ETV Bharat / bharat

ଭୂଷଣ ଉତ୍ସବ ଅଘଟଣ ପରେ ଚେତା ପଶିଲା: ମଧ୍ୟାହ୍ନରୁ ସଂଧ୍ୟା 5 ମଧ୍ୟରେ ସମସ୍ତ ଆଉଟଡୋର କାର୍ଯ୍ୟକ୍ରମ ବନ୍ଦ

author img

By

Published : Apr 19, 2023, 10:07 PM IST

ମହାରାଷ୍ଟ୍ରରରେ ଗ୍ରୀଷ୍ମ ପ୍ରବାହ ଜାରି । ଭୂଷଣ ଉତ୍ସବ ଅଘଟଣ ପରେ ମଧ୍ୟାହ୍ନରୁ ସଂଧ୍ୟା 5 ଯାଏ ସମସ୍ତ କାର୍ଯ୍ୟକ୍ରମ ବନ୍ଦ ରଖିବାକୁ ନିର୍ଦ୍ଦେଶ । ଅଧିକ ପଢନ୍ତୁ

Heatwave in Maharashtra: ମଧ୍ୟାହ୍ନରୁ ସଂଧ୍ୟା 5 ମଧ୍ୟରେ କୌଣସି ଆଉଟଡୋର କାର୍ଯ୍ୟକ୍ରମ ବନ୍ଦ

ମୁମ୍ବାଇ: ନଭି ମୁମ୍ବାଇରେ ଆୟୋଜିତ ଭୂଷଣ ଉତ୍ସବରେ ଗ୍ରୀଷ୍ମ ପ୍ରବାହରେ 14 ଜଣଙ୍କ ଅକାଳ ପ୍ରାଣହାନୀ ପରେ ରାଜ୍ୟ ସରକାରଙ୍କ ଚେତା ପଶିଛି । ଜାରି ରହିଥିବା ଗ୍ରୀଷ୍ମ ପ୍ରବାହ ପାଇଁ ଗାଇଡ୍‌ଲାଇନ୍‌ ଜାରି କରିଛନ୍ତି ସରକାର । ମଧ୍ୟାହ୍ନରୁ ସଂଧ୍ୟା 5ଟା ମଧ୍ୟରେ ସମସ୍ତ ଖୋଲା ସ୍ଥାନରେ (ଆଉଟଡୋର ଇଭେଣ୍ଟ) ହେବାକୁ ଥିବା କାର୍ଯ୍ୟକ୍ରମ ବନ୍ଦ ରଖିବାକୁ ସରକାର ନିୟମ ଜାରି କରିଛନ୍ତି । ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ସ୍ଥିତିରେ ସୁଧାର ନଆସିବା ପର୍ଯ୍ୟନ୍ତ ଏହି ନିର୍ଦ୍ଦେଶ ବଳବତ୍ତର ରହିବ । କଟକଣା ଉଲଙ୍ଘନ କରି କୌଣସି କାର୍ଯ୍ୟକ୍ରମ ଆୟୋଜନ କଲେ କିମ୍ବା ସେଥିରେ ଅଂଶଗ୍ରହଣ କଲେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସମସ୍ତ ଜିଲ୍ଲା ପ୍ରଶାସନକୁ ନିର୍ଦ୍ଦେଶ ମିଳିଛି ।

