ETV Bharat / bharat

ମାର୍ଚ୍ଚ 31 ଯାଏଁ କୋଭିଡ କଟକଣାକୁ କଡାକଡି କରିବାକୁ ନିର୍ଦ୍ଦେଶ

author img

By

Published : Feb 27, 2021, 10:44 AM IST

ମାର୍ଚ୍ଚ 31 ଯାଏଁ କୋଭିଡ ଗାଇଡଲାଇନ ବୃଦ୍ଧି ନେଇ କେନ୍ଦ୍ରଗୃହ ସଚିବଙ୍କ ଚିଠି । ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳଗୁଡିକୁ ଚିଠି ଲେଖି କୋଭିଡ ନିମୟକୁ କଡାକଡି କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ଗୃହ ସଚିବ ଅଜୟ ଭାଲ୍ଲା । ଅଧିକ ପଢନ୍ତୁ...

ମାର୍ଚ୍ଚ 31 ଯାଏଁ କୋଭିଡ କଟକଣାକୁ କଡାକଡି କରିବାକୁ ନିର୍ଦ୍ଦେଶ
ମାର୍ଚ୍ଚ 31 ଯାଏଁ କୋଭିଡ କଟକଣାକୁ କଡାକଡି କରିବାକୁ ନିର୍ଦ୍ଦେଶ

ନୂଆଦିଲ୍ଲୀ: ଦେଶରେ ପୁଣି କୋରୋନା ସଂକ୍ରମଣ ବଢିବାରେ ଲାଗିଛି । ଦୈନିକ 16 ହଜାର ଅଧିକ ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି । କୋରୋନାର ନୂଆ ଷ୍ଟ୍ରେନ ଅଧିକ ଘାତକ ହେବାରେ ଲାଗିଛି । ଯାହାକୁ ନଜରରେ ରଖି ମାର୍ଚ୍ଚ 31 ଯାଏଁ କୋଭିଡ ଗାଇଡଲାଇନ ବୃଦ୍ଧି ନେଇ କେନ୍ଦ୍ରଗୃହ ସଚିବ ଚିଠି ଲେଖିଛନ୍ତି । ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳଗୁଡିକୁ ଚିଠି ଲେଖିଛନ୍ତି ଗୃହ ସଚିବ ଅଜୟ ଭାଲ୍ଲା ।

ଚିଠିରେ ସମସ୍ତ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳଗୁଡିକ କୋଭିଡ ନିୟମ କଡାକଡି ପାଳନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ମହାମାରୀକୁ ଦୂର କରିବାକୁ କଡା ସର୍ଭିଲାନ୍ସ କରିବାକୁ କହିଛନ୍ତି ।

ମାର୍ଚ୍ଚ 31 ପର୍ଯ୍ୟନ୍ତ ଜାରି ହୋଇଥିବା କୋଭିଡ ଗାଇଡଲାଇନରେ ଖୋଲା ରହିବ ସିନେମା ହଲ, ପ୍ରେକ୍ଷାଳୟ ସହ ସୁଇମିଂ ପାଇଁ ମଧ୍ୟ ଅନୁମତି ଦିଆଯାଇଛି । ଏହା ସହ ଆନ୍ତଃରାଜ୍ୟ ଓ ରାଜ୍ୟ ଭିତରେ ଗାଡିଚଳାଚଳ ପାଇଁ କୌଣସି ପ୍ରତିବନ୍ଧକ ନାହିଁ । ପଡୋଶୀ ଦେଶ ସହ ଚୁକ୍ତିନାମା ଅନୁସାରେ ବାଣିଜ୍ୟ କାରବାର ଜାରି ରହିବ । ଏହା ସହ ଗୃହମନ୍ତ୍ରଣାଳୟ ଟୀକାକରଣକୁ ତ୍ବରାନ୍ବିତ କରିବାକୁ କହିଛି । ସଂକ୍ରମଣ ଠାରୁ ଦୂରେଇ ରହିବାକୁ ଅଧିକରୁ ଅଧିକ ଟିକା ଦେବାକୁ କୁହାଯାଇଛି । ଅଧିକ ସଂକ୍ରମିତ ସ୍ଥାନଗୁଡିକୁ କଣ୍ଟେନମେଣ୍ଟ ଜୋନ ଘୋଷଣା କରାଯାଇପାରିବ । ଏହି ଅଞ୍ଚଳରେ କୋଭିଡ ନିୟମ କଡାକଡି ରହିବ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.