ETV Bharat / bharat

COVID 19: ଭାରତରେ ଆଉଏକ ନୂଆ ଭାରିଆଣ୍ଟ ଚିହ୍ନଟ, ସତର୍କ କରାଇଲା ମହାରାଷ୍ଟ୍ର ସରକାର

author img

By

Published : Oct 18, 2022, 1:33 PM IST

ଭାରତରେ ଆଉ ଏକ ନୂଆ ଭାରିଆଣ୍ଟ ଚିହ୍ନଟ ହୋଇଛି। ପାର୍ବଣ ଋତୁ ପାଇଁ ଆଗୁଆ ସତର୍କ କରାଇଲା ମହାରାଷ୍ଟ୍ର ସ୍ବାସ୍ଥ୍ୟ ବିଭାଗ ।

Maharashtra govt warns of COVID 19 spike citing new virus variants
ଭାରତରେ ଆଉ ଏକ ନୂଆ ଭାରିଆଣ୍ଟ ଚିହ୍ନଟ, ଚେତାବନୀ ଦେଲା ମହାରାଷ୍ଟ୍ର ସ୍ବାସ୍ଥ୍ୟ ବିଭାଗ

ମୁମ୍ବାଇ: କୋରୋନା ଭୂତାଣୁର ଆଉ ଏକ ନୂଆ ଭାରିଆଣ୍ଟକୁ ନେଇ ମହାରାଷ୍ଟ୍ର ସରକାର ସତର୍କ କରାଇଛନ୍ତି । ଆଗକୁ ଶୀତ ଋତୁ ଏବଂ ବିଭିନ୍ନ ଉତ୍ସବ ଆସୁଥିବାରୁ ସଂକ୍ରମଣ ବୃଦ୍ଧି ପାଇବା ନେଇ ଚେତାବନୀ ଦେଇଛି । ରାଜ୍ୟ ସ୍ବାସ୍ଥ୍ୟ ବିଭାଗ ଦ୍ବାରା ପ୍ରକାଶ କରାଯାଇଥିବା ରିପୋର୍ଟରେ କୋରୋନାର ସବ ଭାରିଆଣ୍ଟ BA.2.3.20 ଏବଂ BQ.1 ନାମକ ଭୂତାଣୁ ଚିହ୍ନଟ ହୋଇଥିବା ଦର୍ଶାଯାଇଛି । ଦେଶରେ ପ୍ରଥମ ଥର ପାଇଁ ଏହି ଭୂତାଣୁ ଚିହ୍ନଟ କରାଯାଇଥିବା କୁହାଯାଇଛି ।

କୋରୋନା ଭୂତାଣୁର ନୂତନ ଭାରିଆଣ୍ଟ XBBର BA.2.75 ତୁଳନାରେ ଏହା ଅଧିକ ପ୍ରଭାବଶାଳୀ ବୋଲି କୁହାଯାଇଛି । ସୋମବାର ମହାରାଷ୍ଟ୍ରର ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ କୁହାଯାଇଛି ଯେ, ଅକ୍ଟୋବର 3 ତାରିଖରୁ 9 ତାରିଖ ଅପେକ୍ଷା 10 ତାରିଖରୁ 16 ମଧ୍ୟରେ ରାଜ୍ୟରେ କୋରୋନା ସଂକ୍ରମଣ ହାର 17.7 ପ୍ରତିଶତ ବୃଦ୍ଧି ପାଇଛି । ବିଶେଷ ଭାବରେ ଥାନେ, ରାଇଗଡ଼ ଏବଂ ମୁମ୍ବାଇ ଭଳି ଜନବହୁଳ ସହରରେ ସଂକ୍ରମଣ ବୃଦ୍ଧି ପାଇବାର ସମ୍ଭାବନା ରହିଛି । ଆଗକୁ ଶୀତଋତୁ ଆସୁଥିବାରୁ ଲୋକଙ୍କୁ ଥଣ୍ଡା, ଜ୍ବର ଭଳି ରୋଗ ଦେଖାଯିବ । ଏହାର ଭିତରେ ଉତ୍ସବ ଆସୁଥିବାକୁ ସଂକ୍ରମଣ ବୃଦ୍ଧି ପାଇବା ନେଇ କେତେକ ବିଶେଷଜ୍ଞ ସଚେତନ କରାଇଛନ୍ତି । ଏହା ବ୍ୟତୀତ ଭାରତରେ ପ୍ରଥମ ଥର ପାଇଁ BA.2.3.20 ଏବଂ BQ.1 ନୂତନ ଭାରିଆଣ୍ଟ ଚିହ୍ନଟ ହୋଇଥିବା ରିପୋର୍ଟରେ ଆସିଛି ।

