ETV Bharat / bharat

ତେଜୁଛି ବିବାଦ, ବଢିଲା ଅଫଜଲ ଖାନଙ୍କ ସମାଧି ସୁରକ୍ଷା - ମହାରାଷ୍ଚ୍ର ସମାଧି ବିବାଦ

ମହାରାଷ୍ଟ୍ର ଔରଙ୍ଗାବାଦ ସ୍ଥିତ ଔରଙ୍ଗଜେବଙ୍କ ସମାଧିକୁ ନେଇ ଆରମ୍ଭ ହୋଇଥିବା ରାଜନୈତିକ ବିବାଦ ଏବେ ସତାରା ସ୍ଥିତ ଅଫଜଲ ଖାନଙ୍କ ସମାଧି ନିକଟରେ ପହଞ୍ଚିଛି । ଏହାକୁ ନେଇ ରାଜ୍ୟ ସରକାର ସତାରା ଜିଲ୍ଲା ସ୍ଥିତ ଅଫଜଲ ଖାନଙ୍କ ସମାଧି ନିକଟରେ ସୁରକ୍ଷା ବ୍ୟବସ୍ଥା କଡାକଡି କରିଛନ୍ତି । ଅଧିକ ପଢନ୍ତୁ

ତେଜୁଛି ସମାଧି ବିବାଦ
ତେଜୁଛି ସମାଧି ବିବାଦ
author img

By

Published : May 27, 2022, 7:16 AM IST

ମୁମ୍ବାଇ: ମହାରାଷ୍ଟ୍ର ଔରଙ୍ଗାବାଦ ସ୍ଥିତ ଔରଙ୍ଗଜେବଙ୍କ ସମାଧିକୁ ନେଇ ଆରମ୍ଭ ହୋଇଥିବା ରାଜନୈତିକ ବିବାଦ ଏବେ ସତାରା ସ୍ଥିତ ଅଫଜଲ ଖାନଙ୍କ ସମାଧି ନିକଟରେ ପହଞ୍ଚିଛି । ଏହାକୁ ନେଇ ରାଜ୍ୟ ସରକାର ସତାରା ଜିଲ୍ଲା ସ୍ଥିତ ଅଫଜଲ ଖାନଙ୍କ ସମାଧି ନିକଟରେ ସୁରକ୍ଷା ବ୍ୟବସ୍ଥା କଡାକଡି କରିଛନ୍ତି । 102 ବାଟାଲିୟନ ଫୋର୍ସ ସେଠାରେ ମୁତୟନ ହେବା ସହିତ 50 ଯବାନ ଓ 15 କ୍ୟୁଆରଟି ଯବାନ ଫଜଲ ଖାନଙ୍କ ସମାଧିକୁ ସୁରକ୍ଷା ଦେଉଛନ୍ତି ।

ସୂଚନାଅନୁସାରେ, ଅଫଜଲ ଖାନଙ୍କ ସମାଧି ସତାରା ଜିଲ୍ଲା ପ୍ରତାପଗଡର ଲହଲଟିରେ ରହିଛି । 2005ରୁ ସେଠି ସମାଧି ରହିଛି । ଏହି ସମାଧିର ସୁରକ୍ଷା ମହାବଳେଶ୍ବର ପୋଲିସ ଏବଂ ନାଭି ମୁମ୍ବାଇ ରାପିଡ ଆକ୍ସନ ଫୋର୍ସର ଯବାନଙ୍କ ନୀରକ୍ଷଣରେ ରହିଛି । ମଇ 1ରେ ଔରଙ୍ଗାବାଦରେ ଏକ ରାଲି କରିଥିଲେ ଏମଏନଏସ ମୁଖ୍ୟ ରାଜ ଠାକରେ । ଏହି ସମୟରେ ସେ କହିଥିଲେ ଅଫଜାଲ ଖାନଙ୍କୁ ଛତ୍ରପତି ଶିବାଜୀଙ୍କ ଦ୍ବାରା ହତ୍ୟା କରାଯାଇଥିଲା । ଏକ ନିର୍ଦ୍ଧିଷ୍ଟ ସମ୍ପ୍ରଦାୟ ତାଙ୍କ ସମାଧିରେ ଫୁଲ ମାଳ ଚଢାଉଛି । ମହାରାଷ୍ଟ୍ର ସରକାର ଚୁପଚାପ ବସିଛି । ଯଦି ମହାରାଷ୍ଟ୍ର ସରକାର ଏହି ସମାଧିକୁ ନ ଭାଙ୍ଗେ ଏମଏନଏସ ପାର୍ଟି ଏହାକୁ ଭାଙ୍ଗିବାକୁ ଟିକେ ଡେରି କରିବ ନାହିଁ ।

ସତାରା ପୋଲିସ ଅଧୀକ୍ଷକ ଅଜୟ କୁମାର ବଂଶଲ କହିଛନ୍ତି, ଅଫଜଲ ଖାନଙ୍କ ସାମାଧି 2005ରୁ ପ୍ରତିବନ୍ଧିତ କ୍ଷେତ୍ରରେ ରହିଛି । ଏହା ଉପରେ ଧାରା 144 ପ୍ରତିବନ୍ଧକ ଅଛି । ସାମାଧି ବିବାଦ ସେବେ ଆରମ୍ଭ ହେଲା ଯେବେ ଏଆଇଏମଆଇଏମ ମୁଖ୍ୟ ଅସଦୁଦ୍ଦିନ ଓୱେସୀ ଖୁଲଦାବାଦରେ ମୋଗଲ ସମ୍ରାଟ ଔରଙ୍ଗଜେବଙ୍କ ସମାଧିକୁ ଶ୍ରଦ୍ଧାଞ୍ଜଳି ଦେଇଥିଲେ । ମହାରାଷ୍ଟ୍ର ନବନିର୍ମାଣ ସେନା ଯିଏକି ମସଜିଦରୁ ଲାଉଡସ୍ପିକର ହଟାଇବାକୁ ଦାବି କରୁଛି ଏହାକୁ ନିନ୍ଦା କରିବା ସହିତ ଓୱେସୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବାକୁ ମହାରାଷ୍ଟ୍ର ସରକାରଙ୍କୁ ଚେତାବନୀ ଦେଇଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.