ETV Bharat / bharat

ବସଷ୍ଟାଣ୍ଡରେ ଯାତ୍ରୀଙ୍କ ଉପରେ ମାଡିଗଲା ବସ୍: ୫ ମୃତ, ୬ ଗୁରୁତର

ଗୁଜୁରାଟରେ ଭୟଙ୍କର ବସ୍ ଦୁର୍ଘଟଣା । ବସଷ୍ଟାଣ୍ଡରେ ଛିଡା ହୋଇଥିବା ବେଳେ ଯାତ୍ରୀଙ୍କ ଉପରେ ମାଡିଗଲା ବସ୍ । ଘଟଣାସ୍ଥଳରେ ୫ ମୃତ । ଅଧିକ ପଢନ୍ତୁ

Major accident in Gandhinagar
Major accident in Gandhinagar
author img

By

Published : May 10, 2023, 1:00 PM IST

ଗାନ୍ଧୀନଗର: ଗୁଜୁରାଟ ଗାନ୍ଧୀନଗରରେ ଏକ ଭୟଙ୍କର ସଡକ ଦୁର୍ଘଟଣା ଘଟିଛି । ବସଷ୍ଟାଣ୍ଡରେ କିଛି ଯାତ୍ରୀ ଛିଡା ହୋଇଥିବା ବେଳେ ଗୋଟିଏ ବସ୍ ସେମାନଙ୍କ ଉପରେ ମାଡି ଯିବାରୁ ଘଟଣାସ୍ଥଳରେ ୫ ଜଣଙ୍କ ମୃତ୍ୟୁ ହୋଇଛି । ଏଥିରେ ୬ ଜଣ ଗୁରୁତର ଆହତ ହୋଇଛନ୍ତି । ଗୁରୁତରଙ୍କୁ ନିକଟସ୍ଥ ସରକାରୀ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଆଜି ସକାଳେ ଗାନ୍ଧୀନଗର ଜିଲ୍ଲା କଲୋଲ ସହରର ଏକ ବସଷ୍ଟାଣ୍ଡରେ ଏହି ଦୁର୍ଘଟଣା ଘଟିଛି । ଦୁଇଟି ବସ୍ ମଧ୍ୟରେ ଦୁର୍ଘଟଣା ପରେ ଗୋଟିଏ ବସ୍ ଭାରସାମ୍ୟ ହରାଇ ଲୋକଙ୍କ ଉପରେ ମାଡି ଯାଇଛି ।

ଯାହା ସୂଚନା ମିଳିଛି, ଆଜି ସକାଳ ପ୍ରାୟ ସାଢେ ୭ଟା ସମୟରେ ଏହି ଦୁର୍ଘଟଣା ଘଟିଛି । ସ୍ଥାନୀୟ ଏକ ବସଷ୍ଟାଣ୍ଡରେ କେତେକ ଯାତ୍ରୀ ବସ୍ ଅପେକ୍ଷାରେ ଛିଡା ହୋଇଥିଲେ । ବସଷ୍ଟାଣ୍ଡରେ ଗୋଟିଏ ରାଜ୍ୟ ପରିବହନ ବସ୍ ଛିଡା ହୋଇଥିଲା । ଏତିକି ବେଳେ ଦ୍ରୁତଗତିରେ ଆସୁଥିବା ଗୋଟିଏ ଘରୋଇ ବସ୍ ସରକାରୀ ବସକୁ ପଛପଟୁ ଧକ୍କା ଦେଇଥିଲା । ଫଳରେ ଉକ୍ତ ବସଟି ଆଗକୁ ଘୋଷାଡି ହୋଇ ସାମ୍ନାରେ ଛିଡା ହୋଇଥିବା ଯାତ୍ରୀମାନଙ୍କ ଉପରେ ମାଡି ଯାଇଥିଲା । ଯାହା ଫଳରେ ଘଟଣାସ୍ଥଳରେ ହିଁ ୫ ଜଣଙ୍କ ମୃତ୍ୟୁ ହୋଇଛି । ଦୁର୍ଘଟଣାରେ ୧୦ରୁ ଅଧିକ ଲୋକେ ଆହତ ହୋଇଥିବା ବେଳେ ୬ ଜଣଙ୍କ ଅବସ୍ଥା ଗୁରୁତର ରହିଛି ।

ଖବର ପାଇ ସ୍ଥାନୀୟ କଲୋଲ ବିଧାୟକ ବାକାଜୀ ଠାକୁର ଏବଂ ଡିଏସପି ଘଟଣାସ୍ଥଳରେ ପହଞ୍ଚିଛନ୍ତି । ବିଧାୟକ ଜଣାଇଛନ୍ତି ଯେ, ଦୁର୍ଘଟଣାରେ ଏବେସୁଦ୍ଧା ୫ ଜଣଙ୍କ ମୃତ୍ୟୁ ହୋଇଛି ଏବଂ ୬ ଜଣ ଗୁରୁତର ଆହତ ହୋଇଛନ୍ତି । ଆହତମାନଙ୍କୁ ଉଦ୍ଧାର କରାଯାଇ ଆମ୍ବୁଲାନ୍ସ ଯୋଗେ ସରକାରୀ ହସ୍ପିଟାଲ ନିଆଯାଇଛି । ତେବେ ଅନେକ ଆହତଙ୍କ ଅବସ୍ଥା ସାଂଘାତିକ ଥିବାରୁ ମୃତ୍ୟୁସଂଖ୍ୟା ବଢିବାର ଆଶଙ୍କା ରହିଛି ।

ଏହାମଧ୍ୟ ପଢନ୍ତୁ: 50 ଫୁଟ ପୋଲ ଉପରୁ ଖସିଲା ବସ୍‌, 24 ମୃତ

ମୃତ୍ୟୁ କେତେବେଳେ କେମିତି ଆସିବ ସେକଥା କିଏ ବା ଜାଣେ । ସେମିତି ବସଷ୍ଟାଣ୍ଡରେ ଅପେକ୍ଷା କରିଥିବା ଯାତ୍ରୀ ଯେ ଯାତ୍ରା ଆରମ୍ଭ କରିବା ପୂର୍ବରୁ ସବୁଦିନ ପାଇଁ ଆଖି ବୁଜିଦେବେ କେବେ କଳ୍ପନା କରିନଥିବେ । ଗତକାଲି ମଧ୍ୟପ୍ରଦେଶରେ ୫୦ ଫୁଟ ବ୍ରିଜ ଉପରେ ଏକ ବସ୍ ଖସି ପଡିବା ଯୋଗୁଁ ୨୪ ଜଣଙ୍କର ମୃତ୍ୟୁ ହୋଇଥିଲା । ଦୁର୍ଘଟଣାରେ ୨୬ ଜଣ ଯାତ୍ରୀ ଆହତ ହୋଇଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.