ETV Bharat / bharat

ଅର୍ଣ୍ଣବଙ୍କ ଗିରଫ ଘଟଣା, ରାୟଗଡ ଏସପିଙ୍କୁ ମାନବାଧିକାର କମିଶନଙ୍କ ରିପୋର୍ଟ ତଲବ

author img

By

Published : Nov 5, 2020, 9:18 PM IST

ଅର୍ଣ୍ଣବଙ୍କୁ ଗିରଫ କରିଥିବା ରାୟଗଡ ଏସପିଙ୍କୁ କାରଣ ଦର୍ଶାଅ ନୋଟିସ ପଠାଇଛି ମହାରାଷ୍ଟ୍ର ମାନବାଧିକାର ଆୟୋଗ । ଅଧିକ ପଢନ୍ତୁ...

ଅର୍ଣ୍ଣବଙ୍କ ଗିରଫଦାରୀ ବିରୋଧରେ ରାୟଗଡ ଏସପିଙ୍କୁ ମାନବାଧିକାରର କାରଣ ଦର୍ଶାଅ ନୋଟିସ

ମୁମ୍ବାଇ: ବରିଷ୍ଠ ସାମ୍ବାଦିକ ଅର୍ଣ୍ଣବ ଗୋସ୍ବାମୀଙ୍କ ଗିରଫଦାରୀ ପରେ ଏବେ ବିଜେପି ଟାର୍ଗେଟରେ ରହିଛନ୍ତି ମହାରାଷ୍ଟ୍ର ସରକାରଙ୍କ ସହ ମୁମ୍ବାଇ ପୋଲିସ । ସେପଟେ ଏହି ଘଟଣା ବିରୋଧରେ ମୁମ୍ବାଇରୁ ନେଇ ଦିଲ୍ଲୀ ପର୍ଯ୍ୟନ୍ତ ସବୁଠି ଆକ୍ରୋଶର ସ୍ଥିତି । ଏହି ମଧ୍ୟରେ ଅର୍ଣ୍ଣବଙ୍କୁ ଗିରଫ କରିଥିବା ରାୟଗଡ ଏସପିଙ୍କୁ କାରଣ ଦର୍ଶାଅ ନୋଟିସ ପଠାଇଛି ମହାରାଷ୍ଟ୍ର ମାନବାଧିକାର ଆୟୋଗ ।

ମହାରାଷ୍ଟ୍ର ମାନବାଧିକାର ଆୟୋଗ ରାୟଗଡ ଏସପିଙ୍କୁ ନୋଟିସ ପଠାଇ ଶୁକ୍ରବାର ଦିନ 11ଟାରେ ପ୍ରମାଣ ଓ କାଗଜପତ୍ର ସହ କମିଶନ ଆଗରେ ହାଜର ହେବାକୁ ନିର୍ଦ୍ଦେଶ ଦିଆଯାଇଛି । ଅଧିବକ୍ତା ଆଦିତ୍ୟ ମିଶ୍ର ଅର୍ଣ୍ଣବ ଗୋସ୍ବାମୀଙ୍କ ଗିରଫଦାରୀ ବିରୋଧରେ ମହାରାଷ୍ଟ୍ର ମାନବାଧିକାର ଆୟୋଗଙ୍କ ପାଖରେ ଯାଚିକା ଦାଖଲ କରିବା ସହ ମାମଲାର ତତ୍କାଳ ବିଚାର ପାଇଁ ଅପିଲ କରିଥିଲେ ।

ଏହା ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି କମିଶନ ଆଜି ଏସପିଙ୍କୁ ନୋଟିସ ପଠାଇଛନ୍ତି। ଦୁଇ ବର୍ଷ ପୁରୁଣା ମାମଲାରେ ବୁଧବାର ସକାଳେ ମୁମ୍ବାଇ ପୋଲିସ ଅର୍ଣ୍ଣବଙ୍କୁ ଗିରଫ କରିଥିଲା ​​। ସେହିଦିନ ବିଳମ୍ବିତ ରାତିରେ ଗୋସ୍ବାମୀଙ୍କୁ କୋର୍ଟରେ ହାଜର କରାଯାଇଥିଲା । ତେବେ କୋର୍ଟ ତାଙ୍କୁ 14 ନ୍ୟାୟିକ ହେପାଜତକୁ ପଠାଇଛନ୍ତି ।

ଅର୍ଣ୍ଣବ ମୁମ୍ବାଇ ପୋଲିସ ଉପରେ ମାରପିଟ ଓ ଦୁର୍ବ୍ୟବହାର ନେଇ ଅଭିଯୋଗ କରିଛନ୍ତି । ବୁଧବାର ସକାଳେ ପୋଲିସ ଅର୍ଣ୍ଣବଙ୍କୁ ଗିରଫ କରିଥିଲା ​​ଏବଂ ପରେ ଅର୍ଣ୍ଣବ ମୁମ୍ବାଇ ପୋଲିସ ଏପରି ବ୍ୟବହାରକୁ ଗୁଣ୍ଡାଗିରି ବୋଲି କହିଥିଲେ । ପରିବାର ସହିତ କଥାବାର୍ତ୍ତା କରିବାକୁ ମଧ୍ୟ ତାଙ୍କୁ ବାରଣ କରାଯାଇଛି ବୋଲି କହିଥିଲେ। ପୋଲିସ ତାଙ୍କ ପରିବାର ସଦସ୍ୟଙ୍କୁ ମାଡ ମାରିବା ସହ ପୁଅକୁ ମଧ୍ୟ ଠେଲି ଦେଇଥିବା କହିଛନ୍ତି ଅର୍ଣ୍ଣବ।

ଅର୍ଣ୍ଣବଙ୍କ ଆଇନଜୀବୀଙ୍କ କହିବା ଅନୁଯାୟୀ ଅର୍ଣ୍ଣବଙ୍କୁ ମୁମ୍ବାଇ ପୋଲିସ ଏକ ବେଲ୍ଟରେ ପିଟିଥିଲା । ତାଙ୍କ ହାତରେ ମଧ୍ୟ ଆଘାତ ଲାଗିଥିବା କ୍ୟାମେରା ସାମ୍ନାରେ ଦର୍ଶାଇଥିଲେ ଅର୍ଣ୍ଣବ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.