ଏହା ମଧ୍ୟ ପଢ଼ନ୍ତୁ: ଚୀନରେ ପୁଣି ଲକଡାଉନ, ବ୍ୟାପୁଛି ଆଉ ଏକ ଭୂତାଣୁ

ଏଭଳି ଲକ୍ଷଣ ଯଦି ଦେଖାଦିଏ, ତେବେ ଏହାକୁ ଅଣଦେଖା ନକରି ତୁରନ୍ତ ଡାକ୍ତରଙ୍କ ପରାମର୍ଶ ନେବାକୁ ସ୍ବାସ୍ଥ୍ୟ ବିଭାଗ କହିଛି । ଏଥିସହ ସର୍ବସାଧାରଣରେ କୋଭିଡ ଗାଇଡଲାଇନ ପାଳନ କରିବାକୁ ପରାମର୍ଶ ଦିଆଯାଇଛି । ବାହାରକୁ ଯିବା ସମୟରେ ଆବଶ୍ୟକୀୟ ସତର୍କତା ଅବଲମ୍ବନ କରିବ ସହ ଥଣ୍ଡା, କାଶ ଭଳି ପୀଡ଼ିତଙ୍କ ଠାରୁ ଦୂରେଇ ରହିବା ଉଚିତ୍‌ । ସେହିପରି ଟୀକାକରଣ କରିବାକୁ ସ୍ବାସ୍ଥ୍ୟ ବିଭାଗ ଅନୁରୋଧ କରିଛି ।

ସୂଚନା ଥାଉକି, ପୁଣି ଚୀନରେ ଆଉ ଏକ ଭାଇରସ୍(China detects new Omicron sub-variants) ବୃଦ୍ଧି ପାଉଛି । ଓମିକ୍ରନର ସବ୍ ଭାରିଆଣ୍ଟ BF.7 ଦୃତଗତିରେ ସଂକ୍ରମଣ କରୁଥିବା ଜଣାପଡିଛି । ଫଳରେ ଚୀନରେ ପୁଣିଥରେ ଗମନାଗମନରେ କଟକଣା ସାଙ୍ଗକୁ ଲକଡାଉନ୍ କରାଯାଇଛି । ଏକାସାଙ୍ଗରେ, ଦେଶ ନୂତନ ଓମିକ୍ରନ୍ ସବ୍-ଭାରିଆଣ୍ଟସ୍ BF.7 ଏବଂ BA.5.1.7 (Omicron sub variants BF7 and BA517) ଚିହ୍ନଟ କରାଯାଇଛି, ଯାହା ଦୃତଗତିରେ ସଂକ୍ରମିତ ହେଉଥିବାବେଳେ ମାରାତ୍ମକ ମଧ୍ୟ । BF.7 (BA.2.75.2 ଭାବରେ ମଧ୍ୟ ଜଣାଶୁଣା) କୋଭିଡ୍ ଓମିକ୍ରନ୍ ପ୍ରକାର BA.5.2.1 ର ଏକ ସବ୍-ଭାରିଆଣ୍ଟ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.