ETV Bharat / bharat

Kerala Boat Capsize History: ଯାଇଛି ଅନେକ ଜୀବନ, ନିଆଯାଇନି କାର୍ଯ୍ୟାନୁଷ୍ଠାନ - ନୌକା ଦୁର୍ଘଟଣା

ମଲପ୍ପୁରମର ଥୁଓ୍ବାଲଥେରମରେ ରବିବାର ଦିନ ହୋଇଥିବା ନୌକା ଦୁର୍ଘଟଣା ଭଳି କେରଳରୁ ଅନେକ ଦୁର୍ଘଟଣା ଖବର ସାମ୍ନକା ଆସିଛି । ତେବେ ଏଥିପାଇଁ ଦାୟୀ କିଏ ସେ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଥିବା ବେଳେ କର୍ତ୍ତୃପକ୍ଷଙ୍କ ଉପରେ ଆଙ୍ଗୁଳି ନିର୍ଦ୍ଦେଶ ହୋଇଛି । ଅଧିକ ପଢନ୍ତୁ

Kerla Boat Capsize History
Kerla Boat Capsize History
author img

By

Published : May 8, 2023, 12:33 PM IST

Updated : May 8, 2023, 12:49 PM IST

ଥିରୁଅନନ୍ତପୁରମ: କେରଳ ମଲପ୍ପୁରମର ଥୁଓ୍ବାଲଥେରମରେ ଗତକାଲି(ରବିବାର) ବଡ ଧରଣର ନୌକା ଦୁର୍ଘଟଣା ହୋଇଥିଲା । ଡଙ୍ଗାରେ ୩୫ଜଣ ଯାତ୍ରୀ ବସିଥିବା ବେଳେ ଓଭର ଲୋଡିଂ ଯୋଗୁଁ ଡଙ୍ଗାଟି ବୁଡି ଯାଇଥିଲା । ଫଳରେ ୨୨ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ବର୍ତ୍ତମାନ ସୁଦ୍ଧା ମଧ୍ୟ ଉଦ୍ଧାର କାର୍ଯ୍ୟ ଜାରି ରହିଛି । ତେବେ କେରଳରେ ନୌକା ଦୁର୍ଘଟଣା ଏହା ପ୍ରଥମ ଘଟଣା ନୁହେଁ । ଏହା ପୂର୍ବରୁ ମଧ୍ୟ ଅନେକ ଥର କେରଳ ବଡ ଧରଣର ନୌକା ଦୁର୍ଘଟଣା ହୋଇଛି । ପାଲ୍ଲାନାରେ ପ୍ରଥମେ ଡଙ୍ଗାବୁଡିଥିବା ବେଳେ ଏବେ ଏହା ତାନୁର ଯାଏଁ ପହଞ୍ଚିଛି । ତେବେ କର୍ତ୍ତୃପକ୍ଷଙ୍କ ଅବହେଳା ପାଇଁ ଏହି ସମସ୍ତ ଦୁର୍ଘଟଣା ହୋଇଥିବା ସୂଚନା ରହିଛି ।

କେରଳରେ ଅନେକ ଭୟଙ୍କର ନୌକା ଦୁର୍ଘଟଣା ହୋଇଛି । ପ୍ରତି ଦୁର୍ଘଟଣା ପରେ ପ୍ରଶାସନ ପକ୍ଷରୁ ଗାଇଡଲାଇନ୍ସକୁ କଡାକଡି କରିବା ସହ ତଦନ୍ତ କରାଯାଇଥାଏ । କିନ୍ତୁ କର୍ତ୍ତୃପକ୍ଷଙ୍କ ଅବହେଳା ଯୋଗୁଁ ଦୁର୍ଘଟଣା ବୃଦ୍ଧି ପାଇବା ସହ ଅନେକ ଲୋକ ପ୍ରାଣ ହରାଉଛନ୍ତି ।

