ETV Bharat / bharat

ମୃତ୍ୟୁର ତିନି ଦିନ ପରେ ବି ଚାଲିଛି ଚିକିତ୍ସା

author img

By

Published : May 20, 2021, 9:44 AM IST

Updated : May 21, 2021, 6:58 AM IST

ରୋଗୀଙ୍କ ପରିବାରଠାରୁ ଟଙ୍କା ହଡପ କିରବା ପାଇଁ ମୃତ୍ୟୁର ତିିନି ଦିନ ପରେ ରୋଗୀଙ୍କୁ ମୃତ ଘୋଷଣା କରିଥିବା ଡାକ୍ତରଙ୍କ ନାଁରେ ଅଭିଯୋଗ ହୋଇଛି । ଏପରି ଘଟଣା ଘଟିଛି ମହାରାଷ୍ଟ୍ରର ଗୋଦାବରୀ ହସ୍ପିଟାଲରେ । ଅଧିକ ପଢନ୍ତୁ...

ଗୋଦାବରୀ ହସ୍ପିଟାଲ
ଗୋଦାବରୀ ହସ୍ପିଟାଲ

ମୁମ୍ବାଇ: ମୃତ୍ୟୁର ତିନି ଦିନ ପରେ ଡାକ୍ତର ରୋଗୀଙ୍କୁ ମୃତ ଘୋଷଣା କରିଛନ୍ତି । ତାହା କେବଳ ରେଗୀଙ୍କ ପରିବାରଠାରୁ ଟଙ୍କା ହଡପ କରିବା ପାଇଁ । ଜଣେ ଡାକ୍ତରଙ୍କର ଏପରି କାର୍ଯ୍ୟ ଅତ୍ଯନ୍ତ ନିନ୍ଦନୀୟ । ଏପରି ଆଶ୍ଟର୍ଯ୍ୟକର ଘଟଣା ଘଟିଛି ମୁମ୍ବାଇ ନାନ୍ଦେଦରଠାରେ ଥିବା ଗୋଦାବରୀ ହସ୍ପିଟାଲରେ । ଜଣେ କୋଭିଡ ରୋଗୀଙ୍କୁ ତାଙ୍କ ମୃତ୍ୟୁର ତିନି ଦିନ ପରେ ମୃତ ଘୋଷଣା କରିଥିବା ଅଭିଯୋଗ କରିଛନ୍ତି ମୃତକଙ୍କ ସ୍ତ୍ରୀ ।

ସୂଚନାଅନୁସାରେ, ଭିନକର କଲୋନୀର ଅଙ୍କଲେଶ ପାୱାର ନାମକ ଜଣେ ବ୍ୟକ୍ତି ପେଶାରେ ଜଣେ ଶିକ୍ଷକ । ସେ ଏପ୍ରଲି 16 ତାରିଖରେ କୋରୋନାରେ ସଂକ୍ରମିତ ହୋଇଥିଲେ । ଏହା ପରେ ସେ ଚିକିତ୍ସା ପାଇଁ ଗୋଦାବାରୀ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ । ଏପ୍ରିଲ 21ରେ ତାଙ୍କର ମୃତ୍ୟୁ ହୋଇଥିଲା । ମାତ୍ର ମୃତ୍ୟୁର ତିନିଦିନ ପରେ ଡାକ୍ତର ତାଙ୍କୁ ମୃତ ଭାବରେ ଘୋଷଣା କରିଥିବା ଅଭିଯୋଗ କରିଛନ୍ତି ତାଙ୍କ ସ୍ତ୍ରୀ ଶୁଭାଙ୍ଗୀ ପାୱାର । ଏହା ସହିତ ତାଙ୍କୁ 1ଲକ୍ଷ 4ଦ ହଜାର ଟଙ୍କାର ବିଲ ଦେଇଥିବା କହିଛନ୍ତି ଶୁଭାଙ୍ଗୀ ।

ଏ ନେଇ ଥାନାରେ ଅଭିଯୋଗ କରିଛନ୍ତି ମୃତକଙ୍କ ସ୍ତ୍ରୀ । ଏହା ସହିତ ଡାକ୍ତରଖାନାରେ ତାଙ୍କ ସ୍ବାମୀଙ୍କୁ ଉପଯୁକ୍ତ ଚିକିତ୍ସା ଯୋଗାଇ ଦିଆଯାଉନଥିବା ଅଭିଯୋଗରେ କହିଛନ୍ତି ଶୁଭାଙ୍ଗୀ । ମେଡିକାଲ ବିଲ ସହିତ ସମସ୍ତ କାଗଜପତ୍ର ପ୍ରମାଣ ସୂରୁପ ଜିଲ୍ଲା କୋର୍ଟରେ ଦାଖଲ କରିଛନ୍ତି । ତଦନ୍ତ ପରେ ହସ୍ପିଟାଲକୁ ଦୋଷୀ ସାବ୍ୟସ୍ତ କରିଛନ୍ତି କୋର୍ଟ ।

ବ୍ୟୁରୋ ରିପୋର୍ଟ,ଇଟିଭି ଭାରତ

Last Updated : May 21, 2021, 6:58 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.