ETV Bharat / bharat

କାନାଡାରେ ବାପୁଜୀଙ୍କ ପ୍ରତିମୂର୍ତ୍ତି ଭଙ୍ଗା ଘଟଣା, କାର୍ଯ୍ୟାନୁଷ୍ଠାନ ଦାବି କଲା ଭାରତ

କାନାଡାରେ ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ମୂର୍ତ୍ତି ଭଙ୍ଗା ଘଟଣାରେ ତୀବ୍ର ଅସନ୍ତୋଷ ପ୍ରକାଶ କରିଛି ଭାରତୀୟ ଦୂତାବାସ । ପ୍ରବାସୀ ଭାରତୀୟଙ୍କ ଭାବନାକୁ ଆଘାତ ପହଞ୍ଚାଇଥିବା ଦର୍ଶାଇ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଦାବି । ଅଧିକ ପଢନ୍ତୁ

author img

By

Published : Jul 14, 2022, 10:03 AM IST

କାନାଡାରେ ଗାନ୍ଧୀଜୀଙ୍କ ମୂର୍ତ୍ତି ଭଙ୍ଗା ଘଟଣା, କାର୍ଯ୍ୟାନୁଷ୍ଠାନ ଦାବି କଲା ଭାରତ

ଟରୋଣ୍ଟୋ: କାନାଡାରେ ଜାତିର ପିତା ମହାତ୍ମା ଗାନ୍ଧୀଙ୍କର ଏକ ପ୍ରତିମୂର୍ତ୍ତିକୁ ଭଙ୍ଗାଯିବା ଘଟଣାରେ ବର୍ତ୍ତମାନ ସୁଦ୍ଧା ମଧ୍ୟ ଦୁର୍ବୃତ୍ତଙ୍କୁ ଗିରଫ କରିବାରେ ସଫଳ ହୋଇ ପାରିନାହିଁ ସ୍ଥାନୀୟ ପୋଲିସ । ଯାହାକୁ ନେଇ ଭାରତ ତୀବ୍ର ଅସନ୍ତୋଷ ପ୍ରକାଶ କରିଛି । କାନାଡା ରାଜଧାନୀ ଟରୋଣ୍ଟୋରେ ଅବସ୍ଥାପିତ ଭାରତୀୟ କନସୁଲେଟ୍ ଜେନେରାଲ, ଏପରି ଘଟଣା ସେଠାରେ ଥିବା ପ୍ରବାସୀ ଭାରତୀୟ ସମ୍ପ୍ରଦାୟର ଭାବନାକୁ ଗଭୀର ଆଘାତ ଦେଇଛି ବୋଲି କହିଛନ୍ତି । ଘଟଣାରେ କାନାଡା ସରକାର ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରନ୍ତୁ ବୋଲି ସେ ଦାବି ମଧ୍ୟ କରିଛନ୍ତି ।

  • We are distressed at the desecration of Mahatma Gandhi statue at Vishnu temple in Richmond Hill. This criminal, hateful act of vandalism has deeply hurt the sentiments of the Indian community in Canada. We are in contact with Canadian authorities to investigate this hate crime.

    — IndiainToronto (@IndiainToronto) July 13, 2022 " class="align-text-top noRightClick twitterSection" data=" ">

ସୂଚନା ଅନୁସାରେ, ରିଚମଣ୍ଡ ହିଲ ଅଞ୍ଚଳରେ ଥିବା ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ଏକ ପ୍ରତିମୂର୍ତ୍ତିକୁ ଦୁର୍ବୃତ୍ତମାନେ ଭାଙ୍ଗି ଦେଇଥିଲେ । ଘଟଣା ସମ୍ପର୍କରେ ଜଣାପଡିବା ପରେ ସେଠାରେ ଥିବା ପ୍ରବାସୀ ଭାରତୀୟ ସମୁଦାୟଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇବା ସହ ଦୁର୍ବୃତ୍ତଙ୍କୁ ଚିହ୍ନଟ କରି କଠୋର କାର୍ଯ୍ୟାନୁଷ୍ଠାନ ପାଇଁ ଦାବି ଜୋର ଧରିଥିଲା । କିନ୍ତୁ ଏବେ ଯାଏ ମଧ୍ୟ ପୋଲିସ ଏହି ଘଟଣାରେ କାହାକୁ ଗିରଫ ନକରିବା ଘଟଣା ନେଇ ସେଠାରେ ଅବସ୍ଥାପିତ ଭାରତୀୟ ଦୂତାବାସ ପକ୍ଷରୁ ଉଦବେଗ ପ୍ରକାଶ କରାଯାଇଛି । ଭାରତୀୟ ଦୂତାବାସ କାର୍ଯ୍ୟାନୁଷ୍ଠାନ ପାଇଁ ସ୍ଥାନୀୟ ସରକାରଙ୍କ ଉପରେ ଚାପ ମଧ୍ୟ ଜାରି ରଖିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.