ମୁମ୍ବାଇ: ମହାରାଷ୍ଟ୍ର ରାଜଧାନୀ ମୁମ୍ବାଇରେ ବିଧାୟକଙ୍କ ବାସଭବନ ଲାଗି ନିର୍ମାଣ ହୋଇଥିବା 'ମନୋରା' (Manora)ଅଟ୍ଟାଳିକାକୁ ୨୫ ବର୍ଷ ମଧ୍ୟରେ ଭଙ୍ଗାଯାଇଛି । ଏହି ଅଟ୍ଟାଳିକାର ନିର୍ମାଣ ଲାଗି ନିମ୍ନମାନର ନିର୍ମାଣ ଶୈଳୀ ବ୍ୟବହାର ହୋଇଥିବା ଅଭିଯୋଗ ହୋଇଛି । ଏହି ସ୍ଥାନରେ ଆଉ ଏକ ବିଳାସପୂର୍ଣ୍ଣ ଅଟ୍ଟାଳିକା ନିର୍ମାଣ ପାଇଁ ସରକାର ଯୋଜନା କରୁଥିବା ବେଳେ ବିଭିନ୍ନ ବାଧା ଲାଗି ସରକାର ଏହି ନିର୍ମାଣ କାର୍ଯ୍ୟ ଆରମ୍ଭ କରିପାରୁନାହାନ୍ତି । ଫଳରେ ଭଡ଼ାଘରେ ରହୁଥିବା ବିଧାୟକଙ୍କ ଲାଗି ମହାରାଷ୍ଟ୍ର ସରକାର କୋଟି କୋଟି ଟଙ୍କା ଅର୍ଥ ଖର୍ଚ୍ଚ କରୁଥିବା ଜଣାପଡ଼ିଛି ।
'ଏଲଆଣ୍ଡଟି' ଓ 'ଟାଟା' କମ୍ପାନୀ ବିଧାୟକଙ୍କ ବାସଭବନ ମନୋରା ନିର୍ମାଣ ପାଇଁ ମନା କରିବା ପରେ ଆଉ ଏକ କମ୍ପାନୀ 'ଶାପୁରଜୀ ପାଲନଜୀ' କମ୍ପାନୀ ସହିତ ଟେଣ୍ଡର ହୋଇଛି । ଏହି ଟେଣ୍ଡରରେ କମ୍ପାନୀ ୧୨୦୦ କୋଟିରୁ ଅଧିକ ଅର୍ଥ ଲାଗିବ ବୋଲି କହିବା ପରେ ସରକାର ଏହି ଟେଣ୍ଡର ଲାଗି ନିଷ୍ପତ୍ତି ନେଇନାହାନ୍ତି । ଏଥିଲାଗି ରାଜ୍ୟ ସରକାର ମନୋରା ନିର୍ମାଣ ପାଇଁ ନୂଆ ଟେଣ୍ଡର ଜାରି କରିଛନ୍ତି । ଏଥିଲାଗି ୮୫୦ କୋଟିରୁ ୧୦୦୦ କୋଟି ଅର୍ଥ ଆବଶ୍ୟକ ହେବାର ସମ୍ଭାବନା ରହିଛି । ମନୋରାର ପୁନର୍ନିମାଣ ପାଇଁ ବହୁ ଅର୍ଥ ଆବଶ୍ୟକ ପଡୁଥିବାରୁ ରାଜସ୍ବ ପାଣ୍ଠି ମଧ୍ୟ ହ୍ରାସ ପାଉଛି ।
ଏହା ବି ପଢନ୍ତୁ- PM Modi Speaks To Rishi Sunak: ଶୁଭେଚ୍ଛା ଜଣାଇଲେ ମୋଦି, ଧନ୍ୟବାଦ ଦେଲେ ସୁନକ
୨୦୧୮ ଫେବୃଆରୀ ରିପୋର୍ଟ ଅନୁସାରେ ସରକାର ବିଧାୟକଙ୍କ ରହିବା ଖର୍ଚ୍ଚ ଲାଗି ଏଯାବତ ୧୧୫ କୋଟିରୁ ଅଧିକ ଟଙ୍କା ଖର୍ଚ୍ଚ କରିସାରିଛନ୍ତି । ଯାହାକି ରାଜସ୍ବ ପାଣ୍ଠି ଉପରେ ପ୍ରଭାବ ପକାଉଛି । ମହାରାଷ୍ଟ୍ର ସରକାର ତୁରନ୍ତ ମନୋରାର ପୁନର୍ବିକାଶ କରିବା ଉପରେ ଅଧିକ ଗୁରୁତ୍ବ ଦେଉଥିବା ଦେଖିବାକୁ ମିଳିଛି ।