କରିବା ଲକ୍ଷ୍ୟ:- ୨୦୧୬ ମସିହାରେ ମୋଦି ସରକାରଙ୍କ ତୃତୀୟ ବଜେଟ ଅରୁଣ ଜେଟଲୀ ସାଧାରଣ ବଜେଟ ଉପସ୍ଥାପନ କରିଥିଲେ । କେନ୍ଦ୍ର ଗ୍ରାମୀଣ ସ୍ବଚ୍ଛତା ଲାଗି ସ୍ବଚ୍ଛ ଭାରତ ଅଭିଯାନ ଉପରେ ଫୋକସ କରିଥିଲା । ଏଥିଲାଗି ୯୦୦୦ କୋଟି ଟଙ୍କା ଆବଣ୍ଟନ କରାଯାଇଥିଲା ।

ଏହା ବି ପଢନ୍ତୁ- Budget 2023: କେଉଁଠୁ ଆସିବ ଅର୍ଥ ? ଜାଣନ୍ତୁ ସରକାରଙ୍କ ଏକ ଟଙ୍କିଆ ଗଣିତ

ସମାପ୍ତ ହୋଇଥିଲା ସ୍ବତନ୍ତ୍ର ରେଳ ବଜେଟ ପରମ୍ପରା:- ୨୦୧୭ ମସିହାରେ ଅରୁଣ ଜେଟଲୀ ୪ର୍ଥ ଥର ଲାଗି ମୋଦି ସରକାରଙ୍କ ସାଧାରଣ ବଜେଟ ଉପସ୍ଥାପନ କରିଥିଲେ । ବଜେଟ ଉପସ୍ଥାପନର ୩ ମାସ ପୂର୍ବରୁ ଦେଶରେ ବିମୁଦ୍ରୀକରଣ ଲାଗୁ କରାଯାଇଥିଲା । ଏଥିଲାଗି ୨୦୧୭ ବଜେଟ ଉପରେ ସାରା ଦେଶର ନଜର ରହିଥିଲା । ୨.୫ ଲକ୍ଷରୁ ୫ ଲକ୍ଷ ମଧ୍ୟରେ ବାର୍ଷିକ ଆୟ କରୁଥିବା ବ୍ୟକ୍ତିଙ୍କ ଆୟକର ଦର ୫ ପ୍ରତିଶତ ହ୍ରାସ କରାଯାଇଥିଲା ।

ହର୍‌ ଘର୍‌ ବିଜଲି ଓ ପାଣି ପହଞ୍ଚାଇବା ଲକ୍ଷ୍ୟ:- ୨୦୧୯ ମସିହାରେ ନରେନ୍ଦ୍ର ମୋଦିଙ୍କ ନେତୃତ୍ବରେ ୨୦୧୯-୨୦ ଆର୍ଥିକ ବର୍ଷ ଲାଗି କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ବଜେଟ ଉପସ୍ଥାପନା କରିଥିଲେ । ଏହି ବଜେଟ ଅଧୀନରେ ୨-୫ କୋଟି ଆୟ କରୁଥିବା ବ୍ୟକ୍ତିଙ୍କ ଉପରେ ୩ ପ୍ରତିଶତ ଓ ୫କୋଟିରୁ ଅଧିକ ଆୟ କରୁଥିବା ବ୍ୟକ୍ତିଙ୍କ ଉପରେ ୭ ପ୍ରତିଶତ ଚାର୍ଜ ଲଗାଇବାକୁ ସ୍ଥିର କରଯାଇଥିଲା । ଏହି ବଜେଟରେ ପ୍ରତିଟି ଘରେ ବିଜୁଳି ସେବା ଓ ପାନୀୟ ଜଳ ପହଞ୍ଚାଇବା ଉପରେ ଫୋକସ କରାଯାଇଥିଲା । ସମସ୍ତ ପରିବାରକୁ ୨୦୨୨ ବିଦ୍ୟୁତ୍ ଓ ୨୦୨୪ ସୁଦ୍ଧା ସମସ୍ତ ଗ୍ରାମୀଣ ପରିବାରକୁ ପାନୀୟ ଜଳ ଯୋଗାଇ ଦିଆଯିବ ବୋଲି କହିଥିଲେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ।

ଗାଁ, ଗରିବ ଶ୍ରେଣୀ ଓ ଚାଷୀଙ୍କ ଉପରେ ଫୋକସ:- ୨୦୧୯-୨୦ର ବଜେଟ ଉପସ୍ଥାପନା ବେଳେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କହିଥିଲେ, "ଗାଁ, ଗରିବ ଏବଂ କୃଷକ' ସମସ୍ତ କାର୍ଯ୍ୟକ୍ରମର କେନ୍ଦ୍ରବିନ୍ଦୁ ପାଲଟିଛନ୍ତି । ତେବେ ମେକ୍ ଇନ୍ ଇଣ୍ଡିଆର ମୁଖ୍ୟ ଉଦ୍ଦେଶ୍ୟକୁ ପ୍ରୋତ୍ସାହିତ କରିବା ପାଇଁ, କେତେକ ଜିନିଷ ଉପରେ ମୌଳିକ କଷ୍ଟମ୍ସ ଶୁଳ୍କ ବୃଦ୍ଧି କରିବାକୁ ନିଷ୍ପତ୍ତି ନିଆଗଲା । ଭାରତରେ ଉତ୍ପାଦିତ ପ୍ରତିରକ୍ଷା ଉପକରଣର ଆମଦାନୀ ମୌଳିକ କଷ୍ଟମ୍ସ ଡ୍ୟୁଟିରୁ ମୁକ୍ତ କରାଗଲା । ସରକାର ସୁନା ଉପରେ କଷ୍ଟମ ଡ୍ୟୁଟି ବୃଦ୍ଧି କରିଛନ୍ତି। ବଜେଟ୍ ପ୍ରସ୍ତାବ ଅନୁଯାୟୀ ସୁନା ଏବଂ ମୂଲ୍ୟବାନ ଧାତୁ ଉପରେ ଆମଦାନୀ ଶୁଳ୍କ ବର୍ତ୍ତମାନର ସ୍ତରରୁ ୧୨.୫ ପ୍ରତିଶତକୁ ବୃଦ୍ଧି କରାଯାଇଛି।"

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.