ଅଘଟଣ ଘଟିଥିବା ଭୂଷଣ ଉତ୍ସବର କିଛି ଦୃଶ୍ୟ
ଅଘଟଣ ଘଟିଥିବା ଭୂଷଣ ଉତ୍ସବର କିଛି ଦୃଶ୍ୟ

ରବିବାର ନଭି ମୁମ୍ବାଇରେ ଆୟୋଜିତ ହୋଇଥିବା ଭୂଷଣ ଆଓ୍ବାର୍ଡ ଉତ୍ସବରେ ଅଘଟଣ ଘଟିଥିଲା । ପ୍ରବଳ ଗ୍ରୀଷ୍ମ ପ୍ରବାହରେ ଅଶୁଘାତରେ ଚେତାଶୂନ୍ୟ ହୋଇ ଜଣଙ୍କ ପରେ ଜଣେ ମୋଟ 14 ଜଣଙ୍କ ଅକାଳ ପ୍ରାଣହାନୀ ଘଟିଥିଲା । ପ୍ରଥମେ 11 ଜଣ ପ୍ରାଣ ହାରଇଥିବା ବେଳେ ପରେ ଚିକିତ୍ସାଧୀନ ଅବସ୍ଥାରେ ଆଉ 3 ଜଣ ଜଣଙ୍କ ମୃତ୍ୟୁ ହୋଇଥିଲା । ସେହିପରି ବର୍ତ୍ତମାନ ମଧ୍ୟ କିଛି ବ୍ୟକ୍ତି ଚିକିତ୍ସାଧୀନ ଅଛନ୍ତି । ଏହି କାର୍ଯ୍ୟକ୍ରମରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ମଧ୍ୟ ଅତିଥି ଭାବେ ଉପସ୍ଥିତ ଥିଲେ ।

ଏବେ ବିଭିନ୍ନ ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଜାରି ରହିଛି । ପ୍ରବଳ ଗରମ ଓ ଝାଞ୍ଝି ପବନରେ ଜୀବନ ଅସ୍ତବ୍ୟସ୍ତ ହୋଇପଡିଛି । ପୂର୍ବାହ୍ନରୁ ତାପମାତ୍ରା 40 ଡିଗ୍ରୀ ଉପରେ ରହିବା ଫଳରେ ବାହାରକୁ ବାହାରିବା ମଧ୍ୟ ଅସମ୍ଭବ ହୋଇପଡୁଛି । ଏହି ସମୟରେ ଜରୁରୀ କାର୍ଯ୍ୟ ନଥିଲେ ଲୋକଙ୍କ ବାହାରକୁ ନବାହାରିବା ପାଇଁ ନିର୍ଦ୍ଦେଶାବଳୀ ଜାରି କରିଛନ୍ତି ସରକାର । ସେହିପରି ବାହାରକୁ ବାହାରିଲେ ଆବଶ୍ୟକ ସତର୍କତା ପାଳନ କରିବାକୁ କୁହାଯାଇଛି । ଯଥେଷ୍ଟ ପରିମାଣର ପାଣି ପିଇବା ସହ ସାଙ୍ଗରେ ପାଣି ବୋତଲ ଧରି ବାହାରକୁ ବାହାରିବାକୁ କୁହାଯାଇଛି । ଆଖିରେ କଳା ଚସମା ଓ ମୁଣ୍ଡରେ ଓଦା ଗାମୁଛା ମଧ୍ୟ ପକାଇବା ପାଇଁ କୁହାଯାଇଛି ।

ଏହା ମଧ୍ୟ ପଢନ୍ତୁ:-ଭୂଷଣ ପୁରସ୍କାର ଉତ୍ସବରେ ଅଘଟଣ, ଅଂଶୁଘାତରେ ୧୧ ମୃତ

ପ୍ରତ୍ୟେକ ବର୍ଷ ଏପ୍ରିଲ, ଜୁନ୍‌ଠାରୁ ମେ’ ମାସ ମଧ୍ୟ ପର୍ଯ୍ୟନ୍ତ ବିଭିନ୍ନ ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଦେଖିବାକୁ ମିଳିଥାଏ । ତାପମାତ୍ରା ପ୍ରାୟ 40 ଡିଗ୍ରୀ ଡେଇଁବା ସହ ପ୍ରବଳ ଖରାରେ ବାହାରକୁ ବାହାରିବା ସମ୍ଭବ ହୁଏ ନାହିଁ । ସ୍ବାଭାବିକ ଜୀବନଯାତ୍ରା ବ୍ୟାହତ ହୋଇଥାଏ । ଅଂଶୁଘାତରେ ମୃତ୍ୟୁ ଖବର ସାମ୍ନାକୁ ଆସେ । ଜୁନ୍‌ ପ୍ରଥମ ସପ୍ତାହରୁ ପ୍ରାକ୍‌ ମୌସୁମୀ ବର୍ଷା ଫଳରେ ସ୍ଥିତିରେ ସୁଧାର ଆସିବା ସହ ଜୀବନ ଯାତ୍ରା ସ୍ବାଭାବିକ ହୋଇଥାଏ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.