ମୁମ୍ବାଇ: ପୁଣି ମହାରାଷ୍ଟ୍ର ରାଜ୍ୟପାଳ ଭଗତ ସିଂ କୋଶିଆରୀଙ୍କ ବୟାନକୁ ନେଇ ବିବାଦ । ଛତ୍ରପତି ମହାରାଜଙ୍କ ସମ୍ପର୍କରେ ବିବାଦୀୟ ବୟାନ ଦେଇ ପୁଣି ଚର୍ଚ୍ଚାକୁ ଆସିଛନ୍ତି ରାଜ୍ୟପାଳ କୋଶିଆରୀ (BS Koshyari controversial statement । ବର୍ତ୍ତମାନ ସମୟରେ ଛତ୍ରପତି ଶୀବାଜୀ ମହାରାଜ ଏକ ପୁରୁଣା ଆଦର୍ଶ ବୋଲି କହିଛନ୍ତି କୋଶିଆରୀ । ଯାହାକୁ ନେଇ ବିବାଦ ସୃଷ୍ଟି ହେବା ସହ ମହାରାଷ୍ଟ୍ରର ବିଭିନ୍ନ ସ୍ଥାନରେ ପ୍ରତିବାଦ ଆରମ୍ଭ ହୋଇଥିବା ଦେଖିବାକୁ ମିଳିଛି ।
-
If someone asks you who is your idol, you don't have to go out looking for it, you'll find them right here in Maharashtra. Chhatrapati Shivaji Maharaj has become an old idol now, you can find new ones from Babasaheb Ambedkar to Nitin Gadkari: BS Koshyari, Governor of Maharashtra pic.twitter.com/z9Ki0CSuiI
— ANI (@ANI) November 19, 2022 " class="align-text-top noRightClick twitterSection" data="
">If someone asks you who is your idol, you don't have to go out looking for it, you'll find them right here in Maharashtra. Chhatrapati Shivaji Maharaj has become an old idol now, you can find new ones from Babasaheb Ambedkar to Nitin Gadkari: BS Koshyari, Governor of Maharashtra pic.twitter.com/z9Ki0CSuiI
— ANI (@ANI) November 19, 2022If someone asks you who is your idol, you don't have to go out looking for it, you'll find them right here in Maharashtra. Chhatrapati Shivaji Maharaj has become an old idol now, you can find new ones from Babasaheb Ambedkar to Nitin Gadkari: BS Koshyari, Governor of Maharashtra pic.twitter.com/z9Ki0CSuiI
— ANI (@ANI) November 19, 2022
କୋଶିଆରୀ କହିଥିଲେ, ‘‘ଯଦି ଆପଣଙ୍କୁ କେହି ନିଜର ଆଦର୍ଶ କିଏ ବୋଲି ପ୍ରଶ୍ନ କରେ, ତେବେ କେଉଁଠାକୁ ଯିବାର ଆବଶ୍ୟକତା ନାହିଁ । ମହାରାଷ୍ଟ୍ରରେ ହିଁ ଆପଣଙ୍କୁ ଆପଣଙ୍କ ଆଦର୍ଶ ମିଳି ପାରିବେ । ମହାରାଜ ଛତ୍ରପତି ଶିବାଜୀ ବର୍ତ୍ତମାନ ସମୟ ପାଇଁ ଏକ ପୁରୁଣା ଆଦର୍ଶ । ବର୍ତ୍ତମାନ ସମୟରେ ବାବା ସାହେବ ଆମ୍ବେଦକରଙ୍କଠାରୁ ଆରମ୍ଭ କରି ନୀତିନ ଗଡକରୀଙ୍କ ପର୍ଯ୍ୟନ୍ତ କୌଣସି ବ୍ୟକ୍ତିଙ୍କୁ ଆଦର୍ଶ ଭାବେ ଚୟନ କରାଯାଇପାରେ ।’’
ତେବେ କୋଶିଆରୀଙ୍କ ବୟାନକୁ ନେଇ ବିବାଦ ସୃଷ୍ଟି ହେବା ପ୍ରଥମ ଘଟଣା ନୁହେଁ । ପୂର୍ବରୁ ମଧ୍ୟ ସେ ନିଜର କିଛି ବୟାନ ପାଇଁ ବିବାଦ ଘେରକୁ ଆସିଛନ୍ତି । ଗୁଜୁରାଟୀ ଓ ରାଜସ୍ଥାନୀଙ୍କ କାରଣରୁ ମୁମ୍ବାଇ ସହର ବିତ୍ତଶାଳୀ ହୋଇଛି । ସେମାନେ ମୁମ୍ବାଇ ଛାଡି ଫେରିଗଲେ ସହର ଆର୍ଥିକ ଭାବେ ଦୁର୍ବଳ ହୋଇପଡିବ ବୋଲି ମନ୍ତବ୍ୟ ଦେଇ ବିବାଦୀୟ ହୋଇପଡିଥିଲେ କୋଶିଆରୀ । ଏପରି ମନ୍ତବ୍ୟକୁ ଶିବସେନା ସମେତ ଅନେକ ରାଜନୈତିକ ଓ ଅଣରାଜନୈତିକ ଦଳ ନିନ୍ଦା କରିବା ସହ ରାଜ୍ୟପାଳଙ୍କ ବିରୋଧରେ ପ୍ରତିବାଦ ମଧ୍ୟ କରିଥିଲେ । ଏବେ ପୁଣି ମହାନ ମରାଠା ଶାସକ ଛତ୍ରପତି ଶିବାଜୀଙ୍କ ନାମରେ ଏପରି ବୟାନ ଦେବା ପରେ ମହାରାଷ୍ଟ୍ରର କିଛି ସ୍ଥାନରେ ପ୍ରତିବାଦ ମଧ୍ୟ ଦେଖିବାକୁ ମିଳିଛି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