ETV Bharat / bharat

ଥମୁନି ଲଜ୍ୟା, ସାବତ ଝିଅକୁ ଦୁଷ୍କର୍ମ କଲା ସୈତାନ ବାପା

author img

By

Published : Sep 16, 2021, 7:53 AM IST

ସାବତ ଝିଅକୁ ଦୁଷ୍କର୍ମ କଲା ସୈତାନ ବାପା । ମହାରାଷ୍ଟ୍ରର ପାଲଘର ଜିଲ୍ଲାରେ ଏଭଳି ଘଟଣା ଘଟିଥିବା ବେଳେ ଅଭିଯୁକ୍ତ ସାବତ ବାପାକୁ ଗିରଫ କରିଛି ଭିରାର ପୋଲିସ । ଅଧିକ ପଢନ୍ତୁ...

ଥମୁନି ଲଜ୍ୟା, ସାବତ ଝିଅକୁ ଦୁଷ୍କର୍ମ କଲା ସାବତ ବାପା

ମୁମ୍ବାଇ: ମହାରାଷ୍ଟ୍ରରେ ଲଜ୍ୟା । ସୈତାନ ସାଜିଲା ସାବତ ବାପା । ଘରେ କେହିନଥିବା ସମୟରେ ଶେଷରେ ସାବତ ଝିଅକୁ ଦୁଷ୍କର୍ମ କଲା ସାବତ ବାପା । ମହାରାଷ୍ଟ୍ରର ପାଲଘର ଜିଲ୍ଲାରେ ଏଭଳି ଘଟଣା ଘଟିଥିବା ବେଳେ ଅଭିଯୁକ୍ତକୁ ଗିରଫ କରିଛି ଭିରାର ପୋଲିସ ।

ମିଳିଥିବା ସୂଚନାଅନୁଯାୟୀ ନାବାଳିକା ଜଣଙ୍କ ଘରେ ଏକୁଟିଆ ଥିବା ସମୟରେ ଏହାର ସୁଯୋଗ ନେଇ ସାବତ ବାପା 11 ବର୍ଷିୟ ଝିଅକୁ ଦୁଷ୍କର୍ମ କରିଥିଲା । ଏଘଟଣା ସମ୍ପର୍କରେ କାହାରିକୁ କହିଲେ ହତ୍ୟା କରିବେ ବୋଲି ଧମକ ଦେଇଥିଲା ସୈତାନ ବାପା । କିନ୍ତୁ ପୀଡିତା ଜଣଙ୍କ ଘଟଣାର ପରଦିନ ତାଙ୍କ ପରିବାର ଲୋକଙ୍କୁ ଜଣାଇଥିଲେ ।

ଏନେଇ ନାବାଳିକା ଜଣଙ୍କ ଥାନାରେ ଅଭିଯୋଗ କରିବା ପରେ ଆଇପିସି ଧାରା ୩୭୬ ପୋସ୍କୋ ଅଧିନୀୟମ ଅନୁଯାୟୀ ମେଘୱାଡି ପୋଲିସ ଷ୍ଟେସନରେ ଅଭିଯୁକ୍ତଙ୍କ ବିରୋଧରେ ଏକ ମାମଲା ରୁଜୁ ହୋଇଥିଲା। ଏହା ପରେ ପୀଡିତାର ବୟାନ ରେକର୍ଡ ପରେ ଅଭିଯୁକ୍ତକୁ ଭିରା ପୋଲିସ ଗତକାଲି( ବୁଧବାର) ଗିରଫ କରିଛି ।

@ANI

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.