ପାଲ୍ଲାନା ଟ୍ରାଜେଡି: 1924 ମସିହା ଜାନୁଆରୀ ୨୪ ତାରିଖରେ ପାଲ୍ଲାନା ନଦୀରେ ବଡ ଧରଣର ନୌକା ଦୁର୍ଘଟଣା ହୋଇଥିଲା । ସେହିଦିନ ରାତି ୧୦ଟା ୩୦ ମିନିଟରେ ବୁଡି ଯାଇଥିଲା ଡଙ୍ଗା । ଫଳରେ କେରଳର ପ୍ରସିଦ୍ଧ କବି କୁମାରନ ଆସନଙ୍କ ସମେତ ୨୩ଜଣଙ୍କ ମୃତ୍ୟୁ ହୋଇଥିଲା । ତେବେ ଓଭର ଲୋଡିଂ ଯୋଗୁଁ ନୌକା ଦୁର୍ଘଟଣା ହୋଇଥିବା ନେଇ ତଦନ୍ତରେ ସ୍ପଷ୍ଟ ହୋଇଥିଲା । ୯୫ଜଣ ବସିବା କ୍ଷମତା ଥିବା ଏହି ଡଙ୍ଗାରେ ୧୫୦ଜଣ ଯାତ୍ରୀ ଯାଉଥିବା ବେଳେ ଏହି ଦୁର୍ଘଟଣା ହୋଇଥିବା ଜଣା ପଡିଥିଲା ।

ଥାଟେକଡ ଟ୍ରାଜେଡି: ୨୦୦୭ ମସିହା ଫେବୃଆରୀ ୨୦ ତାରିଖ ଦିନ କେରଳର ଥାଟେକଡ ପକ୍ଷୀ ଉଦ୍ୟାନରେ ନୌକା ଦୁର୍ଘଟଣା ହୋଇଥିଲା । ସ୍କୁଲ ଛାତ୍ରଛାତ୍ରୀଙ୍କ ସମେତ ମୋଟ ୧୮ଜଣ ପ୍ରାଣ ହରାଇଥିଲେ । ତେବେ ଡଙ୍ଗାର ଧାରଣ କ୍ଷମତାଠାରୁ ଅଧିକ ଲୋକ ବସିବାରୁ ଦୁର୍ଘଟଣା ହୋଇଥିବା ଜଣାପଡିଥିଲା । ଆଭ୍ୟନ୍ତରୀଣ ଜଳ ପରିବହନକୁ ନେଇ ଆଇନ ବା ନିୟମ ପ୍ରଣୟନ କରିବାକୁ ସୁପାରିଶ କରି ଏକ ଯାଞ୍ଚ ରିପୋର୍ଟ ପ୍ରକାଶ ପାଇଥିଲା ।

ଟେକ୍କାଡି ଟ୍ରାଜେଡି: 2009 ମସିହା ସେପ୍ଟେମ୍ବର ୩୦ ତାରିଖରେ ଟେକ୍କାଡି ହ୍ରଦରେ ନୌକା ଦୁର୍ଘଟଣା ହୋଇଥିଲା ଏଥିରେ ପ୍ରାୟ ୪୫ଜଣଙ୍କ ମୃତ୍ୟୁ ହୋଇଥିଲା । କ୍ଷମତାଠାରୁ ଅଧିକ ଯାତ୍ରୀ ବସିବା କାରଣରୁ ଏହି ଦୁର୍ଘଟଣା ହୋଇଥିବା ଜଣାପଡିଥିଲା । ଏହି ସମସ୍ତ ଦୁର୍ଘଟଣାରେ ଅନେକ ଲୋକଙ୍କ ପ୍ରାଣ ଯାଉଥିବା ବେଳେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ନାହିଁ । କର୍ତ୍ତୃପକ୍ଷଙ୍କ ଅବହେଳା ଯୋଗୁଁ ଅକାଳରେ ଯାଉଛି ଜୀବନ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : May 8, 2023, 12:49 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.